ଅର୍ଥ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ)- ଆର୍ଥିକ ସମାଯୋଜନର ରାଷ୍ଟ୍ରୀୟ ମିଶନ ସଫଳ ରୂପାୟନର ସାତ ବର୍ଷ ପୂର୍ତ୍ତି

ପିଏମଜେଡିୱାଇ ଆରମ୍ଭ ହେବା ଦିନଠାରୁ ଅଦ୍ୟାବଧି ଏହା ଅଧୀନରେ ମୋଟ ୪୩.୦୪ କୋଟିରୁ ଅଧିକ ଲାଭାର୍ଥୀଙ୍କ ବ୍ୟାଙ୍କ ଜମାଖାତାକୁ ମୋଟ ୧୪୬.୨୩୧ କୋଟି ଟଙ୍କା ପଠାଯାଇଛି

“ମାତ୍ର ସାତ ବର୍ଷର କମ୍‍ ସମୟ ଅବଧି ମଧ୍ୟରେ ପିଏମଜେଡିୱାଇ ଅଧୀନରେ ଗ୍ରହଣ କରାଯାଇଥିବା ଯୋଜନାର ରୂପାନ୍ତରଣ ଏବଂ ଦିଶାନିର୍ଦ୍ଦେଶାତ୍ମକ ପରିବର୍ତ୍ତନ ସୃଷ୍ଟି କରିପାରିଛି, ଯାହା ଦେଶରେ ମୁଣ୍ଡ ଟେକୁଥିବା ଆର୍ଥିକ ସଂସ୍ଥାନମାନଙ୍କର ଇକୋସିଷ୍ଟମକୁ ସମାଜର ଶେଷତମ ବ୍ୟକ୍ତି ତଥା ଦରିଦ୍ରତମ ବ୍ୟକ୍ତିଙ୍କୁ ଆର୍ଥିକ ସେବା ପ୍ରଦାନ କରିବାରେ ସକ୍ଷମ ହୋଇପାରିଛି” - ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ

“ସମାବେଶୀ ବିକାଶଧାରାର ପ୍ରବର୍ତ୍ତକ ହୋଇଥିବାର ଆର୍ଥିକ ସମାଯୋଜନ ଉପରେ ବର୍ତ୍ତମାନର ସରକାର ସର୍ବୋଚ୍ଚ ପ୍ରଥମିକତା ପ୍ରଦାନ କରୁଛନ୍ତି: ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡ.ଭାଗବତ କରାଡ

ପିଏମଜେଡିୱାଇ ଜମାଖାତା ସଂଖ୍ୟା ମାର୍ଚ୍ଚ ୨୦୧୫ରେ ୧୪.୭୨ କୋଟି ଥିବାବେଳେ ତାହା ତିନିଗୁଣ ବୃଦ୍ଧି ପାଇ ୧.୮.୦୮.୨୦୨୧ ତାରିଖ ସୁଦ୍ଧା ୪୩.୦୪ କୋଟି ଛୁଇଁଛି

ଦେଶର ୫୫ ପ୍ରତିଶତ ଜନ- ଧନ ଖାତାଧାରକ ମହିଳା ଏବଂ ୬୭ ପ୍ରତିଶତ ଜନ ଧନ ଖାତା ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳବାସୀଙ୍କ ନାମରେ ରହିଛି

ମୋଟ ୪୩.୦୪ କୋଟି ପିଏମଜେଡିୱାଇ ଖାତା ମଧ୍ୟରୁ ୩୬.୮୬ କୋଟି ଖାତା (୮୬%) କାର୍ଯ୍ୟକ୍ଷମ ରହିଛି ।

ପିଏମଜେଡ଼ିୱାଇ ଖାତାଧାରକଙ୍‍କୁ ଜାରି କରାଯାଇଥିବା ରୁପେ କାର୍ଡ଼ର ମୋଟ ସଂଖ୍ୟା ଦେଶରେ ୩୧.୨୩ କୋଟି ଛୁଇଁଛି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ କୋଭିଡ଼ ଲକଡ଼ାଉନ ସମୟରେ ମହିଳା ପିଏମଜେଡିୱାଇ ଖାତାଧାରକମାନଙ୍କ ଜମାଖାତାରେ ମୋଟ ୩୦,୯୪୫ କୋଟି ଟଙ୍କା ଜମା କରାଯାଇଛି ।

ପ୍ରାୟ ୫.୧ କୋଟି ପିଏମଜେଡିୱାଇ ଖାତାଧାରକ ବିଭିନ୍ନ ଯୋଜନା ଅଧୀନରେ ସରକାରଙ୍କ ଠାରୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ହାସଲ କରୁଛନ୍ତି ।

