ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ଗତ ୨୪ ଘଣ୍ଟାରେ ୮୪,୩୩୨ ନୂଆ କରୋନା ମାମଲା ଚିହ୍ନଟ ହୋଇଛି, ୭୦ ଦିନରେ ସର୍ବନିମ୍ନ

୬୩ ଦିନ ରେ ଭାରତରେ ସକ୍ରିୟ କରୋନା ମାମଲା ଆହୁରି ହ୍ରାସ ପାଇ ୧୧ ଲକ୍ଷ ତଳକୁ ଖସିଛି

କ୍ରମାଗତ ୩୦ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣକୁ ପଛରେ ପକାଇଛି

ସୁସ୍ଥତା ହାର ୯୫.୦୭%କୁ ବୃଦ୍ଧି ପାଇଛି

ଦୈନିକ ପଜିଟିଭିଟି ହାର ୪.୩୯%କୁ ହ୍ରାସ ପାଇଛି, କ୍ରମାଗତ ୧୯ ଦିନ ଧରି ଏହା ୧୦% ତଳେ ରହିଛି

Posted On: 12 JUN 2021 11:36AM by PIB Bhubaneshwar

ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୮୪,୩୩୨ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । କ୍ରମାଗତ ୫ ଦିନ ଧରି ଦେଶରେ ନୂଆ କରୋନା ମାମଲା ୧ ଲକ୍ଷ ତଳେ ରହୁଛି । କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି ।

https://static.pib.gov.in/WriteReadData/userfiles/image/image001RF90.jpg

ଭାରତରେ କ୍ରମାଗତ ଭାବେ ସକ୍ରିୟ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । ଦେଶରେ ଆଜି ସକ୍ରିିୟ ମାମଲା ରହିଛି ୧୦,୮୦,୬୯୦ । କ୍ରମାଗତ ୧୨ ଦିନ ଧରି ଏହା ୨୦ ଲକ୍ଷ ତଳେ ରହିପାରିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୪୦,୯୮୧ ହ୍ରାସ ହୋଇଛି ଏବଂ ଏବେ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୩.୬୮% ରହିଛି ସକ୍ରିୟ ମାମଲା ।

https://static.pib.gov.in/WriteReadData/userfiles/image/image002727U.jpg

କୋଭିଡ ସଂକ୍ରମଣରୁ ଦୈନିକ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ କ୍ରମାଗତ ୩୦ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୨୧,୩୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ଆସିଥିବା ନୂଆ କରୋନା ମାମଲା ତୁଳନାରେ ଅଧିକ ୩୬,୯୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image003G20P.jpg

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ୨,୭୯,୧୧,୩୮୪ ଜଣ ଆକ୍ରାନ୍ତ କୋଭିଡ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୧,୨୧,୩୩୧ ଜଣ ସୁସ୍ଥ ହୋଇଛନ୍ତି । ଏହା ଯୋଗୁ ସୁସ୍ଥତା ହାର ୯୫.୦୭% ରହିଛି ଏବଂ ଯାହାକି କ୍ରମେ ବୃଦ୍ଧି ପାଉଛି ।

https://static.pib.gov.in/WriteReadData/userfiles/image/image004YWOY.jpg

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୯,୨୦,୪୭୭ ଟେଷ୍ଟ କରାଯାଇଛି । ଭାରତରେ ଏ ପର୍ଯ୍ୟନ୍ତ ମୋଟ ୩୭.୬୨ କୋଟି (୩୭,୬୨,୩୨,୧୬୨)ରୁ ଅଧିକ ଟେଷ୍ଟ କରାଯାଇଛି ।

ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି କରାଯାଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ଏବେ ସାପ୍ତାହିକ ପଜିଟିଭିଟି ହାର ୪.୯୪% ଥିବା ବେଳେ ଦୈନିକ ପଜିଟିଭିଟି ହାର ଆଜି ଅଛି ୪.୩୯% । ଏହା ବିଗତ ୧୯ ଦିନ ଧରି ୧୦% ତଳେ ରହିଛି ।

https://static.pib.gov.in/WriteReadData/userfiles/image/image0056J4D.jpg

ଦେଶବ୍ୟାପୀ ଚାଲିଥିବା କୋଭିଡ ଟିକାକରଣ ଅଭିଯାନରେ ମୋଟ ଟିକାକରଣ ଆଜି ୨୫ କୋଟି ପାଖାପାଖି ପହଞ୍ଚିପାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪,୩୩,୭୬୩ ଟିକା ଦିଆଯାଇଛି ।

ଆଜି ସକାଳ ୭ଟା ସୁଦ୍ଧା ୩୪,୬୪,୨୨୮ ସେସନରେ ମୋଟ ୨୪,୯୬,୦୦,୩୦୪ ଟିକା ଦିଆଯାଇଛି ।

 

HCWs

1st Dose

1,00,35,262

2nd Dose

69,47,565

FLWs

1st Dose

1,66,36,247

2nd Dose

88,12,574

Age Group 18-44 years

1st Dose

3,81,21,531

2nd Dose

5,61,503

Age Group 45 to 60 years

1st Dose

7,47,06,979

2nd Dose

1,18,31,770

Over 60 years

1st Dose

6,21,90,130

2nd Dose

1,97,56,743

Total

24,96,00,304

 

****

SR



(Release ID: 1726493) Visitor Counter : 172