ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଆଜାଦୀ କା ଅମୃତ ମହୋତ୍ସବର ଅଂଶ ବିଶେଷ ଭାବେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆରମ୍ଭ କରିବେ “ଆଇକନିକ ସପ୍ତାହ”

ମାଇକ୍ରୋସାଇଟ୍‌, ଇ-ବୁକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଜନ ଭାଗିଦାରୀର କେନ୍ଦ୍ରବିନ୍ଦୁ

ବୃତ୍ତ ଚିତ୍ର ଓ ଚଳଚ୍ଚିତ୍ର” ନୟେ ଭାରତ କା ନୟା ସଫର” ଡିଡି ନେଟୱାର୍କରେ ହେବ ପ୍ରସାରିତ

ଦେଶପ୍ରେମ ଉପରେ ଆଧାରିତ ଚଳଚ୍ଚିତ୍ର ମହୋତ୍ସବ

ଯୁବଗୋଷ୍ଠୀଙ୍କୁ ଆକର୍ଷିତ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଭାବ ବିନିମୟ କାର୍ଯ୍ୟକ୍ରମ, କୁହୁକ ଓ ଅନ୍ୟାନ୍ୟ ପ୍ରତିଯୋଗିତା

Posted On: 22 AUG 2021 5:28PM by PIB Bhubaneshwar

ଆସନ୍ତା ୨୩ରୁ ୨୯ତାରିଖ ମଧ୍ୟରେ ଆଇକନିକ ସପ୍ତାହରେ ଆଜାଦୀ କା ଅମୃତ ମହୋତ୍ସବ ପାଇଁ ଅନେକ କାର୍ଯ୍ୟକ୍ରମ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆରମ୍ଭ କରିବାକୁ ଥିବା ମହୋତ୍ସବରେ ଦେଶବ୍ୟାପୀ ଜନସାଧାରଣ ଜନ ଭାଗିଦାରୀ ଓ ଜନ ଆନ୍ଦୋଳନଜରିଆରେ ଭାଗ ନେବେ । ନବଭାରତର ଯାତ୍ରା ଓ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନ ତଥା ଲୋକଲୋଚନ ଅନ୍ତରାଳରେ ରହିଯାଉଥିବା ମହାମନୀଷିମାନଙ୍କ ଲୋକଲୋଚନକୁ ଆଣିବା ଏହି ମହୋତ୍ସବର ଉଦ୍ଦେଶ୍ୟ ।

ଏହିପରି ମହୋତ୍ସବ ଦ୍ୱାରା ସମସ୍ତଙ୍କୁ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ନୂକଡ ନାଟକ ଓ ଅନ୍ୟାନ୍ୟ ଟିଭି କାର୍ଯ୍ୟକ୍ରମ ଓ ସାମାଜିକ ଗଣମାଧ୍ୟମ ସାହାଯ୍ୟ ନିଆଯାଉଛି । ଆଜାଦୀ କା ସଫର, ଆକାଶବାଣୀ  କେ ସାଥ ଭଳି ଆକାଶବାଣୀର ପ୍ରତ୍ୟହ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶାଳୟ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟ ଜରିଆରେ ଦେଶବ୍ୟାପୀ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ପହଞ୍ଚୁଛି। ଏହାଛଡା ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମ ଯଥା ଧରୋହର (ସ୍ୱାଧୀନତା ସଂଗ୍ରାମୀଙ୍କ ଭାଷଣ) ଏବଂ ନିସାନ (୭୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନର ପ୍ରଚାର) ଅପରାଜିତା (ନାରି ନେତ୍ରୀ) ଦୂରଦର୍ଶନ ପକ୍ଷରୁ ନୟେ ଭାରତ କା ନୟା ସଫରଏବଂ ଜର୍ଣ୍ଣି ଅଫ ନ୍ୟୁ ଇଣ୍ଡିଆଜରିଆରେ କୂଟନୀତି, ଡିଜିଟାଲ ଭାରତ, ବୈଧାନିକ ସଂସ୍କାର ଇତ୍ୟାଦି ସମେତ ସ୍ୱାଧୀନତା ସଂଗ୍ରାମ ଓ ଲୋକ ଲୋଚନ ଅନ୍ତରାଳେ ରହିଯାଇଥିବା ସଂଗ୍ରାମୀ ବୀରମାନଙ୍କ ଗାଥାର ପ୍ରସାରଣ ହେବ ।

