ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟସଭାରେ କୋଭିଡ ମହାମାରୀ ସମ୍ପର୍କରେ ଆଲୋଚନା ବେଳେ ଶ୍ରୀ ହରଦୀପ ପୁରୀଙ୍କ ବକ୍ତବ୍ୟ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତରକୁ ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 20 JUL 2021 9:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ପୁରୀଙ୍କ ବକ୍ତବ୍ୟ ଶେୟାର କରିଛନ୍ତି । ରାଜ୍ୟସଭାରେ କୋଭିଡ-୧୯ ମହାମାରୀ ସମ୍ପର୍କିତ ଆଲୋଚନା ବେଳେ ଏହି ଭାଷଣ ଦେଇଥିଲେ । ବିଶ୍ୱ ମହାମାରୀ ସହ ସମ୍ପର୍କିତ ଅନେକ ଗୁଡିଏ ପ୍ରସଙ୍ଗରେ ସେ ଆଲୋକପାତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମନସୁଭ ମଣ୍ଡଭିଆଙ୍କ ବିସ୍ତୃତ ଆଲୋଚନାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଟ୍ୱିଟ ଯୋଗେ ଶେୟାର କରିଛନ୍ତି । ବ୍ୟାହବାରିକ ଓ ସମ୍ବେଦନଶୀଳ ଉପାୟରେ କୋଭିଡ-୧୯ ସମ୍ବନ୍ଧିତ ବିଭିନ୍ନ ଦୃଷ୍ଟିକୋଣକୁ ସାମିଲ କରାଯାଇଛି । ସେହି ମନ୍ତବ୍ୟ ଶୁଣିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ।

SR



(Release ID: 1737424) Visitor Counter : 151