ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ସୁଗା ୟସୋହିହାଇଡଙ୍କ ମଧ୍ୟରେ ବୈଠକ

Posted On: 24 SEP 2021 5:15AM by PIB Bhubaneshwar

ସେପ୍ଟେମ୍ବର ୨୩ତାରିଖ ଦିନ  ୱାଶିଂଟନ ଡିସିର କ୍ୱାର୍ଡ ନେତୃବୃନ୍ଦ  ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜାପାନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ସୁଗା ୟସୋହିହାଇଡଙ୍କୁ ସାକ୍ଷାତ କରିଥିଲେ ।

ଉଭୟ ପ୍ରଧାନମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ପରସ୍ପରକୁ ସାକ୍ଷାତ କରିଥିବାରୁ ବେଶ୍  ଖୁସି ବ୍ୟକ୍ତ କରିଥିଲେ । ଶ୍ରୀ ସୁଗା ଜାପାନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ସେପ୍ଟେମ୍ବର ୨୦୨୦ରୁ ଏପର୍ଯ୍ୟନ୍ତ ତିନି ଥର ଦୂରଭାଷାଜନିତ କଥୋପକଥନର ଦୁଇନେତା ସ୍ମୃତିଚାରଣ କରିଥିଲେ  । ଗତ କିଛି ବର୍ଷ ମଧ୍ୟରେ ଭାରତ-ଜାପାନ ସ୍ୱତନ୍ତ୍ର ରଣନୀତି ଓ ବୈଶ୍ୱିକ ଭାଗିଦାରିତା ସମ୍ପର୍କୀୟ କାର୍ଯ୍ୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟ କ୍ୟାବିନେଟ ସଚିବ ଭାବେ ନିଖୁଣ ଢଙ୍ଗରେ ତୁଲାଇଥିବାରୁ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଶ୍ରୀ ସୁଗାଙ୍କୁ ଧନ୍ୟବାଦ ଦେଇଥିଲେ । ବୈଶ୍ୱିକ ମହାମାରୀ ସତ୍ୱେ ସଫଳତାର ସହ ଟୋକିଓ ଅଲିମ୍ପିକ ଓ ପାରା ଅଲିମ୍ପିକ ଆୟୋଜନ କରିଥିବାରୁ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ସୁଗାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 ପ୍ରଧାନମନ୍ତ୍ରୀଦ୍ୱୟ ଉଭୟ ଦେଶର ବହୁମୁଖୀ ସମ୍ପର୍କର ସମୀକ୍ଷା କରିବା ସହ ଆଫଗାନୀସ୍ଥାନ ସମେତ ସାମ୍ପ୍ରତିକ ବୈଶ୍ୱିକ ଓ ଆଞ୍ଚଳିକ ପରିସ୍ଥିତି ଉପରେ ମଧ୍ୟ ମତବିନିମୟ କରିଥିଲେ ।  ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ମୁକ୍ତ ଓ ଅବାଧ ଅନ୍ତର୍ଭୁକ୍ତୀକରଣ ନେଇ ଉଭୟ ନେତା ସେମାନଙ୍କ ଅଙ୍ଗୀକାରବଦ୍ଧତାକୁ ଦୋହରାଇଥିଲେ । ପ୍ରତିରକ୍ଷା ଉପକରଣ ଓ ବୈଷୟିକ ଜ୍ଞାନ ସମେତ ଦ୍ୱିପାକ୍ଷିକ ସୁରକ୍ଷା ଓ ପ୍ରତିରକ୍ଷା ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିଲା ।

ଦୁଇ ନେତା ଉଭୟ ଦେଶର କ୍ରମବର୍ଦ୍ଧିଷ୍ଣୁ ଆର୍ଥିକ ସହଯୋଗକୁ ସ୍ୱାଗତ କରିଥିଲେ । ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଯୋଗାଣ କ୍ଷେତ୍ରରେ ନମନୀୟତା ପଦକ୍ଷେପ (ଏସସିଆରଆଇ) ସ୍ୱରୂପ ହୋଇଥିବା ବିଶ୍ୱସନୀୟ, ନମନୀୟ ଓ ସହଯୋଗଭିତ୍ତିକ ସମ୍ପର୍କ ନେଇ ଚଳିତବର୍ଷ ପ୍ରାରମ୍ଭରେ ହୋଇଥିବା ନିଷ୍ପତ୍ତିକୁ ଉଭୟେ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିର୍ମାଣ, ଏମଏସ୍‌ଏମଇ ଏବଂ କୌଶଳ ବିକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଉପରେ ଆଲୋପାତ କରିଥିଲେ ।

