ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
                
                
                
                
                
                
                    
                    
                        ଦେଶରେ ପ୍ରଥମ ଥର ପାଇଁ ଦୈନିକ ସୁସ୍ଥ ସଂଖ୍ୟା ୪ ଲକ୍ଷରୁ ଅଧିକ ରହିଛି
                    
                    
                        ଲଗାତର ଦ୍ୱିତୀୟ ଦିନ ପାଇଁ ଦୈନିକ ନୂଆ ମାମଲା ସଂଖ୍ୟା ୩ ଲକ୍ଷରୁ କମ ରହିଛି
 
ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ସଂଖ୍ୟାରେ ୧,୬୩, ୨୩୨ ହ୍ରାସ ହୋଇଛି
 
ଭାରତର ସମୁଦାୟ ଟିକାକରଣ କଭରେଜ ୧୮.୪୪ କୋଟି ଅତିକ୍ରମ କଲା 
ଏପର୍ଯ୍ୟନ୍ତ ୧୮-୪୪ ବୟସ ବର୍ଗର ୬୬ ଲକ୍ଷରୁ ଅଧିକ ହିତାଧିକାରୀ ଟିକା ନେଇ ସାରିଲେଣି
                    
                
                
                    Posted On:
                18 MAY 2021 1:27PM by PIB Bhubaneshwar
                
                
                
                
                
                
                ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଭାବେ ସମସ୍ତ ସ୍ୱାସ୍ଥ୍ୟ ସେବା ଓ ଆଗଧାଡିର କର୍ମୀଙ୍କ ନିଷ୍ଠାପର ଓ ଅବିଶ୍ରାନ୍ତ ପରିଶ୍ରମ ଫଳରେ ଭାରତର ଦୈନିକ କୋଭିଡ ସୁସ୍ଥ ସଂଖ୍ୟା ପ୍ରଥମ ଥର ପାଇଁ ୪ ଲକ୍ଷରୁ ଅଧିକ ହୋଇପାରିଛି । 
ଗତ ୨୪ ଘଣ୍ଟାରେ ୪,୨୨,୪୩୬ ସୁସ୍ଥ ହୋଇଥିବା ପଞ୍ଜିକୃତ ହୋଇଛି ।
ଗତ ୧୪ ଦିନରେ ହାରାହାରି ଦୈନିକ ସୁସ୍ଥ ସଂଖ୍ୟା ୩,୫୫,୯୪୪ରୁ ଅଧିକ ରହିଛି । ନିମ୍ନ ଗ୍ରାଫରେ ଗତ ୧୪ ଦିନର ଦୈନିକ ସୁସ୍ଥ ସଂଖ୍ୟା ପ୍ରଦର୍ଶିତ ହୋଇଛି ।  

ଗତ ୨୪ ଘଣ୍ଟାରେ ୨,୬୩,୫୩୩ ନୂଆ ମାମଲା ପଞ୍ଜିକୃତ ହୋଇଛି ।
ଲଗାତର ଦ୍ୱିତୀୟ ଦିନ ପାଇଁ ଭାରତରେ ପଞ୍ଜିକୃତ ମାମଲା ସଂଖ୍ୟା ୩ ଲକ୍ଷରୁ କମ ରହିଛି । ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୧,୬୩,୨୩୨ ହ୍ରାସ ପଞ୍ଜିକୃତ ହୋଇଛି ।
ନିମ୍ନ ଗ୍ରାଫରେ ମାର୍ଚ୍ଚ ୧୩, ୨୦୨୧ ଠାରୁ ଭାରତର ଦୈନିକ ନୂଆ ମାମଲା ଓ ସୁସ୍ଥ ସଂଖ୍ୟା ପ୍ରଦର୍ଶିତ ହୋଇଛି । 

