ଅର୍ଥ ମନ୍ତ୍ରଣାଳୟ

ଚାପଗ୍ରସ୍ତ ଋଣ ସମ୍ପତ୍ତି ଅଧିଗ୍ରହଣ ନିମନ୍ତେ ଜାତୀୟ ସମ୍ପତ୍ତି ପୁନର୍ଗଠନ କମ୍ପାନୀ ଲିମିଟେଡ ଦ୍ୱାରା ଜାରି କରାଯାଇଥିବା ସିକ୍ୟୁରିଟି ରିସିପ୍ଟକୁ ସମର୍ଥନ କରିବା ଲାଗି କେନ୍ଦ୍ର ସରକାରଙ୍କ ଗ୍ୟାରେଣ୍ଟି ସମ୍ପର୍କରେ ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ (ଏଫଏକ୍ୟୁ)

Posted On: 16 SEP 2021 5:12PM by PIB Bhubaneshwar

ଚାପଗ୍ରସ୍ତ ଋଣ ସମ୍ପତ୍ତି ଅଧିଗ୍ରହଣ ନିମନ୍ତେ ଜାତୀୟ ସମ୍ପତ୍ତି ପୁନର୍ଗଠନ କମ୍ପାନୀ ଲିମିଟେଡ (ଏନଏଆରସିଏଲ) ଦ୍ୱାରା ଜାରି କରାଯାଇଥିବା ସିକ୍ୟୁରିଟି ରିସିପ୍ଟକୁ ସମର୍ଥନ କରିବା ଲାଗି କେନ୍ଦ୍ର ସରକାରଙ୍କ 30,600 କୋଟି ଟଙ୍କାର ଗ୍ୟାରେଣ୍ଟିକୁ ଗତକାଲି କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ମିଳିଛି।

ଭାରତୀୟ ରିଜର୍ଭ ବ୍ୟାଙ୍କର ବର୍ତ୍ତମାନର ନିୟମ ଅଧୀନରେ ପର୍ଯ୍ୟାୟକ୍ରମେ ୨ ଲକ୍ଷ କୋଟି ଟଙ୍କାର ଚାପଗ୍ରସ୍ତ ଋଣସମ୍ପତ୍ତି ଏନଏଆରସିଏଲ ଅଧିଗ୍ରହଣ କରିବାର ପ୍ରସ୍ତାବ ରହିଛି। ଏହା ନଗଦ ଆକାରରେ ୧୫ ପ୍ରତିଶତ ଏବଂ ସିକ୍ୟୁରିଟି ରିସିପ୍ଟ (ଏସଆର) ଆକାରରେ ୮୫ ପ୍ରତିଶତ ଅଧିଗ୍ରହଣ କରିବା ଲାଗି ଲକ୍ଷ୍ୟ ରଖିଛି। ଚାପଗ୍ରସ୍ତ ଋଣ ସମ୍ପତ୍ତି ଅଧିଗ୍ରହଣ ନିମନ୍ତେ ଜାତୀୟ ସମ୍ପତ୍ତି ପୁନର୍ଗଠନ କମ୍ପାନୀ ଲିମିଟେଡ ଦ୍ୱାରା ଜାରି କରାଯାଇଥିବା ସିକ୍ୟୁରିଟି ରିସିପ୍ଟକୁ ସମର୍ଥନ କରିବା ଲାଗି କେନ୍ଦ୍ର ସରକାରଙ୍କ ଗ୍ୟାରେଣ୍ଟି ସମ୍ପର୍କରେ ନିମ୍ନୋକ୍ତ ପ୍ରାୟତଃ ପଚରାଯାଇଥିବା ପ୍ରଶ୍ନରେ ବିସ୍ତୃତ ସୂଚନା ଦିଆଯାଇଛି।

 

ଜାତୀୟ ସମ୍ପତ୍ତି ପୁନର୍ଗଠନ କମ୍ପାନୀ ଲିମିଟେଡ (ଏନଏଆରସିଏଲ) କ’ଣ? ଏହାକୁ କିଏ ପ୍ରତିଷ୍ଠା କରିଛନ୍ତି?