ସପ୍ତାହବ୍ୟାପୀ ଆଇକନିକ ମହୋତ୍ସବ ଜରିଆରେ ପ୍ରସିଦ୍ଧ ଚଳଚ୍ଚିତ୍ର ଗୁଡିକ ମୁଖ୍ୟ ସ୍ଥାନ ଅଧିକାର କରିବ । ଦୂରଦର୍ଶନ ପକ୍ଷରୁ ଧାରାବାହିକ ବୃତ୍ତଚିତ୍ର ଯଥା ନେତାଜୀ’, ‘ଦେଶୀୟ ରାଜ୍ୟଗୁଡିକର ମିଶ୍ରଣଇତ୍ୟାଦିକୁ ଛାଡି ଲୋକପ୍ରିୟ ଭାରତୀୟ ଚଳଚ୍ଚିତ୍ର ରାଜି ଇତ୍ୟାଦିର ପ୍ରସାରଣ ହେବ । ଏନଏଫଡିସି ମଧ୍ୟ ଏହାର ଓଟିଟି ଫ୍ଲାଟଫର୍ମ www.cinemasofindia.com ଜରିଆରେ ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ କରିବ । ଏଥିରେ ଆଇଲ୍ୟାଣ୍ଡ ସିଟି’, ‘କ୍ରସିଂ ବ୍ରିଜଇତ୍ୟାଦି ଚଳଚ୍ଚିତ୍ର ରହିବ । ଏହା ବ୍ୟତୀତ ଏନଟିଡିସି ପକ୍ଷରୁ ଚଳଚ୍ଚିତ୍ର ଲାଇନରେ ଥିବା ଛାତ୍ରଛାତ୍ରୀ ଓ ଆଗ୍ରହୀ ଜନସାଧାରଣଙ୍କ  ମଧ୍ୟରେ ଭାବବିନିମୟ କାର୍ଯ୍ୟକ୍ରମ, ଫିଲ୍ମ ଡିଭିଜନ ପକ୍ଷରୁ ଚଳଚ୍ଚିତ୍ର ନିର୍ମାଣରେ ପ୍ରଯୁକ୍ତି ବିଦ୍ୟାଉପରେ ୱେବିନାର ଆୟୋଜିତ ହେବ ।

 ଏଥିସହ ଅନ୍ୟାନ୍ୟ ଅନଲାଇନ ଚଳଚ୍ଚିତ୍ର ମହୋତ୍ସବ  ଯେପରିକି ଇଣ୍ଡିଆ @75, ଭଏସ ଅଫ ପ୍ରୋଗେସ,  ଇଣ୍ଡିଆ @75,, ଆଇକନ୍‌ସ ଅଫ ଇଣ୍ଡିଆ ଅଗଷ୍ଟ ୨୩ରୁ ୨୫ ଏବଂ ୨୬ରୁ ୨୮ ଅଗଷ୍ଟ ୨୦୨୧ ଫିଲ୍ମ ଡିଭିଜନ ପକ୍ଷରୁ କରାଯିବ । ବର୍ହିବ୍ୟାପାର ମନ୍ତ୍ରଣାଳୟ  ସହ ମିଶି ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ ପକ୍ଷରୁ ଭାରତରେ ଥିବା ଅନ୍ୟାନ୍ୟ ଦୂତାବାସଗୁଡିକରେ ଚଳଚ୍ଚିତ୍ରମାନ ପ୍ରଦର୍ଶିତ ହେବ । ଏନଏଫଏଆଇ ୱେବସାଇଟ୍ ପକ୍ଷରୁ ଅଗଷ୍ଟ ୨୩ରୁ ୨୯ ତାରିଖ ମଧ୍ୟରେ ଭର୍ଚୁଆଲ ଚଳଚ୍ଚିତ୍ର ପୋଷ୍ଟର ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ । କ୍ଷେତ୍ର ପ୍ରଚାର ବ୍ୟୁରୋ ପକ୍ଷରୁ ନୂକଡ ନାଟକ, ବ୍ୟଙ୍ଗ ନାଟକ, ଯାଦୁଖେଳ, କଣ୍ଢେଇ ନାଚ,ଲୋକଗୀତ, ଗୀତ ଓ ନାଟକ ପ୍ରଭାଗ ପକ୍ଷରୁ କାର୍ଯ୍ୟକ୍ରମ ଇତ୍ୟାଦିର ବ୍ୟବସ୍ଥା ହୋଇଛି । କ୍ଷେତ୍ରପ୍ରଚାର ସଂସ୍ଥା ପକ୍ଷରୁ ଇ-ବୁକ୍ ମେକିଂ ଅଫ ଦି କନଷ୍ଟିଚ୍ୟୁସନୱେବସାଇଟ୍‌ରେ ଉପଲବ୍ଧ ହେଉଛି । ଦେଶର ଇଚ୍ଛୁକ ପାଠକମାନେ  ପ୍ରକାଶନ ବିଭାଗ ପକ୍ଷରୁ ଉପାଦେୟ ପୁସ୍ତକମାନ ମଧ୍ୟ ପାଇପାରିବେ ।

ଯୁବଗୋଷ୍ଠୀ ପରସ୍ପର ବାର୍ତ୍ତା ବିନିମୟ, କୁହୁକ  ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ମନ୍ତ୍ରଣାଳୟର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଜରିଆରେ ଯୋଗ ଦେଇପାରିବେ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବସପ୍ତାହବ୍ୟାପୀ ଦେଶର ସ୍ୱାଧୀନତା ସଂଗ୍ରାମର ଇତିହାସ ଉପରେ ବିସ୍ତୃତ ଭାବେ ଆଲୋକପାତ କରି ଜନମାନସକୁ ଅନେକ ଅନାଲୋଚିତ ତଥ୍ୟ ପ୍ରଦାନ କରିବ ଏଥିରେ ସନ୍ଦେହ ନାହିଁ ।

 

*****

SM / SLP



(Release ID: 1748123) Visitor Counter : 230