Posted On: 28 AUG 2021 7:30AM by PIB Bhubaneshwar

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଏବଂ ଏପର୍ଯ୍ୟନ୍ତ ସାମାଜିକ ଆର୍ଥିକ ଦୃଷ୍ଟିରୁ ଉପେକ୍ଷିତ ବର୍ଗଙ୍କୁ ଆର୍ଥିକ ସମାଯୋଜନା କରିବା ଉଦ୍ଦେଶ୍ୟରେ ତଥା ସେମାନଙ୍କୁ ସହାୟତା ଯୋଗାଣ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ । ସମାବେଶୀ ବିକାଶର ପ୍ରବର୍ତ୍ତକ ଭାବେ ଆର୍ଥିକ ସମାଯୋଜନ ବର୍ତ୍ତମାନର ସରକାରଙ୍କର ରାଷ୍ଟ୍ରୀୟ ପ୍ରାଥମିକତା ପାଲଟିଛି । ଏହା ଏହି କାରଣରୁ ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ଯେ ଏହି ପଦକ୍ଷେପ ଗ୍ରହଣ ଦ୍ୱାରା ଦେଶର ଗରିବ ଲୋକମାନଙ୍କୁ ଅର୍ଥ ସଞ୍ଚୟ କରିବା ନିମନ୍ତେ ଔପଚାରିକ ଆର୍ଥିକ ପ୍ରଣାଳୀରେ ସାମିଲ କରିବା ସକାଶେ ଏକ ମାର୍ଗ ପ୍ରଶସ୍ତ ହୋଇଛି । ଏହା ବ୍ୟତୀତ ସେମାନଙ୍କୁ ନିଜ ଗ୍ରାମରେ ନିଜର ପରିବାରଙ୍କ ନିକଟକୁ ଟଙ୍କା ପଠାଇବା ବ୍ୟତୀତ ସୁଧଖୋର ସାହୁକାରମାନଙ୍କ ପଞ୍ଝାରୁ ମଧ୍ୟ ମୁକ୍ତ କରିବାର ଏକ ଅବସର ସୃଷ୍ଟି କରାଯାଇପାରିଛି । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ) ଏହି ପ୍ରତିବଦ୍ଧତାକୁ ସ୍ମରଣ ପୂର୍ବକ ଏହାକୁ ଏକ ମାର୍ଗ ଭାବେ ପ୍ରାଥମିକତା ପ୍ରଦାନ କରିଆସୁଛି । ଏହା ଆର୍ଥିକ ସମାଯୋଜନ ସହିତ ସଂଶ୍ଳିଷ୍ଟ ବିଶ୍ୱର ସବୁଠାରୁ ବଡ଼ କାର୍ଯ୍ୟକ୍ରମମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଉଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହା ଅଗଷ୍ଟ ୧୫ ତାରିଖ ଦିନ ସ୍ୱତନ୍ତ୍ରତା ଦିବସ ଅବସରରେ ରାଷ୍ଟ୍ର ଉଦ୍ଦେଶ୍ୟରେ କରିଥିବା ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱା)ର ଘୋଷଣା କରିଥିଲେ । ସେହିବର୍ଷ ଅଗଷ୍ଟ ୧୮ ତାରିଖ ଦିନ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରକୁ ଦେଶର ଗରିବ ଲୋକମାନଙ୍କୁ ଏକ ସୁଶ୍ଚକ୍ରରୁ ମୁକ୍ତିର ଉତ୍ସବ ଭାବେ ଅଭିହିତ କରିଥିଲେ ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ)ର ସାତବର୍ଷ ପୂର୍ତ୍ତି ଅବସରରେ, ଅର୍ଥମନ୍ତ୍ର ଶ୍ରୀମତୀ ନିର୍ମଳା ସୀତାରମଣ ଏହି ଯୋଜନାର ମହତ୍ତ୍ୱକୁ ଦେହରାଇଛନ୍ତି । ସେ କହିଛନ୍ତି, “ସାତ ବର୍ଷର କମ୍‍ ସମୟ ଅବଧି ମଧ୍ୟରେ ପିଏମଜେଡିୱାଇ ଅଧୀନରେ ରୂପାୟନ କରାଯାଇଥିବା ଉପାୟ ଦ୍ୱାରା ରୂପାନ୍ତରକାରୀ ଏବଂ ଦିଶାତ୍ମକ ପରିବର୍ତ୍ତନ ସୃଷ୍ଟି କରିଛି । ଏହା ଫଳରେ ପ୍ରଗତିଶୀଳ ବିତ୍ତୀୟ ସଂସ୍ଥାମାନଙ୍କର ଇକୋସିଷ୍ଟମ ସମାଜର ଶେଷତମ ବ୍ୟକ୍ତି ଏବଂ ଗରିବତମ ବ୍ୟକ୍ତିଙ୍କୁ ସୁଦ୍ଧା ଆର୍ଥିକ ସେବା ଯୋଗାଇ ଦେବାରେ ସକ୍ଷମ ହୋଇପାରିଛି । ପିଏମଜେଡିୱାଇରେ ଅନ୍ତର୍ନିହିତ ଥିବା ସ୍ତମ୍ଭ ଅର୍ଥାତ୍‍ ବ୍ୟାଙ୍କିଙ୍ଗ୍‍ ସେବାରୁ ବଞ୍ଚିତ ହୋଇରହୁଥିବା ଲୋକମାନଙ୍କୁ ବ୍ୟାଙ୍କିଙ୍ଗ୍‍ ସେବା ସହିତ ଯୋଡ଼ିବା, ଅସୁରକ୍ଷିତଙ୍କୁ ସୁରକ୍ଷିତ କରିବା ଏବଂ ଅଣ-ବିତ୍ତପୋଷିତଙ୍କୁ ଆର୍ଥିକ ପୋଷଣଯୁକ୍ତ କରିବା ଭଳି ପଦକ୍ଷେପ ଆର୍ଥିକ ସେବାରୁ ବଞ୍ଚିତ ଏବଂ ଅପେକ୍ଷାକୃତ କମ୍‍ ଆର୍ଥିକ ସେବା ପାଇ ପାରୁଥିବା କ୍ଷେତ୍ରକୁ ସେବା ପ୍ରଦାନ କରିବା ଦ୍ୱାରା ପ୍ରାଦ୍ଦ୍ୟୋଗିକଙ୍କୁ ଲାଭ ମିଳିପାରିବା ସହିତ ହିତଧାରକମାନେ ମଧ୍ୟ ସହଯୋଗାତ୍ମକ ଦୃଷ୍ଟିକୋଣ ଆପଣାଇବା ସମ୍ଭବପର ହୋଇପାରିଛି ।