କମ୍ପାନୀ ଆଇନ ଅନ୍ତର୍ଗତ ଏନଏଆରସିଏଲର ଗଠନ କରାଯାଇଛି ଏବଂ ଏହା ଏକ ସମ୍ପତ୍ତି ପୁନର୍ଗଠନ କମ୍ପାନୀ (ଏଆରସି) ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ଆବେଦନ କରିଛି।  ଚାପଗ୍ରସ୍ତ ସମ୍ପତ୍ତିଗୁଡ଼ିକର ଚୂଡ଼ାନ୍ତ ସମାଧାନ ନିମନ୍ତେ ସେଗୁଡ଼ିକୁ ଏକତ୍ରିତ କରିବା ଏବଂ ସମେକିତ କରିବା ଲାଗି ବ୍ୟାଙ୍କଗୁଡ଼ିକ ଦ୍ୱାରା ଏନଏଆରସିଏଲ ପ୍ରତିଷ୍ଠା କରାଯାଇଛି। ଏନଏଆରସିଏଲଗୁଡ଼ିକର 51 % ମାଲିକାନା ପିଏସବିଗୁଡ଼ିକ ନିକଟରେ ରହିଛି।

 

ଭାରତ ଋଣ ସମାଧାନ କମ୍ପାନୀ ଲିମିଟେଡ (ଆଇଡିଆରସିଏଲ) କ’ଣ? ଏହାକୁ କିଏ ପ୍ରତିଷ୍ଠା କରିଛନ୍ତି?

ଆଇଡିଆରସିଏଲ ହେଉଛି ଏକ ସେବା କମ୍ପାନୀ/ପରିଚାଳନା ସଂସ୍ଥା ଯାହା ସମ୍ପତ୍ତିଗୁଡ଼ିକୁ ପରିଚାଳନା କରିବ ଏବଂ ବଜାର ପେସାଦାର ଓ  ରଣନୀତି ବିଶେଷଜ୍ଞମାନଙ୍କୁ ନିୟୋଜିତ କରିବ। ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କ (ପିଏସବି) ଏବଂ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଆର୍ଥିକ ସଂସ୍ଥା (ଏଫଆଇ)ଗୁଡ଼ିକ ନିକଟରେ ଏହାର 49% ଅଂଶଧନ ରହିବ ଏବଂ ଅବଶିଷ୍ଟ ଅଂଶଧନ ଘରୋଇ କ୍ଷେତ୍ରର ଋଣପ୍ରଦାନକାରୀମାନଙ୍କ ନିକଟରେ ରହିବ।

 

ବର୍ତ୍ତମାନ 28ଟି ଏଆରସି ଥିବା ସତ୍ତ୍ୱେ ଏନଏଆରସିଏଲ-ଆଇଡିଆରସିଏଲ ଭଳି ଢାଞ୍ଚା କାହିଁକି ଆବଶ୍ୟକ?

ବିଶେଷ କରି ଅଳ୍ପ ପରିମାଣର ଋଣ ପାଇଁ ଚାପଗ୍ରସ୍ତ ସମ୍ପତ୍ତିଗୁଡ଼ିକର ସମାଧାନ କ୍ଷେତ୍ରରେ ବର୍ତ୍ତମାନର ଏଆରସିଗୁଡ଼ିକ ସହାୟକ ହୋଇଥାନ୍ତି। ଆଇବିସି ସମେତ ବିଭିନ୍ନ ଉପଲବ୍ଧ ସମାଧାନ ବ୍ୟବସ୍ଥା ଉପଯୋଗୀ ପ୍ରମାଣିତ ହୋଇଛି।  ତେବେ, ପୂର୍ବରୁ ପଡ଼ି ରହିଥିବା ଅଧିକ ପରିମାଣର ଏନପିଏଗୁଡ଼ିକ ପାଇଁ, ଅତିରିକ୍ତ ବିକଳ୍ପ/ପୃଥକ ବ୍ୟବସ୍ଥାର ଆବଶ୍ୟକତା ରହିଛି ଏବଂ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଏନଏଆରସିଏଲ-ଆଇଆରଡିସିଏଲ ଢାଞ୍ଚା ହେଉଛି ଏହିପରି ଏକ ପ୍ରୟାସ।

ସରକାରୀ ଗ୍ୟାରେଣ୍ଟି କାହିଁକି ଆବଶ୍ୟକ?

