ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଟୋକିଓ ୨୦୨୦ରେ ଭାରତୀୟ ଦଳର ଅଭୂତପୂର୍ବ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ତୃଣମୂଳ ସ୍ତରରେ କ୍ରୀଡାକୁ ଅଧିକ ଲୋକପ୍ରିୟ କରି ନୂଆ ପ୍ରତିଭାଙ୍କୁ ସୁଯୋଗ ଦେବାକୁ ଆହ୍ୱାନ

ବ୍ୟବସ୍ଥିତ ଭାବେ କ୍ରୀଡା ଆୟୋଜନ କରିଥିବାରୁ ଜାପାନ ସରକାର ଓ ଜାପାନବାସୀଙ୍କୁ ଧନ୍ୟବାଦ

Posted On: 08 AUG 2021 6:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଲମ୍ପିକ ଖେଳରେ ଭାରତ ଅଭୂତପୂର୍ବ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଟୋକିଓ ୨୦୨୦ରେ ଉଦଯାପିତ ହେବାକୁ ଯାଉଥିବା ବେଳେ ଭାରତର ପ୍ରତିନିଧିତ୍ୱ କରିଥିବା ପ୍ରତ୍ୟେକ ଆଥଲେଟ ଜଣେ ଜଣେ ଚାମ୍ପିଅନ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଭାରତ ଜିତିଥିବା ମେଡାଲ ନିଶ୍ଚିତ ଭାବେ ଆମ ଦେଶକୁ ଗର୍ବିତ ଓ ଉଲ୍ଲସିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହାସହିତ କ୍ରୀଡାକୁ ତୃଣମୂଳ ସ୍ତରରେ ଅଧିକ ଲୋକପ୍ରିୟ କରିବା ଉଦ୍ୟମ ଜାରି ରଖି ନୂଆ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣି ଆଗାମୀ ଦିନରେ ଭାରତକୁ ପ୍ରତିନିଧିତ୍ୱ ସୁଯୋଗ ପ୍ରଦାନ କରିବାକୁ ସେ କହିଛନ୍ତି ।

ବ୍ୟବସ୍ଥିତ ଭାବେ କ୍ରୀଡା ଆୟୋଜନ ଆୟୋଜନ କରିଥିବାରୁ ସେ ଜାପାନ ସରକାର ଓ ଜାପାନବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସମୟରେ ଏପରି ସଫଳ ଆୟୋଜନ ସ୍ଥିତିସ୍ଥାପକତା ପ୍ରତି ଏକ ଦୃଢ ବାର୍ତ୍ତା । କ୍ରୀଡା କିପରି ଏକତାର ସୂତ୍ରଧର ତାହା ମଧ୍ୟ ପ୍ରଦର୍ଶିତ ହେଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“#Tokyo2020 ଉଦଯାପିତ ହେବାକୁ ଯାଉଛି, ଖେଳରେ ଭାରତ ଅଭୂତପୂର୍ବ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଉଛି । ସେମାନେ ଉନ୍ନତ କୈାଶଳ, ଟିମଓ୍ୱର୍କ ଓ ସମର୍ପଣର ପରିଚୟ ଦେଇଛନ୍ତି । ଭାରତର ପ୍ରତିନିଧିତ୍ୱ କରିଥିବା ପ୍ରତ୍ୟେକ ଆଥଲେଟ ଚାମ୍ପିୟନ ।  

ଭାରତ ଜିତିଥିବା ମେଡାଲ ନିଶ୍ଚିତ ଭାବେ ଆମ ଦେଶକୁ ଗର୍ବିତ ଓ ଉଲ୍ଲସିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହାସହିତ, କ୍ରୀଡାକୁ ତୃଣମୂଳ ସ୍ତରରେ ଅଧିକ ଲୋକପ୍ରିୟ କରିବା କାମ ଜାରି ରଖିବାର ସମୟ, ଫଳରେ ନୂଆ ପ୍ରତିଭା ଲୋକଲୋଚନକୁ ଆସିବେ ଓ ଆଗାମୀ ଦିନରେ ଭାରତକୁ ପ୍ରତିନିଧିତ୍ୱ କରିବା ସୁଯୋଗ ପାଇବେ । #Tokyo2020

ବ୍ୟବସ୍ଥିତ ଭାବେ କ୍ରୀଡା ଆୟୋଜନ କରିଥିବାରୁ ଜାପାନ ସରକାର ଓ ଜାପାନବାସୀ, ବିଶେଷ କରି ଟୋକିଓକୁ ଧନ୍ୟବାଦ ।

ଏପରି ସମୟରେ କ୍ରୀଡାର ସଫଳ ଆୟୋଜନ ସ୍ଥିତିସ୍ଥାପକତା ପ୍ରତି ଏକ ଦୃଢ ବାର୍ତ୍ତା । କ୍ରୀଡା କିପରି ଏକତାର ସୂତ୍ରଧର ତାହା ମଧ୍ୟ ପ୍ରଦର୍ଶିତ ହେଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।#Tokyo2020


 SR



(Release ID: 1743881) Visitor Counter : 264