ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାମକୃଷ୍ଣ ମଠର ସ୍ଵାମୀ ଶିବମୟାନନ୍ଦଜୀ ମହାରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 12 JUN 2021 2:33PM by PIB Bhubaneshwar

ରାମକୃଷ୍ଣ ମଠର ସ୍ଵାମୀ ଶିବମୟାନନ୍ଦଜୀ ମହାରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ରାମକୃଷ୍ଣ ମଠର ସ୍ଵାମୀ ଶିବମୟାନନ୍ଦଜୀ ମହାରାଜ ସାମାଜିକ ସଶକ୍ତିକରଣ ଉପରେ ଆଧାରିତ ବିଭିନ୍ନ ସେବା କାର୍ଯ୍ୟରେ ସକ୍ରିୟ ଭାବରେ ଜଡିତ ଥିଲେ । ସଂସ୍କୃତି ଏବଂ ଆଧ୍ୟାତ୍ମିକ ଜଗତରେ ତାଙ୍କର ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ । ତାଙ୍କ ବିୟୋଗରେ ମୁଁ ବିଶେଷ ମର୍ମାହତ । ଓମ୍ ଶାନ୍ତି”

 

**********

TRP/


(रिलीज़ आईडी: 1726601) आगंतुक पटल : 192
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam