ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟରେ ୧୮.୪୪ ବର୍ଷ ବର୍ଗର ଲୋକଙ୍କୁ ୧ କୋଟିରୁ ଅଧିକ ଡୋଜ୍ ଟିକା ଦେଇ ଭାରତ ନୂଆ ମାଇଲଖୁଣ୍ଟ ହାସଲ କରିଛି

କ୍ରମାଗତ ଏକାଦଶ ଦିନରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ମାମଲା ଠାରୁ ଅଧିକ ରହିଛି

କ୍ରମାଗତ ଅଷ୍ଟମ ଦିନରେ ଦୈନିକ ନୂଆ ମାମଲା ୩ ଲକ୍ଷରୁ କମ୍ ରହିଛି

ସାପ୍ତାହିକ ପଜିଟିଭିଟି ହାର ୧୨.୬୬%କୁ ହ୍ରାସ ପାଇଛି

Posted On: 24 MAY 2021 11:52AM by PIB Bhubaneshwar

କୋଭିଡ-୧୯ ମହାମାରୀ ବିରୋଧରେ ଲଢ଼େଇରେ ଭାରତ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟରେ ୧୮-୪୪ ବର୍ଷ ବର୍ଗର ୧ କୋଟି (୧,୦୬,୨୧,୨୩୫)ରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇପାରିଛି । କୋଭିଡ ମହାମାରୀକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଟେଷ୍ଟ, ଟ୍ରାକ, ଟ୍ରିଟ ଏବଂ ଆବଶ୍ୟକ ଚିକିତ୍ସା ସହ ଟିକାକରଣକୁ ମଧ୍ୟ ଭାରତ ସରକାର ଗୁରୁତ୍ୱ ଦେଇ ଆସିଛନ୍ତି । ୨୦୨୧ ମେ ୧ ତାରିଖରୁ କୋଭିଡ-୧୯ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି ।

 

S. No.

States

Total

1

A & N Islands

4,082

2

Andhra Pradesh

8,891

3

Arunachal Pradesh

17,777

4

Assam

4,33,615

5

Bihar

12,27,279

6

Chandigarh

18,613

7

Chhattisgarh

7,01,945

8

Dadra & Nagar Haveli

18,269

9

Daman & Diu

19,802

10

Delhi

9,15,275

11

Goa

30,983

12

Gujarat

6,89,234

13

Haryana

7,20,681

14

Himachal Pradesh

40,272

15

Jammu & Kashmir

37,562

16

Jharkhand

3,69,847

17

Karnataka

1,97,693

18

Kerala

30,555

19

Ladakh

3,845

20

Lakshadweep

1,770

21

Madhya Pradesh

7,72,873

22

Maharashtra

7,06,853

23

Manipur

9,110

24

Meghalaya

23,142

25

Mizoram

10,676

26

Nagaland

7,376

27

Odisha

3,06,167

28

Puducherry

5,411

29

Punjab

3,70,413

30

Rajasthan

13,17,060

31

Sikkim

6,712

32

Tamil Nadu

53,216

33

Telangana

654

34

Tripura

53,957

35

Uttar Pradesh

10,70,642

36

Uttarakhand

2,20,249

37

West Bengal

1,98,734

Total

1,06,21,235

ଦେଶବ୍ୟାପୀ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟରେ ଆଜି ସୁଦ୍ଧା ମୋଟ ୧୯.୬୦ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ।

ଆଜି ସକାଳ ୭ଟା ସୁଦ୍ଧା ୨୮,୧୬,୭୨୫ ସେସନରେ ମୋଟ ୧୯,୬୦,୫୧,୯୬୨ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୯୭,୬୦,୪୪୪ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୭,୦୬,୮୯୦ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ,୪୯,୯୧,୩୫୭ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୮୩,୩୩,୭୭୪ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧୮-୪୪ ବର୍ଷ ବୟସ ବର୍ଗର ୧,୦୬,୨୧,୨୩୫ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୪୫ରୁ ୬୦ ବର୍ଷ ବୟସ ମଧ୍ୟରେ ୬,୦୯,୧୧,୭୫୬ ଜଣଙ୍କୁ ପ୍ରଥମ ଡୋଜ୍ ଓ ୯୮,୧୮,୩୮୪ ଜଣଙ୍କୁ ଦ୍ୱିତୀୟ ଡୋଜ୍  । ୬୦ ବର୍ଷ ବୟସରୁ ଅଧିକ ବୟସର ୫,୬୬,୪୫,୪୫୭ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧,୮୨,୬୨,୬୬୫ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

 

HCWs

1st Dose

97,60,444

2nd Dose

67,06,890

FLWs

1st Dose

1,49,91,357

2nd Dose

83,33,774

Age Group 18-44 years

1st Dose

1,06,21,235

Age Group 45 to 60 years

1st Dose

6,09,11,756

2nd Dose

98,18,384

Over 60 years

1st Dose

5,66,45,457

2nd Dose

1,82,62,665

Total

19,60,51,962

 

ଦେଶରେ ହୋଇଥିବା ମୋଟ ଟିକାକରଣର ୬୬.୩୦% ଟିକା ଦିଆଯାଇଛି ୧୦ଟି ରାଜ୍ୟରେ ।

https://static.pib.gov.in/WriteReadData/userfiles/image/image001FEJC.jpg

କ୍ରମାଗତ ଏକଦଶ ଦିନରେ ବି ଭାରତରେ କରୋନାରୁ ଦୈନିକ ସୁସ୍ଥଙ୍କ ସଂଖ୍ୟା ନୂଆ କରୋନା ମାମଲାକୁ ପଛରେ ପକାଇପାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୦୨,୫୪୪ ଜଣ ସୁସ୍ଥ ହୋଇଛନ୍ତି ।