ଏହି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡ. ଭାଗବତ କରାଡ଼ ପିଏମଜେଡିୱାଇ ସଂପର୍କରେ ନିଜର ମତ ବ୍ୟକ୍ତ କରିଥିଲେ । ସେ କହିଲେ ଯେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ) କେବଳ  ଭାରତ ନୁହେଁ ବରଂ ସମଗ୍ର  ବିଶ୍ୱରେ ଆର୍ଥିକ ସମାଯୋଜନ ଦିଗରେ ସବୁଠାରୁ ଦ୍ରୁତତର ବ୍ୟବସ୍ଥାମାନଙ୍କ ମଧ୍ୟରୁ ଅନ୍ୟତମ । ସମାବେଶୀ ବିକାଶର ପ୍ରବର୍ତ୍ତକ ହୋଇଥିବା ଯୋଗୁ ଚଳିତ ସରକାର ଆର୍ଥିକ ସମାଯୋଜନକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରିଆସୁଛନ୍ତି । ଏହା ଗରିବ ଲୋକମାନଙ୍କୁ ସେମାନଙ୍କର କଷ୍ଟ ଅର୍ଜିତ ଅର୍ଥ ସଞ୍ଚୟ କରିବାର ଆର୍ଥିକ ପ୍ରଣାଳୀର ସୁଯୋଗ ପ୍ରଦାନ କରିଛି ଏବଂ ଏ ଦିଗରେ ସେମାନଙ୍କୁ ମାର୍ଗ ପ୍ରଦର୍ଶନ କରିଛି । ଏବଂ ଏହା ଦ୍ୱାରା ଗରିବ ପରିବାରମାନଙ୍କ ନିକଟକୁ ଅର୍ଥ ପଠାଇବା ବ୍ୟତୀତ ଏହା ସେମାନଙ୍କୁ ସୁଧଖୋର ସାହୁକାରମାନଙ୍କୁ ପଞ୍ଝାରୁ ବାହାର କରିବାର ଏକ ଅବସର ମଧ୍ୟ ପ୍ରଦାନ କରିଛି ।

ଆଜି ଯେତେବେଳେ ଏହି ଯୋଜନାର ସଫଳ କାର୍ଯ୍ୟାନ୍ୱୟନର ସାତ ବର୍ଷ ପୂରଣ ହୋଇସାରିଛି, ଆସନ୍ତୁ ଆମେ ଏହି ଯୋଜନା ମାଧ୍ୟମରେ ଏପର୍ଯ୍ୟନ୍ତ ପ୍ରମୁଖ କାର୍ଯ୍ୟକ୍ରମ ଏବଂ ସେଗୁଡ଼ିକର ଉପଲବଧ ଉପରେ ନଜର ପକାଇବା ।

 

ପୃଷ୍ଠଭୂମି

 

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱା) ଆର୍ଥିକ ସେବା ଅର୍ଥାତ୍‍ ବ୍ୟାଙ୍କିଙ୍ଗ୍‍/ ସଞ୍ଚୟ ଏବଂ ଜମା ଖାତା, ବିପ୍ରେଷଣ (ରିମିଟାନ୍ସ), ଜମା, ବୀମା, ପେନସନ ପର୍ଯ୍ୟନ୍ତ ସକଳ କାର୍ଯ୍ୟ ଅତି ସହଜରେ ପହଞ୍ଚାଇବାକୁ  ସୁନିଶ୍ଚିତ କରିବା ଦିଗରେ ଆର୍ଥିକ ସମାଯୋଜନର ଏକ ରାଷ୍ଟ୍ରୀୟ ମିଶନ ଭାବେ ପରିଗଣିତ ।

୧.ଉଦ୍ଦେଶ୍ୟ:

-ଶସ୍ତା ମୂଲ୍ୟରେ ଆର୍ଥିକ ଉତ୍ପାଦମାନଙ୍କୁ ଏବଂ ସେମାଗୁଡ଼ିକୁ ପର୍ଯ୍ୟନ୍ତ ପହଞ୍ଚ ସୁନିଶ୍ଚିତ କରିବା

-ଖର୍ଚ୍ଚ କମ୍‍ ଏବଂ ପହଞ୍ଚ ବଢ଼ାଇବା ନିମନ୍ତେ ପ୍ରଯୁକ୍ତିର ଉପଯୋଗ

୨.ଏହି ଯୋଜନାର ମୂଳ ଉଦ୍ଦେଶ୍ୟ

-ବ୍ୟାଙ୍କିଙ୍ଗ୍‍ ସେବାରୁ ଏପର୍ଯ୍ୟନ୍ତ ବଞ୍ଚିତ ରହିଆସିଥିବା ଲୋକଙ୍କ ବ୍ୟାଙ୍କିଙ୍ଗ୍‍ ସେବା ସହିତ ଯୋଡ଼ିବା: ସର୍ବନିମ୍ନ କାଗଜ ଲେଖାପଢ଼ା, କେୱାଇସିରୁ ଛାଡ଼, ଇ-କେୱାଇସି, କ୍ୟାପ୍‍ ମୋଡ଼ରେ ଖାତା ଖୋଲିବ, ଶୂନ୍ୟ ଶେଷ ଏବଂ ଶୂନ୍ୟ ଶୁଳ୍କ ପ୍ରାବଧାନ ସହିତ ପ୍ରାଥମିକ ସଞ୍ଚୟ ବ୍ୟାଙ୍କ୍‍ (ବିଏସବିଡ଼ି) ଖାତା ଖୋଲିବା ।

 

-ଅସୁରକ୍ଷିତଙ୍କୁ ସୁରକ୍ଷିତ କରିବା - ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଦୁର୍ଘଣଣା ବୀମା କଭରେଜ ସହିତ ନଗତ ନିକାସୀ ଏବଂ ବ୍ୟବସାୟିକ ସ୍ଥାନ ଉପରେ ଉଠାଣ ନିମନ୍ତେ ସ୍ୱଦେଶୀ ଡେବିଟ୍‍ କାର୍ଡ଼ ଜାରି କରାଯିବା ।

- ଅଣ ଆର୍ଥିକପୋଷିତ ଲୋକମାନଙ୍କୁ ଆର୍ଥିକ ପୋଷଣକ୍ଷମ କରିବା- ସୂକ୍ଷ୍ମ ବୀମା, ଉପଭୁକ୍ତି ନିମନ୍ତେ ଓଭରଡ୍ରାଫ୍ଟ, ମାଇକ୍ରୋ ପେନସନ ଏବଂ ମାଇକ୍ରୋ କ୍ରେଡିଟ୍‍ ଭଳି ଅନ୍ୟ ଆର୍ଥିକି ଉତ୍ପାଦ

୨. ପ୍ରାରମ୍ଭିକ ବିଶେଷତାମାନ

ଏହି ଯୋଜନା ନିମ୍ନଲିଖିତ ଛଅଟି ସ୍ତମ୍ଭ ଆଧାରରେ ଏହା ଆରମ୍ଭ କରାଯାଇଥିôଲା:

-ବ୍ୟାଙ୍କିଙ୍ଗ୍‍ ସେବା ପର୍ଯ୍ୟନ୍ତ ସାର୍ବଜନୀନ ପହଞ୍ଚ- ଶାଖା ଏବଂ ବିସି

- ପ୍ରତ୍ୟେକ ପ୍ରାପ୍ତବୟସ୍କଙ୍‍କୁ ୧୦,୦୦୦ ଟଙ୍କାର ଓଭରଡ୍ରାଫ୍ଟ ସୁବିଧା ସହିତ ମୌଳିକ ବ୍ୟାଙ୍କ ଜମାଖାତା ପ୍ରଦାନ

-ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ସଞ୍ଚୟ, ଏଟିଏମର ଉପଯୋଗ, ଋଣ ନିମନ୍ତେ ପ୍ରସ୍ତୁତ ହେବା, ବୀମା ଏବଂ ପେନସନ୍‍ ଯୋଜନାର ଲାଭ ଉଣାଠ, ବ୍ୟାଙ୍କିଙ୍ଗ୍‍ ସହିତ ସଂଶ୍ଳିଷ୍ଟ କାର୍ଯ୍ୟ ନିମନ୍ତେ ବେସିକ୍‍ ମୋବାଇଲ୍‍ ଫୋନ୍‍ର ଉପଯୋଗକୁ ବୃଦ୍ଧି କରିବା

-କ୍ରେଡିଟ୍‍ ଗ୍ୟାରେଣ୍ଟି ପାଣ୍ଠି ଗଠନ - ବକେୟା ମାମଲାରେ ବ୍ୟାଙ୍କମାନଙ୍କୁ କିଛି ଗ୍ୟାରେଣ୍ଟି ପ୍ରଦାନ କରିବା ନିମନ୍ତେ

-ବୀମା-  ୨୦୧୪ ମସିହା ଅଗଷ୍ଟ ୧୫ ତାରିଖ ଠାରୁ ୨୦୧୫ ଜାନୁଆରୀ ୩୧ ତାରିଖ ମଧ୍ୟରେ ଖୋଲାଯାଇଥିବା ଖାତାରେ ୧,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ଏବଂ ୩୦,୦୦୦ ଟଙ୍କାର ଜୀବନ ବୀମା

-ଅସଂଗଠିତ କ୍ଷେତ୍ର ନିମନ୍ତେ ପେନସନ ଯୋଜନା

୪. ଅତୀତର ଅନୁଭବ ଆଧାରରେ ପିଏମଜେଡିୱାଇରେ ଆପଣା ଯାଇଥିବା ମହତ୍ତ୍ୱପୂର୍ଣ୍ଣ ଦୃଷ୍ଟିକୋଣ:

-ଅନଲାଇନରେ ଖାତା ଖୋଲିବାର ପଦ୍ଧତି ସ୍ଥାନରେ ଭେଣ୍ଟର ସହିତ ପ୍ରାଦ୍ଦ୍ୟୋଗିକୀ ଲକ୍‍- ଇନ୍‍ ସହିତ ଖୋଲାଯାଇଥିବା ନୂତନ ଜମାଖାତା ବ୍ୟାଙ୍କର କୋର ବ୍ୟାଙ୍କିଙ୍ଗ୍‍ ପ୍ରଣାଳୀରେ ଅନଲାଇନ୍‍ ଖାତା ରହିଛି ।

-ରୁପେ ଡେବିଟ୍‍ କାର୍ଡ଼ କିମ୍ବା ଆଧାର ସମର୍ଥିକ ଏଇପିଏସ ମାଧ୍ୟମରେ ଅନ୍ତର ସଞ୍ଚାଳନ ଫିକ୍ସଡ-ପଏଣ୍ଟ ବିଜନେସ କାରବାର

-କେୱାଇସି ସହିତ ଜଡ଼ିତ ଜଟିଳ ଔପଚାରିକତାମାନଙ୍କ ସ୍ଥାନରେ ସରଳୀକୃତି କେୱାଇସି/ ଇ-କେୱାଇସି

୫. ନୂତନ ସୁବିଧାସୁଯୋଗ ସହିତ ପିଏମଜେଡିୱାର ବିସ୍ତାରଣ: ସରକାର କେତେଗୁଡ଼ିଏ ସଂଶୋଧନ ସହିତ ୨୮.୮.୨୦୨୧ ତାରିଖ ଠାରୁ ପିଏମଜେଡିୱାଇ କାର୍ଯ୍ୟକ୍ରମକୁ ବ୍ୟାପକ କରି ଆଗକୁ ବଢ଼ିବାକୁ ସିଦ୍ଧାନ୍ତ ଗ୍ରହଣ କରିଛନ୍ତି ।

- ‘ପ୍ରତି ପରିବାର ରୁ ହଟି ବ୍ୟାଙ୍କିଙ୍ଗ୍‍ ସେବାରୁ ବଞ୍ଚିତ ପ୍ରତ୍ୟେକ ବ୍ୟକ୍ତିଉପରେ ଧ୍ୟାନ କେନ୍ଦ୍ରୀତ