ଏନପିଏଗୁଡ଼ିକର ବ୍ୟାକଲଗ ସହିତ କାର୍ଯ୍ୟ କରୁଥିବା ଏହି ପ୍ରକାରର ସମାଧାନ ବ୍ୟବସ୍ଥା ସାଧାରଣତଃ ସରକାରଙ୍କ ଠାରୁ ସମର୍ଥନ ଆବଶ୍ୟକ କରିଥାଏ। ଏହା ବିଶ୍ଵସନୀୟତା ଏବଂ  ଆକସ୍ମିକ ସହାୟତାକୁ ପ୍ରଭାବିତ କରିଥାଏ। ତେଣୁ, ଏନଏଆରସିଏଲ ଦ୍ୱାରା ଜାରି କରାଯାଇଥିବା ସିକ୍ୟୁରିଟି ରିସିପ୍ଟ (ଏସଆର)ଗୁଡ଼ିକୁ ଭାରତ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା 30,600 ଗ୍ୟାରେଣ୍ଟି ସମର୍ଥନ କରିବ। ଏହି ଗ୍ୟାରେଣ୍ଟିର ଅବଧି 5 ବର୍ଷ ପାଇଁ ହେବ।  ଗ୍ୟାରେଣ୍ଟି ପ୍ରଦାନ ପାଇଁ ଆବଶ୍ୟକ ସର୍ତ୍ତ ହେବ ସମାଧାନ କିମ୍ବା ପରିଶୋଧନ ଏସଆର ର ନାମମାତ୍ର ମୂଲ୍ୟ ଏବଂ ବାସ୍ତବ ଅସୁଲି ମଧ୍ୟରେ ରହିଥିବା ନିଅଣ୍ଟକୁ ଏହି ଗ୍ୟାରେଣ୍ଟି ଭରଣା କରିବ। ଭାରତ ସରକାରଙ୍କ ଗ୍ୟାରେଣ୍ଟି ଏସଆର ର ଲିକ୍ୟୁଡିଟି ଏତେ ପରିମାଣରେ ବୃଦ୍ଧି କରିବ ଯେ ଏସଆରଗୁଡ଼ିକ ବିକ୍ରି ଯୋଗ୍ୟ ହୋଇପାରିବ।

 

ଏନଏଆରସିଏଲ ଏବଂ ଆଇଡିଆରସିଏଲ କିଭଳି କାର୍ଯ୍ୟ କରିବ?

ଅଗ୍ରଣୀ ବ୍ୟାଙ୍କକୁ ଏକ ପ୍ରସ୍ତାବ ଦେଇ ଏନଏଆରସିଏଲ ସମ୍ପତ୍ତିଗୁଡ଼ିକୁ ଅଧିଗ୍ରହଣ କରିବ।  ଥରେ ଏନଏଆରସିଏଲର ପ୍ରସ୍ତାବ ଗୃହିତ ହେଲେ, ଏହାପରେ, ଆଇଡିଆରସିଏଲ ପରିଚାଳନା ଏବଂ ମୂଲ୍ୟ ବୃଦ୍ଧି ନିମନ୍ତେ ସମ୍ପୃକ୍ତ ହେବ।

 

ଏହି ନୂଆ ଢାଞ୍ଚାରୁ ବ୍ୟାଙ୍କଗୁଡ଼ିକ କିଭଳି ଲାଭ ପାଇପାରିବେ?

ଏହା ଚାପଗ୍ରସ୍ତ ସମ୍ପତ୍ତିଗୁଡ଼ିକର ଦ୍ରୁତ ସମାଧାନକୁ ପ୍ରୋତ୍ସାହିତ କରିବ ଏବଂ ଅଧିକ ମୂଲ୍ୟ ଅସୁଲିରେ ସହାୟକ ହେବ । ଏହି ବ୍ୟବସ୍ଥା ଫଳରେ ବ୍ୟବସାୟ ଏବଂ ଋଣ ଅଭିବୃଦ୍ଧି ବଢ଼ାଇବା ପ୍ରତି ଧ୍ୟାନ ଦେବା ନିମନ୍ତେ ବ୍ୟାଙ୍କ ଅଧିକାରୀମାନେ ଅଧିକ ମୁକ୍ତ ହୋଇ କାର୍ଯ୍ୟ କରିପାରିବେ। ଏହିସବୁ ଚାପଗ୍ରସ୍ତ ସମ୍ପତ୍ତି ଏବଂ ଏସଆରଗୁଡ଼ିକର ଅଧିଗ୍ରହିତା ଭାବେ ବ୍ୟାଙ୍କଗୁଡ଼ିକ ଲାଭ ହାସଲ କରିବେ। ଆହୁରି, ଏହା ବ୍ୟାଙ୍କର ମୂଲ୍ୟାଙ୍କନରେ ସୁଧାର ଆଣିବ ଏବଂ ବଜାର ପୁଞ୍ଜି ସଂଗ୍ରହ କ୍ଷମତା ବଢ଼ାଇବ।

