ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନୂତନ ମନ୍ତ୍ରୀମାନଙ୍କ ପାଇଁ ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱଗତ ବକ୍ତବ୍ୟ

ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଅନେକ ମହିଳା, ଏସସି ଓ ଏସଟି ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରୁଥିବା ଲୋକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ଅନେକ ନୂଆ ମନ୍ତ୍ରୀ କୃଷକଙ୍କ ପିଲା ଏବଂ ଓବିସି ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରୁଛନ୍ତି : ପିଏମ୍

କିନ୍ତୁ ଏହା ଅନୁଭବ କରି ହେଉଛି ଅଧିକ ସଂଖ୍ୟାରେ ମହିଳା, ଏସସି, ଏସଟି ଏବଂ ଓବିସି ସମ୍ପ୍ରଦାୟର ସଦସ୍ୟ ମନ୍ତ୍ରୀ ହୁଅନ୍ତୁ, କିଛି ଲୋକ ଏହାକୁ ହଜମ କରିପାରୁ ନାହାନ୍ତି : ପିଏମ୍

Posted On: 19 JUL 2021 12:29PM by PIB Bhubaneshwar

ମାନନୀୟ ଅଧ୍ୟକ୍ଷ ମହାଶୟ,

ମୁଁ ଚିନ୍ତା କରୁଥିଲି ଆଜି ସଦନରେ ଏକ ଉତ୍ସାହର ବାତାବରଣ ରହିବ କାହିଁକି ନା ବହୁତ ବଡ଼ ମାତ୍ରାରେ ଆମର ମହିଳା ସାଂସଦ ମନ୍ତ୍ରୀ ହୋଇଛନ୍ତି। ଆଜି ମୁଁ ଖୁସି ହୋଇଥାଆନ୍ତି କାରଣ ବହୁତ ବଡ଼ ମାତ୍ରାରେ ଆମର ଦଳିତ ଭାଇ ମନ୍ତ୍ରୀ ହୋଇଛନ୍ତି। ଖୁସି ହୋଇ ଥାଆନ୍ତି ଆଜି ଆମର ଆଦିବାସୀ ସିଡ୍ୟୁଲ ଟ୍ରାଇବ୍ସର ସମସ୍ତ ସାଥୀ ମନ୍ତ୍ରୀ ହୋଇଛନ୍ତି, ସମସ୍ତଙ୍କୁ ଖୁସି ହୋଇଥାଆନ୍ତା।

ମାନନୀୟ ଅଧ୍ୟକ୍ଷ ମହାଶୟ,

ଚଳିତ ଥର ସଦନରେ ଆମର ସାଥୀ ସାଂସଦ ଯେଉଁମାନେ ହେଉଛନ୍ତି କୃଷକ ପରିବାରର, ଗ୍ରାମୀଣ ପରିବେଶର, ସାମାଜିକ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ପଛୁଆ ବର୍ଗର, ଓବିସି ସମାଜରୁ ଆସିଛନ୍ତି, ବହୁ ସଂଖ୍ୟାରେ ସେମାନଙ୍କୁ ମନ୍ତ୍ରୀପରିଷଦରେ ସୁଯୋଗ ମିଳିଛି, ସେମାନଙ୍କର ପରିଚୟ କରାଇବାରେ ଆନନ୍ଦ ଅନୁଭବ ହୋଇ ଥାଆନ୍ତା, ପ୍ରତି ବେଞ୍ଚରୁ, ବେଞ୍ଚକୁ ବାଡେଇ-ବାଡେଇ ତାଳିମାରି ସେମାନଙ୍କର ଗୌରବ କରାଯାଇ ଥାଆନ୍ତା। କିନ୍ତୁ ବୋଧହୁଏ ଦେଶର ଦଳିତ ମାନେ ମନ୍ତ୍ରୀ ହୁଅନ୍ତୁ, ଦେଶର ମହିଳାମାନେ ମାନେ ମନ୍ତ୍ରୀ ହୁଅନ୍ତୁ, ଦେଶର ଓବିସିମାନେ ମନ୍ତ୍ରୀ ହୁଅନ୍ତୁ, ଦେଶର କୃଷକର ପୁଅ ମନ୍ତ୍ରୀ ହୁଅନ୍ତୁ, ଏହି କଥା କିଛି ଲୋକମାନଙ୍କୁ ପସନ୍ଦ ହୋଇ ନାହିଁ ଆଉ ଏଥିପାଇଁ ସେମାନଙ୍କର ପରିଚୟ ଟିକକ ହେବାକୁ ମଧ୍ୟ ଦେଉ ନାହାଁନ୍ତି। ଆଉ ଏଥିପାଇଁ ମାନନୀୟ ଅଧ୍ୟକ୍ଷ ମହାଶୟ, ଏହାକୁ ମନ୍ତ୍ରୀମଣ୍ଡଳରେ ନବନିଯୁକ୍ତ ସଦସ୍ୟମାନଙ୍କୁ ଲୋକସଭାରେ ପରିଚୟ କରାଯାଇଥିବା ଭଳି ବୁଝାଯାଉ।

 

 

AH



(Release ID: 1737213) Visitor Counter : 189