-ରୁକେ କାର୍ଡ଼ ବୀମା- ୨୮.୦୮.୨୦୨୧ ତାରିଖ ପରେ ଖୋଲାଯାଇଥିବା ପିଏମଜେଡିୱାଇ ଖାତାମାନଙ୍କ ସକାଶେ ରୁପେ କାର୍ଡ ଉପରେ ମାଗଣା ଦୁର୍ଘଟଣା ବୀମା କଭର ମୂଲ୍ୟକୁ ଏକ ଲକ୍ଷରର ବଢ଼ାଇ ଦୁଇ ଲକ୍ଷ ଟଙ୍କାର କରିଦିଆଯାଇଛି ।

-ଓଭରଡ୍ରାଫ୍ଟର ସୁବିଧାସୁଯୋଗ ବୃଦ୍ଧି-

-ଓଭରଡ୍ରାଫ୍ଟ ସୀମାକୁ ୫,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କାକୁ ଦ୍ୱିଗୁଣିତ କରାଯାଇଛି; ,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ (ବିନା ସର୍ତ୍ତାବଳୀରେ)

-ଓଭରଡ୍ରାଫ୍ଟ ନିମନ୍ତେ ଉପର ଆୟୁସୀମାକୁ ୬୦ ବର୍ଷରୁ ବଢ଼ାଇ ୬୫ ବର୍ଷ କରିଦିଆଯାଇଛି ।

୬. ପିଏମଜେଡିୱାଇର ପ୍ରଭାବ

-ପିଏମଜେଡିୱା ଜନ କେନ୍ଦ୍ରିତ ଆର୍ଥକି ସୁବିଧା ପ୍ରଦାନର ଆଧାରଶୀଳା ଉପରେ ଆଧାରିତ । ଚାହା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ହୋଇଥାଉ, କୋଭିଡ଼ ୧୯ ଆର୍ଥିକ ସହାୟତା, ପିଏମ କିଷାନ, ମନରେଗା ଅଧୀନରେ ବର୍ଦ୍ଧିତ ମଜୁରି, ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା କଭର ହୋଇଥାଉ, ଏହିସବୁ ବ୍ୟବସ୍ଥାର ପ୍ରଥମ ପଦକ୍ଷେପ ଭାବେ ପ୍ରତ୍ୟେକ ବୟସ୍କ ବ୍ୟକ୍ତିଙ୍କୁ ଗୋଟିଏ ଲେଖାଏଁ ବ୍ୟାଙ୍କ ଜମାଖାତା ପ୍ରଦାନ କରାଯାଇଥାଏ ଯାହା ପିଏମଜେଡିୱାଇ ଏବେସୁଦ୍ଧା ପ୍ରାୟତଃ ପୂରଣ କରିସାରିଛି ।

ମାର୍ଚ୍ଚ ୨୦୧୪ ଠାରୁ ମାର୍ଚ୍ଚ ୨୦୨୦ ଅବଧିରେ ଖୋଲା ଯାଇଥିବା ଦୁଇଟିରୁ ଗୋଟିଏ ଖାତା ପିଏମଜେଡିୱାଇ ଖାତା । ଦେଶବ୍ୟାପୀ ଲକଡାଉନ୍‍ ସମୟରେ ୧୦ ଦିନ ଭିତରେ ହାରାହାରି ୨୦ କୋଟିରୁ ଅଧିକ ମହିଳାଙ୍କ  ପିଏମଜେଡିୱାଇ ଜମାଖାତାରେ ଅନୁଗ୍ରହ ରାଶି ଜମା କରାଯାଇଥିଲା ।

ଜନଧନ ଗରିବ ଲୋକମାନଙ୍କୁ ସେମାନଙ୍କର ଅର୍ଥ ସଞ୍ଚୟ ସୁଯୋଗକୁ ଔପଚାରିକ ଆର୍ଥିକ ବ୍ୟବସ୍ଥାରେ ଆଣିବା ନିମନ୍ତେ ଏହା ଏକ ପ୍ରସ୍ତସ୍ତ ମାର୍ଗ ପ୍ରଦାନ କରିଥାଏ । ଏବଂ ସେମାନଙ୍କୁ ଗ୍ରାମରେ ନିଜର ପରିବାରଙ୍କ ନିକଟକୁ ଅର୍ଥ ପଠାଇବା ବ୍ୟତୀତ ସୁଧଖୋର ସାହୁକାରମାନଙ୍କ ହାତମୁଠାରୁ ସେମାନଙ୍କୁ ବାହାର କରିବାର ଏକ ଅବସର ମଧ୍ୟ ପ୍ରଦାନ କରିଥାଏ । ପିଏମଜେଡ଼ିୱାଇ ବ୍ୟାଙ୍କିଙ୍ଗ ପ୍ରଣାଳୀରୁ ବଞ୍ଚିତ ରହି ଆସିଥିବା ଲୋକମାନଙ୍କୁ ବ୍ୟାଙ୍କି୍‍୍‍ ପ୍ରଣାଳୀ ସହିତ ଯୋଡ଼ିାପରିଛି । ଭାରତରେ ଆର୍ଥିକ ଢାଞ୍ଚାର ବିସ୍ତାର କରାଯାଇଛି ଏବଂ ପାଖାପାଖି ପ୍ରତ୍ୟେକ ବୟସ୍କ ବ୍ୟକ୍ତି ନିମନ୍ତେ ଆର୍ଥିକ ସମାଯୋଜନାର ସମ୍ଭାବନା ସୃଷ୍ଟି କରାଯାଇଛି ।