 

ଏବେ ଏହା କାହିଁକି ପ୍ରତିଷ୍ଠା କରାଯାଉଛି?

ଦେବାଳିଆ ଓ ଦେବାଳିଆପଣ ସଂହିତା (ଆଇବିସି), ସିକ୍ୟୁରିଟାଇଜେସନ ଓ ଆର୍ଥିକ ସମ୍ପତ୍ତିର ପୁନର୍ଗଠନ ଏବଂ ସିକ୍ୟୁରିଟି ସୁଧ ପ୍ରବର୍ତ୍ତନ (ଏସଏଆରଏଫଏଇଏସଆଇ) ଆଇନ ଏବଂ ଋଣ ଅସୁଲି ଟ୍ରିବ୍ୟୁନାଲ ସହିତ ଅଧିକ ପରିମାଣର ଏନପିଏ ଆକାଉଣ୍ଟ ପାଇଁ ବ୍ୟାଙ୍କଗୁଡ଼ିକରେ ସମର୍ପିତ ଚାପଗ୍ରସ୍ତ ସମ୍ପତ୍ତି ପରିଚାଳନା ଭର୍ଟିକାଲ୍ସ (ଏସଏଏମଭି) ପ୍ରତିଷ୍ଠା କରାଯାଇଥିବା କାରଣରୁ ଅସୁଲୀ ଉପରେ ଅଧିକ ଧ୍ୟାନ ଦିଆଯାଇପାରିଛି। ଏସବୁ ପ୍ରୟାସ ସତ୍ତ୍ୱେ, ବ୍ୟାଙ୍କଗୁଡ଼ିକର ବାଲାନ୍ସ ସିଟରେ ବହୁ ପରିମାରଣର ଏନପିଏ ପଡ଼ି ରହୁଛି, ଏହାର ପ୍ରମୁଖ କାରଣ ହେଉଛି- ସମ୍ପତ୍ତି ଗୁଣବତ୍ତା ସମୀକ୍ଷା ଅନୁଯାୟୀ ଖରାପ ଋଣଗୁଡ଼ିକ କେବଳ ଅଧିକ ମାତ୍ରାରେ ବକେୟା ପଡ଼ି ରହିନାହିଁ ବରଂ ବିଭିନ୍ନ ଋଣଦାତାମାନମାନଙ୍କ ନିକଟରେ ବିଭାଜିତ ଅବସ୍ଥାରେ ରହିଛି। ପୂର୍ବରୁ ପଡ଼ି ରହିଥିବା ଏନପିଏଗୁଡ଼ିକ ଆଦାୟ ପାଇଁ ବ୍ୟାଙ୍କ ଗୁଡ଼ିକ ପକ୍ଷରୁ ଉଚ୍ଚସ୍ତରୀୟ ବ୍ୟବସ୍ଥା କରାଯିବା ଦ୍ରୁତ ସମାଧାନ ନିମନ୍ତେ ଏକ ଅଭିନବ ସୁଯୋଗ ସୃଷ୍ଟି କରିଛି।

 

ଗ୍ୟାରେଣ୍ଟି ଲାଗୁ ହେବାର ସମ୍ଭାବନା ରହିଛି କି?

