ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅଗଷ୍ଟ ୧୧ ସିଆଇଆଇ ବାର୍ଷିକ ବୈଠକରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

Posted On: 09 AUG 2021 10:07PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୧,୨୦୨୧ରେ ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ଶିଳ୍ପ ସଂଘ (ସିଆଇଆଇ)ର ବାର୍ଷିକ ବୈଠକ ୨୦୨୧ରେ ଉଦବୋଧନ ଦେବେ । ଏହି ବୈଠକର ବିଷୟବସ୍ତୁ ରହିଛି ଇଣ୍ଡିଆ@ ୭୫: ଗଭର୍ଣ୍ଣମେଣ୍ଟ ଆଣ୍ଡ ବିଜିନେସ ଓ୍ୱର୍କିଂ ଟୁଗେଦର ଫର ଆତ୍ମନିର୍ଭର ଭାରତ ରହିଛି ।

ସିଆଇଆଇ ବାର୍ଷିକ ସମ୍ମିଳନୀ ୨୦୨୧ ସମ୍ପର୍କରେ

ଅଗଷ୍ଟ ୧୧-୧୨ ଦୁଇ ଦିନ ଧରି ସିଆଇଆଇ ବାର୍ଷିକ ବୈଠକ ୨୦୨୧ ଅନୁଷ୍ଠିତ ହେବ । ଏହି ବୈଠକରେ ସ୍ୱତନ୍ତ୍ର ଆନ୍ତର୍ଜାତିକ ଅତିଥି ଭାବେ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ଓ ଆର୍ଥିକ ନୀତି ସମନ୍ୱୟ ମନ୍ତ୍ରୀ ଶ୍ରୀ ହେଙ୍ଗ ସ୍ୱି କିଟ୍ ବୈଠକରେ ବକ୍ତବ୍ୟ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ ବହୁ ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍ ଓ ଭାରତୀୟ ଶିଳ୍ପ ଜଗତର ପ୍ରମୁଖ ପ୍ରତିନିଧିମାନେ ଭାଗ ନେବେ ।

SR



(Release ID: 1744349) Visitor Counter : 173