ଆଜିର କୋଭିଡ଼ ୧୯ କାଳରେ, ଆମେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡ଼ିବିଟି)କୁ ଉଲ୍ଲେଖନୀୟ କ୍ଷିପ୍ରତା ଏବଂ ସହଜତା ସହିତ ସମାଜର ଦୁର୍ବଳ ବର୍ଗଙ୍କୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ । ଏହାହର ଏକ ମହତତ୍ୱପୂର୍ଣ୍ଣ ବ୍ୟବସ୍ଥା ହେଲା ଏହାଯେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଖାତା ମାଧ୍ୟମରେ ଡିବିଟି ଏକଥା ସୁନିଶ୍ଚିତ କରିଛିଯେ ପ୍ରତ୍ୟେକ ଟଙ୍କା ନିଜର ଇଚ୍ଛିତ ଲାଭାର୍ଥୀ ପର୍ଯ୍ୟନ୍ତ ପହଞ୍ଚିବା ଆବଶ୍ୟକ ଏବଂ ସେଥିପାଇଁ ପ୍ରଣାଳୀଗତ କାର୍ଯ୍ୟଧାରାକୁ କୌଣସି ମତେ ରୋକଯିବନାହିଁ ।

୭.ପିଏମଜେଡିୱାଇ ମାଧ୍ୟମରେ ଉପଲବ୍ôଧ: ୧୮ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ସ୍ଥିତି ଅନୁସାରେ:

କ) ପିଏମଜେଡିୱାଇ ଜମାଖାତା:

-୧୮ ଅଗଷ୍ଟ ୨୦୨୧କୁ ପିଏମଜେଡିୱାଇ ଜମାଖାତାର ମୋଟ ସଂଖ୍ୟା:

୪୩.୦୪ କୋଟି; ୫୫.୪୭% (୨୩.୮୭ କୋଟି) ଜନ ଧାନ ଖାତାଧାରକ ମହିଳା ଏବଂ ୬୬.୬୯% (୨୮.୭୦ କୋଟି) ଜନଧନ ଖାତାଧାରକ ଗ୍ରାମୀଣ ଏବଂ ଅର୍ଦ୍ଧସହର କ୍ଷେତ୍ରର ଅଟନ୍ତି ।

-ଏହି ଯୋଜନାର ପ୍ରଥମ ବର୍ଷରେ ୧୭.୯୦ କୋଟି ପିଏମଜେଡିୱାଇ ଜମାଖାତା ଖୋଲା ଯାଇଥିଲା

-ପିଏମଜେଡିୱାଇ ଅଧୀନରେ ଖାତାଗୁଡ଼ିକ ସଂଖ୍ୟାରେ ଲଗାତାର ବୃଦ୍ଧି ଘଟିଚାଲିଛି ।

-ପିଏମଜେଡିଓ୍‍ବାଇ ଜମାଖାତା ସଂଖ୍ୟା ମାର୍ଚ୍ଚ ୨୦୧୫ରେ ୧୪.୭୨ କୋଟି ଥିବାବେଳେ ଏତେ ତାହା ତିନିଗୁଣ ବୃଦ୍ଧି ପାଇ ୧୮.୦୮.୨୦୨୧ ତାରିଖ ସୁଦ୍ଧା ୪୩.୦୪ କୋଟି ହୋଇଛି । ଆର୍ଥିକ ସମାଯୋଜନା କାର୍ଯ୍ୟକ୍ରମ ଦିଗରେ ଏହା ଏକ ଉଲ୍ଲେଖନୀୟ ଉପଲବ୍ôଧ ବୋଲି କୁହାଯାଇପାରେ ।

ଖ) ଚଳନ୍ତି ପିଏମଜେଡିୱାଇ ଜମାଖାତା-

-ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ବତ୍‍ର୍ମାନର ଦିଶା ନିର୍ଦ୍ଦେଶ ଅନୁସାରେ ଯଦି କୌଣସି ପିଏମଜେଡିୱାଇ ଜମାଖାତାରେ ଦୁଇବର୍ଷ ଅବଧି ମଧ୍ୟରେ ଗ୍ରାହକ କୌଣସି ପ୍ରକାର ଟଙ୍କା ଜମା ଅବା ଉଠାଣ କରିନାହାନ୍ତି ତେବେ ସେହି ଖାତାକୁ ନିଷ୍କ୍ରିୟ ବୋଲି ବିବେଚନା କରାଯିବ । 

-ଅଗଷ୍ଟ ୨୦୨୧ରେ ମୋଟ ୪୩.୦୪ କୋଟି ପିଏମଜେଡିୱାଇ ଜମାଖାତା ମଧ୍ୟରୁ ୩୬.୮୬ କୋଟି ଖାତା (୮୫.୬%) ଚାଲୁ ରହିଛି ।

-ଚାଲୁ ଜମାଖାତାର ପ୍ରତିଶତତାରେ ନିରନ୍ତର ବୃଦ୍ଧି ଘଟିବା ଏହି କଥାର ସଂକେତ ପ୍ରଦାନ କରେଯେ ଏଥିରୁ ଅଧିକତର ଖାତା ଗ୍ରାହକମାନଙ୍କ ଦ୍ୱାରା ନିୟମିତ ଭାବେ ଉପଯୋଗରେ ଆସୁଛି ।

-କେବଳ ୮.୨ % ପିଏମଜେଡିୱାଇ ଜମାଖାତା ଶୂନ୍ୟ ଶେଷବାଲା ଖାତା ହୋଇ ରହିଛି ।

ଗ)ପିଏମଜେଡିୱାଇ ଜମାଖାତା ଅଧୀନରେ ଜମାରାଶି-

-ପିଏମଜେଡିଓ୍‍ବାଇ ଜମାଖାତା ଅଧୀନରେ ମୋଟ ଆର୍ଥିକ ଜମା ପରିମାଣ ୧,୪୬,୨୩୦ କୋଟି ଟଙ୍କା

-ଏହିସବୁ ଜମାଖାତାଙ୍କ ସଂଖ୍ୟାରେ ୨.୪ ଗୁଣ ବୃଦ୍ଧ ଘଟିବା ସହିତ ସେଥିରେ ଜମା ହେବାକୁ ଥିବା ରାଶିରେ ପାଖାପାଖି ୬.୩୮ ଗୁଣ ବୃଦ୍ଧି ଘଟିଛି (ଅଗଷ୍ଟ ୨୦୨୧/ ଅଗଷ୍ଟ ୨୦୧୫)

