ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାଇଡସ ୟୁନିଭର୍ସ ଦ୍ୱାରା ପ୍ରସ୍ତୁତ ବିଶ୍ୱର ପ୍ରଥମ ଡିଏନଏ ଭିତ୍ତିକ ଜାଇକୋଭ-ଡି ଟିକାକୁ ସ୍ୱୀକୃତି ମିଳିବା ଭାରତୀୟ ବୈଜ୍ଞାନିକଙ୍କ ଅଭିନବ ଉତ୍ସାହର ପ୍ରମାଣ: ପ୍ରଧାନମନ୍ତ୍ରୀ

Posted On: 20 AUG 2021 10:07PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଜାଇଡସ ୟୁନିଭର୍ସ ଦ୍ୱାରା ପ୍ରସ୍ତୁତ ବିଶ୍ୱର ପ୍ରଥମ ଡିଏନଏ ଭିତ୍ତିକ ଜାଇକୋଭ-ଡି ଟିକାକୁ ସ୍ୱୀକୃତି ମିଳିବା ଭାରତୀୟ ବୈଜ୍ଞାନିକଙ୍କ ଅଭିନବ ଉତ୍ସାହର ପ୍ରମାଣ ।

ସିଡିଏସସିଓ ଇଣ୍ଡିଆ ଇନଫୋର ଏକ ଟ୍ୱିଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତ ସମସ୍ତ ଶକ୍ତି ବିନିଯୋଗ କରି କୋଭିଡ-୧୯ର ମୁକାବିଲା କରୁଛି । ବିଶ୍ୱର ପ୍ରଥମ ଡିଏନଏ ଭିତ୍ତିକ ଜାଇକୋଭ-ଡି ଟିକା @ଜାଇଡସୟୁନିଭର୍ସ ଭାରତୀୟ ବୈଜ୍ଞାନିକଙ୍କ ଅଭିନବ ଉତ୍ସାହର ପ୍ରମାଣ । ଏହା ପ୍ରକୃତରେ ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ।”  

SR

 



(Release ID: 1747823) Visitor Counter : 151