ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଲଗାତର ଷଷ୍ଠ ଦିନ ପାଇଁ ଦୈନିକ ନୂଆ ମାମଲାକୁ ପଛରେ ପକାଇଲା ଦୈନିକ ଆରୋଗ୍ୟ ସଂଖ୍ୟା

ଲଗାତର ତିନିଦିନ ହେଲା ଦୈନିକ ନୂଆ ମାମଲା ୩ ଲକ୍ଷଠାରୁ କମ

ଗତ ୨୪ ଘଣ୍ଟାରେ ସର୍ବାଧିକ ୨୦ ଲକ୍ଷ ନମୁନା ପରୀକ୍ଷା ହୋଇଛି, ଯାହା ଏକ ବିଶ୍ୱ ରେକର୍ଡ

ଦୈନିକ ପଜିଟିଭ ହାର ୧୩.୩୧%କୁ ଖସିଲା

ଏ ପର୍ଯ୍ୟନ୍ତ ୧୮-୪୪ ବୟସ ବର୍ଗର ୬୪ ଲକ୍ଷରୁ ଅଧିକ ହିତାଧିକାରୀ ନେଲେଣି କରୋନା ଟିକା

Posted On: 19 MAY 2021 12:28PM by PIB Bhubaneshwar

ଲଗାତର ଷଷ୍ଠ ଦିନ ପାଇଁ ଦୈନିକ ନୂଆ ମାମଲାକୁ ଦୈନିକ ଆରୋଗ୍ୟ ସଂଖ୍ୟା ପଛରେ ପକାଇ ଦେଇଛି ଗତ ୨୪ ଘଣ୍ଟାରେ ଦେଶରେ ,୮୯,୮୫୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି

ଭାରତର ମୋଟ ଆରୋଗ୍ୟ ସଂଖ୍ୟା ଆଜି ୨,୧୯,୮୬,୩୬୩ରେ ପହଞ୍ଚିଛି । ଜାତୀୟ ଆରୋଗ୍ୟ ହାର ଆହୁରି ବୃଦ୍ଧି ପାଇ ୮୬.୨୩% ଛୁଇଁଛି ।

ନୂଆ ଆରୋଗ୍ୟ ମାମଲାରେ ୧୦ ରାଜ୍ୟର ଅଂଶ ୭୪.୯୪% ରହିଛି ।

ଏହି ସକାରାତ୍ମକ ଧାରା ବଳବତ୍ତର ରହିଛି ଏବଂ ଲଗାତର ୩ ଦିନ ହେଲା ଦେଶରେ ୩ ଲକ୍ଷରୁ କମ ନୂଆ ମାମଲା ସାମ୍ନାକୁ ଆସୁଛି ।

ଗତ ୨୪ ଘଣ୍ଟାରେ ୨,୬୭,୩୩୪ ନୂଆ ମାମଲା ପଂଜୀକୃତ ହୋଇଛି ।

ଦୈନିକ ନୂଆ ମାମଲାରେ ୧୦ ରାଜ୍ୟର ଅଂଶ ୭୪.୪୬% ରହିଛି । ତାମିଲନାଡୁରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୩୩,୦୫୯ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଏହା ପଛକୁ କେରଳରେ ୩୧,୩୩୭ ନୂଆ ମାମଲା ରେକର୍ଡ କରାଯାଇଛି ।

ଅନ୍ୟପକ୍ଷରେ, ଭାରତର ମୋଟ ସକି୍ରୟ ମାମଲା ଆଜି ୩୨,୨୬,୭୧୯କୁ ହ୍ରାସ ପାଇଛି ।

ଗତ ୨୪ ଘଣ୍ଟାରେ ନିଟ ସକି୍ରୟ ମାମଲା ୧,୨୭,୦୪୬ ହ୍ରାସ ପାଇଛି ।

ଦେଶର ମୋଟ ପଜିଟିଭ ମାମଲାର ଏହା ଏବେ ୧୨.୬୬% ରହିଛି ।

ଭାରତର ମୋଟ ସକି୍ରୟ ମାମଲା ମଧ୍ୟରୁ ୮ଟି ରାଜ୍ୟରେ ୬୯.୦୨% ରହିଛି ।

ନିମ୍ନରେ ଦିଆଯାଇଥିବା ରେଖାଚିତ୍ର ଗତ ୧ ମାସର ସକି୍ରୟ ମାମଲାକୁ ଦର୍ଶାଉଛି ।

ଗତ ୨୪ ଘଣ୍ଟାରେ ୨୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି (ଭାରତରେ ଗୋଟିଏ ଦିନରେ ଏହା ସର୍ବାଧିକ ନମୁନା ପରୀକ୍ଷା), ଯେବେ କି ଦୈନିକ ପଜିଟିଭ ହାର ୧୩.୩୧%କୁ ହ୍ରାସ ପାଇଛି ।