ନିର୍ଦ୍ଦିଷ୍ଟ କୁଶଳୀ ଶ୍ରମିକ(ଏସଏସ୍‌ଡବ୍ଲୁ) ସୃଷ୍ଟି ରାଜିନାମା ଭିତ୍ତିରେ ଜାପାନରୁ ବିଶେଷଜ୍ଞ କୌଶଳ ଓ ଭାଷା ପରୀକ୍ଷା ୨୦୨୨ ପ୍ରାରମ୍ଭରେ ଭାରତରେ ନେବେ ବୋଲି ଶ୍ରୀ ସୁଗା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅବଗତ କରିଥିଲେ।

ଦୁଇ ପ୍ରଧାନମନ୍ତ୍ରୀ କୋଭିଡ୍‌-୧୯ ବୈଶ୍ୱିକ ମହାମାରୀ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । କ୍ରମବର୍ଦ୍ଦିଷ୍ଣୁ ଡିଜିଟାଲ ପ୍ରଯୁକ୍ତି ବିଜ୍ଞାନ ପରିପ୍ରେକ୍ଷୀରେ ବିଶେଷକରି ଷ୍ଟାର୍ଟଅପ୍ କ୍ଷେତ୍ରରେ ଭାରତ-ଜାପାନ ଡିଜିଟାଲ ଭାଗିଦାରିତା ଉପରେ ଆଲୋକପାତ କରିଥିଲେ । ସେମାନେ ମଧ୍ୟ ନୂତନଭାବେ ଆସୁଥିବା ବୈଷୟିକ ଜ୍ଞାନ, ଜଳବାୟୁ ପରିବର୍ତ୍ତନ, ଗ୍ରୀନ ଏନର୍ଜୀ ଅବସ୍ଥାନ୍ତର, ଭାରତ ଜାତୀୟ ଉଦ୍‌ଯାନ ଶକ୍ତି ମିଶନରେ ଜାପାନର ସହଯୋଗ ଉପରେ ଆଲୋଚନା କରିଥିଲେ ।

ଉଭୟ ନେତା ମୁମ୍ବାଇ-ଅହମ୍ମଦାବାଦ ଉଚ୍ଚ ଗତି ସମ୍ପନ୍ନ ରେଳ(ଏମଏଏଚଏସଆର) ପ୍ରକଳ୍ପର ଅଗ୍ରଗତି ଓ ସମୟନୁସାରେ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ  ସେମାନଙ୍କ ଅଙ୍ଗୀକାରବଦ୍ଧତାକୁ ଦୋହରାଇଥିଲେ ।

ଉଭୟେ ଭାରତ-ଜାପାନ ଆକ୍ଟ ଇଷ୍ଟ ଫୋରମ୍ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଦ୍ୱିପାକ୍ଷିକ ବିକାଶମୂଳକ ସହଯୋଗ ନେଇ ଆଲୋଚନା କରିଥିଲେ ।

ଜାପାନର ନୂତନ ପ୍ରଶାସନ ଦ୍ୱାରା ମଧ୍ୟ ଭାରତ-ଜାପାନ ଭାଗିଦାରିତାର ଯେଉଁ ସଫଳତା ଗତ କିଛିବର୍ଷ ମଧ୍ୟରେ ହୋଇଛି ସେ ଦୃଷ୍ଟିରୁ ସହଯୋଗ ଅବ୍ୟାହତ ରହିବ ବୋଲି ପ୍ରଧାନମନ୍ତ୍ରୀ ସୁଗା ଦୃଢୋକ୍ତି ପ୍ରକାଶ କରିଥିଲେ । ନିକଟ ଭବିଷ୍ୟତରେ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଜାପାନ ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କୁ ଭାରତରେ ସ୍ୱାଗତ କରିବା ନେଇ ଶ୍ରୀ ମୋଦୀ  ନିଜର ଇଚ୍ଛା ବ୍ୟକ୍ତ  କରିଥିଲେ ।

 

****

SM / SLP



(Release ID: 1757884) Visitor Counter : 265