ଆଜି ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨,୩୭,୨୮,୦୧୧ ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ଏବେ ବୃଦ୍ଧି ପାଇ ୮୮.୬୯%ରେ ପହଞ୍ଚିଛି । 

ନୂଆ ସୁସ୍ଥଙ୍କ ମଧ୍ୟରୁ ୭୨.୨୩% ସୁସ୍ଥ ହୋଇଛନ୍ତି ଦଶଟି ରାଜ୍ୟରୁ ।

https://static.pib.gov.in/WriteReadData/userfiles/image/image0027ILO.jpg

ଅନ୍ୟ ଏକ ସକରାତ୍ମକ ଖବରରେ କ୍ରମାଗତ ଅଷ୍ଟମ ଦିନରେ ମଧ୍ୟରେ ଭାରତରେ ଦୈନିକ କରୋନା ମାମଲା ୩ ଲକ୍ଷରୁ ତଳେ ରହିପାରିଛି । ଦୈନିକ ନୂଆ ମାମଲା ଏବଂ ଦୈନିକ ସୁସ୍ଥଙ୍କ ମଧ୍ୟରେ ପାର୍ଥକ୍ୟ ଆଜି ୮୦,୨୨୯କୁ ହ୍ରାସ ପାଇଛି ।

ଭାରତରେ ଦୈନିକ ନୂଆ ମାମଲା ଏବଂ ସୁସ୍ଥଙ୍କ ସଂଖ୍ୟାର ଗ୍ରାଫ ନିମ୍ନରେ ଦିଆଯାଇଛି ।

https://static.pib.gov.in/WriteReadData/userfiles/image/image0039O7K.jpg

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୨୨,୩୧୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ ମାମଲାରୁ ୮୧.୦୮% ମାମଲା ଚିହ୍ନଟ ହୋଇଛି ଦଶଟି ରାଜ୍ୟରେ । ତାମିଲନାଡ଼ୁରେ ଗୋଟିଏ ଦିନରେ ସର୍ବାଧିକ ୩୫,୪୮୩ ମାମଲା ଆସିଥିବା ବେଳେ ମହାରାଷ୍ଟ୍ରରେ ଆସିଛି ୨୬,୬୭୨ ମାମଲା ।

https://static.pib.gov.in/WriteReadData/userfiles/image/image0048UJR.jpg

ଭାରତରେ ସକ୍ରିୟ କରୋନା ମାମଲାର ଗ୍ରାଫ ଖସିବାରେ ଲାଗିଛି । ୨୦୨୧ ମେ ୧୦ ତାରିଖରେ ଏହା ଶୀର୍ଷରେ ଥିବା ବେଳେ ଏହା ପରେ ହ୍ରାସ ପାଇଚାଲିଛି ।

https://static.pib.gov.in/WriteReadData/userfiles/image/image005H12R.jpg

ଆଜି ଭାରତରେ କୋଟ ସକ୍ରିୟ କରୋନା ମାମଲା ରହିଛି ୨୭,୨୦,୭୧୬ ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୮୪,୬୮୩ ହ୍ରାସ ପାଇଛି । ଦେଶର ମୋଟ ପଜିଟିଭ୍ ମାମଲାର ଏହା ୧୦.୧୭% ।

ଭାରତର ମୋଟ ସକ୍ରିୟ ମାମଲାର ୭୧.୬୨% ମାମଲା ରହିଛି ଆଠଟି ରାଜ୍ୟରେ ।

https://static.pib.gov.in/WriteReadData/userfiles/image/image006QKIJ.jpg

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୧୯,୨୮,୧୨୭ ଟେଷ୍ଟ କରାଯାଇଛି ଏବଂ ଏ ପର୍ଯ୍ୟନ୍ତ ମୋଟ ୩୩,୦୫,୩୬,୦୬୪ ଟେଷ୍ଟ କରାଯାଈଛି । ଆଜି ମୋଟ ପଜିଟିଭିଟି ହାର ରହିଛି ୮.୦୯% । ସାପ୍ତାହିକ ପଜିଟିଭିଟି ହାର ମଧ୍ୟ ୧୨.୬୬%କୁ ହ୍ରାସ ପାଇଛି ।

https://static.pib.gov.in/WriteReadData/userfiles/image/image007900V.jpg

ଜାତୀୟ ମୃତୁ୍ୟହାର ଏବେ ୧.୧୪% ରେ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୪୫୪ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ମୃତୁ୍ୟର ୭୯.୫୨% ହୋଇଛି ୧୦ଟି ରାଜ୍ୟରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୧୩୨୦ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ କର୍ଣ୍ଣାଟକରେ ୬୨୪ ଜଣଙ୍କ ମୃତୁ୍ୟ ହୋଇଛି ।

https://static.pib.gov.in/WriteReadData/userfiles/image/image008DDFI.jpg

୧୮ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମୃତୁ୍ୟହାର ଜାତୀୟ ମୃତୁ୍ୟ ହାର (୧.୧୪%) ଠାରୁ କମ୍ ରହିଛି ।

https://static.pib.gov.in/WriteReadData/userfiles/image/image0096HAJ.jpg

୧୮ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମୃତୁ୍ୟହାର ଜାତୀୟ ମୃତୁ୍ୟହାର ଠାରୁ ବେଶୀ ରହିଛି ।

https://static.pib.gov.in/WriteReadData/userfiles/image/image010YE1F.jpg

SR



(Release ID: 1721325) Visitor Counter : 162