ଦେଶରେ ଗତ ୨୪ ଘଣ୍ଟାରେ ୨୦.୦୮ ଲକ୍ଷ ନମୁନା ପରୀକ୍ଷା କରାଯାଇଛି ଏବଂ ଏହା ଏକ ବିଶ୍ୱ ରେକର୍ଡ ମଧ୍ୟ ।

ଦେଶରେ ଏ ପର୍ଯ୍ୟନ୍ତ ୩୨ କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇ ସାରିଲାଣି ।

ନିମ୍ନରେ ଦିଆଯାଇଥିବା ରେଖାଚିତ୍ର ଭାରତର ବର୍ଦ୍ଧିତ ନମୁନା ପରୀକ୍ଷା ତଥ୍ୟକୁ ଦର୍ଶାଉଛି । ଦେଶର ମୋଟ ପଜିଟିଭ ହାର ଏବେ ୭.୯୬% ରହିଛି ।

ଦେଶବ୍ୟାପୀ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଅଧୀନରେ ଦେଶରେ ପରିଚାଳିତ ହୋଇଥିବା ମୋଟ କୋଭିଡ-୧୯ ଟିକାକରଣ ସଂଖ୍ୟା ଆଜି ୧୮.୫୮ କୋଟିରେ ପହଞ୍ଚିଛି ।

ଆଜି ସକାଳ ୭ଟା ପର୍ଯ୍ୟନ୍ତ ଉପଲବ୍ଧ ପ୍ରାଥମିକ ରିପୋର୍ଟ ମୁତାବକ ୨୭,୧୦,୯୩୪ ସେସନ ଜରିଆରେ ମୋଟ ୧୮,୫୮,୦୯,୩୦୨ ଟିକା ଡୋଜ ପ୍ରଦାନ କରାଯାଇଛି । ତନ୍ମଧ୍ୟରୁ ୯୬,୭୩,୬୮୪ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ ନେଇଥିବା ବେଳେ ୬୬,୫୯,୧୨୫ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ ଡୋଜ ନେଇସାରିଛନ୍ତି । ୧,୪୫,୬୯,୬୬୯ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ ନେଇଥିବା ବେଳେ ଦ୍ୱିତୀୟ ଡୋଜ ନେଇଥିବା ସମ୍ମୁଖ ଯୋଦ୍ଧାଙ୍କ ସଂଖ୍ୟା ୮୨,୩୬,୫୧୫ ରହିଛି । ୧୮-୪୪ ବୟସ ବର୍ଗର ୬୪,୭୭,୪୪୩ ହିତାଧିକାରୀ ପ୍ରଥମ ଡୋଜ ନେଇସାରିଲେଣି । ସେହିଭଳି ୪୫ରୁ ୬୦ ବର୍ଷ ବୟସ ବର୍ଗର ୫,୮୦,୪୬,୩୩୯ ହିତାଧିକାରୀ ପ୍ରଥମ ଡୋଜ ଓ ୯୩,୫୧,୦୩୬ ଜଣ ଦ୍ୱିତୀୟ ଡୋଜ ନେଇସାରିଲେଣି । ୬୦ ବର୍ଷରୁ ଅଧିକ ବୟସ ବର୍ଗର ୫,୪୮,୧୬,୭୬୭ ପ୍ରଥମ ଡୋଜ ନେଇସାରିଥିବା ବେଳେ ଦ୍ୱିତୀୟ ଡୋଜ ନେଇଥିବା ହିତାଧିକାରୀ ସଂଖ୍ୟା ୧,୭୯,୭୮,୭୨୪ ରହିଛି ।

HCWs

1st Dose

96,73,684

2nd Dose

66,59,125

FLWs

1st Dose

1,45,69,669

2nd Dose

82,36,515

Age Group 18-44 years

1st Dose

64,77,443

Age Group 45 to 60 years

1st Dose

5,80,46,339

2nd Dose

93,51,036

Over 60 years

1st Dose

5,48,16,767

2nd Dose

1,79,78,724

 

Total

18,58,09,302

 

****

SR



(Release ID: 1719941) Visitor Counter : 245