ଭାରତର ସମୁଦାୟ ସୁସ୍ଥ ସଂଖ୍ୟା ଆଜି ୨,୧୫,୯୬,୫୧୨ରେ ପହଞ୍ଚିଛି । ଜାତୀୟ ଆରୋଗ୍ୟ ହାର ୮୫.୬୦ ପ୍ରତିଶତ ରହିଛି । 
ଦଶଟି ରାଜ୍ୟରେ ୭୫.୭୭ ପ୍ରତିଶତ ନୂଆ ରୋଗୀ ସୁସ୍ଥ ହୋଇଛନ୍ତି । 

ଅନ୍ୟ ପକ୍ଷରେ ଭାରତର ସମୁଦାୟ ସକ୍ରିୟ ମାମଲା ସଂଖ୍ୟା ଆଜି ୩୩,୫୩,୭୬୫କୁ ହ୍ରାସ ପାଇଛି । ଏହା ଦେଶର ସମୁଦାୟ ସକ୍ରିୟ ମାମଲାର ୧୩.୨୯ ପ୍ରତିଶତ । 
ଭାରତର ସମୁଦାୟ ସକ୍ରିୟ ମାମଲାର ୬୯.୦୧ ପ୍ରତିଶତ ୮ଟି ରାଜ୍ୟରେ ପଞ୍ଜିକୃତ ହୋଇଛି ।

ଦେଶବ୍ୟାପି ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ଦେଶରେ ଆଜି ସୁଦ୍ଧା ପ୍ରାୟ ୧୮.୪୪ କୋଟି କୋଭିଡ- ୧୯ ଟିକା ଡୋଜ ପ୍ରଦାନ କରାଯାଇଛି ।
ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୬,୮୭, ୬୩୮ ସେସନରେ ସମୁଦାୟ ୧୮,୪୪,୫୩,୧୪୯ ଟିକା ଡୋଜ ପ୍ରଦାନ କରାଯାଇଛି । ଏଥିରେ ୯୬,୫୯,୪୪୧ ଏଚସିଡବ୍ଲୁ ପ୍ରଥମ ଡୋଜ ଓ ୬୬,୫୨,୩୮୯ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୧,୪୫,୦୦,୩୦୩ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୮୨,୧୭,୦୭୫ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୧୮-୪୪ ବୟସ ବର୍ଗର ୫୯,୩୯,୨୯୦ ହିତାଧିକାରୀ (ପ୍ରଥମ ଡୋଜ), ୫,୭୬,୬୪,୬୧୬ (ପ୍ରଥମ ଡୋଜ) ଓ ୪୫ରୁ ୬୦ ବୟସ ବର୍ଗର ୯୨,୪୩,୧୦୪ ଦ୍ୱିତୀୟ ଡୋଜ ହିତାଧିକାରୀ ସାମିଲ ଅଛନ୍ତି । ୬୦ରୁ ଅଧିକ ବର୍ଷ ବୟସର ୫,୪୬,୬୪,୫୭୭ ପ୍ରଥମ ଡୋଜ ହିତାଧିକାରୀ ଓ ୧,୭୯,୧୨,୩୫୪ ଦ୍ୱିତୀୟ ଡୋଜ ହିତାଧିକାରୀ ରହିଛନ୍ତି ।  
	
		
			| HCWs | 1st Dose | 96,59,441 | 
		
			| 2nd Dose | 66,52,389 | 
		
			| FLWs | 1st Dose | 1,45,00,303 | 
		
			| 2nd Dose | 82,17,075 | 
		
			| Age Group 18-44 years | 1st Dose | 59,39,290 | 
		
			| Age Group 45 to 60 years | 1st Dose | 5,76,64,616 | 
		
			| 2nd Dose | 92,43,104 | 
		
			| Over 60 years | 1st Dose | 5,46,64,577 | 
		
			| 2nd Dose | 1,79,12,354 | 
		
			|   | Total | 18,44,53,149 | 
	
ସାରା ଦେଶରେ ପ୍ରଦାନ କରାଯାଇଥିବା ସମୁଦାୟ ଟିକା ଡୋଜର ୬୬.୭୦ ପ୍ରତିଶତ ୧୦ଟି ରାଜ୍ୟରେ ଦିଆଯାଇଛି । 