ଘ) ପ୍ରତି ପିଏମଜେଡିୱାଇ ଜମାଖାତାରେ ପ୍ରତିଶତ ଜମା ରାଶି-

- ପ୍ରତି ଖାତାରେ ହାରାହାରି ଜମାରାଶି ୩,୩୯୮ ଟଙ୍କା

-ଅଗଷ୍ଟ ୨୦୧୫ ତୁଳନାରେ ପ୍ରତି ଜମାଖାତାରେ ହାରାହାରି ଜମାରାଶିରେ ୨.୭ ଗୁଣରୁ ଅଧିକ ବୃଦ୍ଧି ଘଟିଛି

- ଜମାରାଶି ହାରରେ ବୃଦ୍ଧି, ଜମାଖାତାର ବର୍ଦ୍ଧିତ ଉପଯୋଗ ଏବଂ ଖାତାଧିକାରୀମାନଙ୍କ ସଞ୍ଚୟ ଅଭ୍ୟାସ ବୃଦ୍ଧି ପାଇବାର ସଂକେତ ପ୍ରଦାନ କରେ ।

ଙ) ପିଏମଜେଡିୱାଇ ଜମାଖାତାଧାରୀମାନଙ୍କୁ ଜାରି କରାଯାଇଥିବା ରୁପେ କାର୍ଡ

-ପିଏମଜେଡିୱାଇ ଜମାଖାତାଧାରୀଙ୍କୁ ପ୍ରଦାନ କରାଯାଇଥିବା ରୁପେ କାର୍ଡର ମୋଟ ସଂଖ୍ୟା ୩୧.୨୩ କୋଟି

-ସମୟ ସହିତ ରୁପେ କାର୍ଡ ସଂଖ୍ୟା ଏବଂ ଏହାର ଉପଯୋଗରେ ମଧ୍ୟ ବୃଦ୍ଧି ଘଟିଚାଲିଛି ।

୮. ଜନ- ଧନ ଦର୍ଶକ ଆପ୍‍

ଦେଶରେ ବ୍ୟାଙ୍କମାନଙ୍କ ଶାଖା, ଏଟିଏମ, ବ୍ୟାଙ୍କ ମିତ୍ର, ଡାକଘର ଭଳି ଯେପରି ବ୍ୟାଙ୍କିଙ୍ଗ୍‍ ଟଚ୍‍ ପଏଣ୍ଟ ଆଦି  ତଥ୍ୟ ସଂଗ୍ରହ କରିବା ନିମନ୍ତେ ଗୋଟିଏ ନାଗରିକ କୈନ୍ଦ୍ରିକ ପ୍ଲାଟଫର୍ମର ସୁଯୋଗ ପ୍ରଦାନ ଲାଗି ଏକ ମୋବାଇଲ୍‍ ଆପ୍‍ର ଶୁଭାରମ୍ଭ କରାଯାଇଛି । ଏହି ଜିଆଇଏସ ଆପ୍‍ରେ ଆଠ ଲକ୍ଷରର ଅଧିକ ବ୍ୟାଙ୍କିଙ୍ଗ୍‍ ଟଚ ପଏଣ୍ଟସ୍‍ର ମ୍ୟାପିଂ କରାଯାଇଛି । ଜନ ଧର ଦର୍ଶକ ଆପ୍‍ ଅଧୀନରେ ପ୍ରଦାନ କରାଯାଇଥିବା ସୁବିଧାଗୁଡ଼ିକର ଫାଇଦା ସାଧାରଣ ଜନତା ଆବଶ୍ୟକତା ଓ ସୁବିଧା ଅନୁସାରେ ଉଠାଇପାରିବେ । ଏହି ଆପ୍ଲିକେଶନର ୱେବ୍‍ ସଂସ୍କରଣକୁ http://findmybank.gov.in ଲିଙ୍କରେ ଦେଖାଯାଇପାରିବ ।

ଏହି ଆପ୍‍କୁ ଉପଯୋଗ କରି ସେହିସବୁ ଗ୍ରାମମାନଙ୍କୁ ଚିହ୍ନାଯାଇପାରୁଛି ଯେଉଁଠାରେ ପାଞ୍ଚ କିଲୋମିଟର ଭିତରେ ବ୍ୟାଙ୍କିଙ୍ଗ୍‍ ଟଚ୍‍ ପଏଣ୍ଟ ସ୍ୱାର ସେବା ପ୍ରଦାନ କରାଯାଉନାହିଁ । ଏହି ଚିହ୍ନିତ ଗ୍ରାମଗୁଡ଼ିକ ସମ୍ପର୍କୀତ ଏସଏଲବିସି ଦ୍ୱାରା ବ୍ୟାଙ୍କିଙ୍ଗ ଆଉଟଲେଟ୍‍ ଖୋଲିବା ନିମନ୍ତେ ବିଭିନ୍ନ ବ୍ୟାଙ୍କମାନଙ୍କୁ ଆବଣ୍ଟନ କରାଯାଇଛି । ଏହି ପ୍ରୟାସର ପରିମାଣାତ୍ମକ ବ୍ୟାଙ୍କିଙ୍ଗ୍‍ ସେବାରୁ ବଞ୍ଚିତ ହୋଇଥିବା ଗ୍ରାମମାନଙ୍କ ସଂଖ୍ୟରେ ଉଲ୍ଲେଖନୀୟ ହ୍ରାସ ପରିଲକ୍ଷିତ ହୋଇଛି ।

୯. ପିଏମଜେଡିୱାଇରେ ମହିଳା ଲାଭାର୍ଥୀମାନଙ୍କ ନିମନ୍ତେ ପ୍ରଧାନମନ୍ତ୍ର ଗରିବ କଲ୍ୟାଣ ପ୍ୟାକେଜ୍‍ (ପିଏମଜିକେପି)

ମାନ୍ୟନୀୟା ଅର୍ଥ ମନ୍ତ୍ରୀଙ୍କ ଦ୍ୱାରା ୨୬.୦୩.୨୦୨୦ ତାରିଖ ଦିନ କରାଯାଇଥିବା ଘୋଷଣା ଅନୁସାରେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ)ରେ ମହିଳା ଖାତାଧାରକମାନଭ୍‍କ ଜମାଖାତାରେ ତିନିମାସ (ଏପ୍ରିଲ ୨୦୨୦ ଠାରୁ ଜୁନ୍‍ ୨୦୨୦) ନିମନ୍ତେ ୫୦୦ ଟଙ୍କା ପ୍ରତି ମାସରେ ଜମା କରାଯାଇଥିଲା । କୋଭିଡ ଲକଡାଉନ୍‍ ସମୟରେ ମହିଳା ପିଏମଜେଡିୱାଇ ଜମାଖାତାଧାରୀଙ୍କ ଜମାଖାତାରେ ମୋଟ ୩୦,୯୪୫ କୋଟି ଟଙ୍କା ଜମା କରାଯାଇଛି ।

୧୦. ଡିବିଟି ମାଧ୍ୟମରେ ସୁଗମ ନେଣଦେଣ ସୁନିଶ୍ଚିତ କରିବା ଦିଗରେ:

ଯେପରି ବ୍ୟାଙ୍କମାନଙ୍କ ଦ୍ୱାରା ସୂଚୀତ କରାଯାଇଛି, ହାରାହାରି ପାଞ୍ଚ କୋଟି ପିଏମଜେଡିୱାଓ ଖାତାଧାରୀ ବିଭିନ୍ନ ଯୋଜନା ଅଧୀନରେ ସରକାରଙ୍କ ଠାରୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ପାଉଛନ୍ତି । ଏହା ସୁନିଶ୍ଚିତ କରିବା ନିମନ୍ତେ ସଂପୃକ୍ତ ଲାଭାର୍ଥୀମାନଙ୍କୁ ସେମାନଙ୍କ ଡିବିଟି ସମୟରେ ଯେଭଳି ମିଳିପାରିବ, ଅର୍ଥ ବିଭାଗ ଡିବିଟି ମିଶନ, ଏନପିସିଆଇ, ବ୍ୟାଙ୍କମାନ ଓ ଅନ୍ୟାନ୍ୟ ବିଭିନ୍ନ ମନ୍ତ୍ରଣାଳୟ ସହିତ ପରାମର୍ଶ କ୍ରମେ ଡିପିଟିର ମାର୍ଗରେ ଦେଖାଦେବାକୁ ଥିବା ସମସ୍ୟାକୁ ପରିହାର୍ଯ୍ୟ କାରଣମାନ ଚିହ୍ନଟ କରିବା ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିଥାଏ । ବ୍ୟାଙ୍କ ଏବଂ ଏନପିସିଆଇ ସହିତ ନିୟମିତ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏ ସଂପର୍କରେ ତୀକ୍ଷ୍ଣ ଦୃଷ୍ଟି ରଖି ଡିବିଟି ସଂପର୍କୀତ ସକଳ ପ୍ରକାର ସମସ୍ୟାବଳୀର ପ୍ରତିଶତତାରେ ପରିହାର୍ଯ୍ୟ କାରମାନଙ୍କରୁ ଡିବିଟିର ମାର୍ଗରେ ଆସିବାକୁ ଥିବା ସମସ୍ୟାବଳୀର ଅଂଶ ୧୩.୫% (ଆର୍ଥିକ ବର୍ଷ ୨୦୧୯-୨୦୨୦)ରୁ ହ୍ରାସ ପାଇ ୫.୭% ( ଆର୍ଥିକ ବର୍ଷ ୨୦୨୦-୨୦୨୧)ରେ ପହଞ୍ଚିଛି ।

୧୧. ଭବିଷ୍ୟତର ମାର୍ଗ

୧. ସୂକ୍ଷ୍ମ ବୀମା ଯୋଜନାଗୁଡ଼ିକ ଅଧୀନରେ ପିଏମଜିଡିୱାଇ ଖାତାଧାରୀଙ୍କ କଭରେଜ ସୁନିଶ୍ଚିତ କରିବାର ପ୍ରୟାସ କରାଯାଉଛି । ସଂପୃକ୍ତ ପିଏମଜେଡିୱାଇ ଖାତାଧାରୀଙ୍କୁ ପିଏମଜେଜେବିୱାଇ ଏବଂ ପିଏମଏସପିୱାଇ ଅଧୀନରେ କଭର କରାଯିବ । ଏ ସଂପର୍କରେ ବ୍ୟାଙ୍କମାନଙ୍କୁ ପୂର୍ବରୁ ସୂଚୀତ କରାଯାଇସାରିଛି ।

୨. ଦେଶବ୍ୟାପୀ ସ୍ୱୀକୃତ ସହିତ ଜଡ଼ିତ ଭିତ୍ତିଭୂମି ଢାଞ୍ଚାର ନିର୍ମାଣ ଜରିଆରେ ପିଏମଜେଡିୱାଇ ଜମାଖାତାଧାରୀଙ୍କ ମଧ୍ୟରେ ରୁପେ ଡେବିଟ୍‍ କାର୍ଡରୁ ଉପଯୋଗ ସହିତ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ପ୍ରଦାନ ।

୩. ପିଏମଜେଡିଓ୍‍ବାଇ ଜମାଖାତାଧାରୀଙ୍କ ଫ୍ଲେକ୍ସି ଆବର୍ତ୍ତି ଜମା ଆଦି ଭଳି ମାଇକ୍ରୋ କ୍ରେଡିଟ୍‍ ଏବଂ ମାଇକ୍ରୋ ନିବେଶ ପର୍ଯ୍ୟନ୍ତ ପହଞ୍ଚକୁ ସୁଗମ କରାଯାଇଛି ।

 

*****

SS



(Release ID: 1750002) Visitor Counter : 395