ପଡ଼ି ରହିଥିବା ସମ୍ପତ୍ତିରୁ ଆଦାୟ ବାସ୍ତବ ମୂଲ୍ୟ ଏବଂ ଉକ୍ତ ସମ୍ପତ୍ତିର ନାମମାତ୍ର ମୂଲ୍ୟ ମଧ୍ୟରେ ରହିଥିବା ନିଅଣ୍ଟକୁ ଭରଣା କରିବା ଲାଗି ସରକାରୀ ଗ୍ୟାରେଣ୍ଟି ଲାଗୁ ହେବ। ତେବେ ଏଥିପାଇଁ 30, 600 କୋଟି ଟଙ୍କା ଏବଂ 5 ବର୍ଷର ଅବଧି ସର୍ତ୍ତ ରହିବ। ଯେହେତୁ ସମ୍ପତ୍ତିର ଏକ ପୁଲ ରହିବ, ତେଣୁ ଏହା ଆଶା କରାଯିବା ସ୍ୱାଭାବିକ ଯେ ଅଧିକାଂଶ କ୍ଷେତ୍ରରେ ଅସୁଲୀ ମୂଲ୍ୟ ଅଧିଗ୍ରହଣ ମୂଲ୍ୟ ଠାରୁ ଅଧିକ ହେବ।

 

ସରକାର କିଭଳି ଦ୍ରୁତ ଏବଂ ସମୟୋଚିତ ସମାଧାନ ସୁନିଶ୍ଚିତ କରିବେ?

ଗ୍ୟାରେଣ୍ଟିର ଅବଧି 5 ବର୍ଷ ପାଇଁ ହେବ ଏବଂ ଗ୍ୟାରେଣ୍ଟି ପ୍ରଦାନ ପାଇଁ ଆବଶ୍ୟକ ସର୍ତ୍ତ ରହିବ ସମାଧାନ କିମ୍ବା ପରିଶୋଧନ ଆହୁରି, ସମାଧାନରେ ବିଳମ୍ବଜନିତ କ୍ଷତି ଭରଣା ପାଇଁ, ଏନଏଆରସିଏଲକୁ ଏକ ଗ୍ୟାରେଣ୍ଟି ଶୁଳ୍କ ଦେବାକୁ ପଡ଼ିବ ଯାହା ସମୟ ଅତିବାହିତ ହେବା ସହିତ ବୃଦ୍ଧି ପାଇଚାଲିବ।

 

ଏନଏଆରସିଏଲର ପୁଞ୍ଜିଗତ ଢାଞ୍ଚା କ’ଣ ହେବ ଏବଂ ସରକାର ଏଥିରେ କେତେ ପରିମାଣର ଯୋଗଦାନ ଦେବେ?

ଏନଏମଆରସିଏଲର ପୁଞ୍ଜିକରଣ ବ୍ୟାଙ୍କ ଏବଂ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି)ଗୁଡ଼ିକ ଠାରୁ ଇକ୍ୟୁଟି ଜରିଆରେ ହେବ। ଏହା ମଧ୍ୟ ଆବଶ୍ୟକତା ଅନୁସାରେ ଋଣ ବୃଦ୍ଧି କରିବ। ଭାରତ ସରକାରଙ୍କ ଗ୍ୟାରେଣ୍ଟି ଅଗ୍ରୀମ ପୁଞ୍ଜିକରଣ ଆବଶ୍ୟକତାକୁ ହ୍ରାସ କରିବ।

 

ଚାପଗ୍ରସ୍ତ ସମ୍ପତ୍ତିଗୁଡ଼ିକର ସମାଧାନ ପାଇଁ ଏନଏଆରସିଏଲର ରଣନୀତି କ’ଣ ହେବ?

ଏନଏଆରସିଏଲ ପାଖାପାଖି 2 ଲକ୍ଷ କୋଟି ଟଙ୍କାର ପରିମାଣ ପର୍ଯ୍ୟନ୍ତ 500 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରତ୍ୟେକ ଚାପଗ୍ରସ୍ତ ଋଣ ସମ୍ପତ୍ତିର ସମାଧାନ କରିବ। ପ୍ରଥମ ପର୍ଯ୍ୟାୟରେ, ପାଖାପାଖି 90,000 କୋଟି ଟଙ୍କାର ସମ୍ପୂର୍ଣ୍ଣ ବ୍ୟବସ୍ଥିତ ସମ୍ପତ୍ତି ଏନଏଆରସିଏଲକୁ ସ୍ଥାନାନ୍ତରିତ କରାଯିବ ବୋଲି ଆଶା କରାଯାଉଛି, କମ ବ୍ୟବସ୍ଥା ଥିବା ଅବଶିଷ୍ଟ ସମ୍ପତ୍ତି ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନାନ୍ତରିତ କରାଯିବ।

 

*********

P.S.

 



(Release ID: 1755599) Visitor Counter : 276