ଗତ ୨୪ ଘଣ୍ଟାରେ ୧୮- ୪୪ ବୟସ ବର୍ଗର ୬,୬୯,୮୮୪ ହିତାଧିକାରୀ ପ୍ରଥମ ଡୋଜ କୋଭିଡ ଟିକା ନେଇଛନ୍ତି  ଓ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରଠାରୁ ୩୬ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳରେ ସମୁଦାୟ ୫୯,୩୯,୨୯୦ ଟିକା ଦିଆଯାଇଛି । 
ଟିକାକରଣ ଅଭିଯାନର ୧୨୨ ଦିନ ସୁଦ୍ଧା (ମଇ ୧୭, ୨୦୨୧) ୧୫,୧୦,୪୧୮ ଟିକା ଡୋଜ ପ୍ରଦାନ କରାଯାଇଛି । ୧୪,୪୪୭ ସେସନରେ ୧୨,୬୭,୨୦୧ ହିତାଧିକାରୀ ପ୍ରଥମ ଡୋଜ ଓ ୨,୪୩,୨୧୭ ହିତାଧିକାରୀ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି । 
ଗତ ୨୪ ଘଣ୍ଟାରେ ଦଶଟି ରାଜ୍ୟରେ ୭୪.୫୪ ପ୍ରତିଶତ ନୂଆ ମାମଲା ପଞ୍ଜିକୃତ ହୋଇଛି । 
କର୍ଣ୍ଣାଟକରେ ଦୈନିକ ସର୍ବାଧିକ ୩୮,୬୦୩ ନୂଆ ମାମଲା ପଞ୍ଜିକୃତ ହୋଇଥିବା ବେଳେ ତାମିଲନାଡୁରେ ୩୩,୦୭୫ ନୂଆ ମାମଲା ପଞ୍ଜିକୃତ ହୋଇଛି । 

ଜାତୀୟ ମୃତ୍ୟୁ ହାର ୧.୧୦ ପ୍ରତିଶତ ରହିଛି । 
ଗତ ୨୪ ଘଣ୍ଟାରେ ୪,୩୨୬ ମୃତ୍ୟୁ ପଞ୍ଜିକୃତ ହୋଇଛି ।
୧୦ଟି ରାଜ୍ୟରେ ୭୫.୯୮ ପ୍ରତିଶତ ନୂଆ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୧୦୦୦ ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକରେ ଦୈନିକ ୪୭୬ ମୃତ୍ୟୁ ହୋଇଛି । 

ଏହାସହିତ ଅନ୍ତର୍ଜାତିକ ରିଲିଫ ସହାୟତାଗୁଡିକୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କୋଭିଡ ମୁକାବିଲା ପାଇଁ ତୁରନ୍ତ ଆବଣ୍ଟିତ କରାଯାଉଛି । ଏପର୍ଯ୍ୟନ୍ତ ୧୧,୩୨୧ ଅକ୍ସିଜେନ କନସେଣ୍ଟଟ୍ରେଟର, ୧୫,୮୦୧ ଅକ୍ସିଜେନ ସିଲିଣ୍ଡର, ୧୯ ଅକ୍ସିଜେନ ଜେନେରେସନ ପ୍ଳାଣ୍ଟ, ୭,୪୭୦ ଭେଣ୍ଟିଲେଟର/ ବିଆଇ ପିଏପି, ପ୍ରାୟ ୫.୫ ଲକ୍ଷ ଭାଏଲ ରେମଡେସିଭିର ଇଞ୍ଜେକ୍ସନ ସଡକ ଓ ଆକାଶ ମାର୍ଗରେ ବିତରଣ କରାଯାଇଛି/ପଠାଯାଇଛି ।
 
SR
                
                
                
                
                
                (Release ID: 1719686)
                Visitor Counter : 349
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam