କ୍ୟାବିନେଟ

ଭାରତର ପ୍ରତିଯୋଗିତା ଆୟୋଗ (CCI) ଏବଂ ବ୍ରାଜିଲର ଅର୍ଥନୈତିକ ପ୍ରତିରକ୍ଷା ପାଇଁ ପ୍ରଶାସନିକ ପରିଷଦ (CADE) ମଧ୍ୟରେ ବୁଝାମଣା ପତ୍ର

प्रविष्टि तिथि: 20 APR 2021 3:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଆଜି ଭାରତର ପ୍ରତିଯୋଗିତା ଆୟୋଗ (CCI) ଏବଂ ବ୍ରାଜିଲର ଅର୍ଥନୈତିକ ପ୍ରତିରକ୍ଷା ପାଇଁ ପ୍ରଶାସନିକ ପରିଷଦ (CADE) ମଧ୍ୟରେ ବୁଝାମଣାପତ୍ର (MOU) କୁ ଅନୁମୋଦନ କରିଛି

ପ୍ରତିଯୋଗିତା ଅଧିନିୟମ, ୨୦୦୨ ଧାରା ୧୮, ସିସିଆଇକୁ କୌଣସି ରାଜିନାମ କିମ୍ବା କୌଣସି ଦେଶର କୌଣସି ସଂସ୍ଥା ସହିତ ଏହାର କର୍ତ୍ତବ୍ୟ ର୍ନିବାହ କରିବା କିମ୍ବା ଅଧିନିୟମ ଅନୁଯାୟୀ କାର୍ଯ୍ୟ କରିବା ପାଇଁ ଅନୁମତି ଦେଇଥାଏ

ସେହି ଅନୁଯାୟୀ, ସିସିଆଇ ନିମ୍ନଲିଖିତ ଛଅଟି ଏମଓୟୁରେ ପ୍ରବେଶ କରିଛି:

  1. ଫେଡେରାଲ ଟ୍ରେଡ କମିଶନ (FTC) ଏବଂ ନ୍ୟାୟ ବିଭାଗ (DOJ), ଯୁକ୍ତରାଷ୍ଟ୍ର
  2. ପ୍ରତିଯୋଗୀତା ମହା ନିର୍ଦ୍ଦେଶକ, ୟୁରୋପୀୟ ୟୁନିଅନ୍
  3. ଫେଡେରାଲ୍ ଆଣ୍ଟିମୋପୋଲି ସର୍ଭିସ, ଋଷିଆ
  4. ଅଷ୍ଟ୍ରେଲୀୟ ପ୍ରତିଯୋଗିତା ଏବଂ ଗ୍ରାହକ ଆୟୋଗ ଏବଂ
  5. ପ୍ରତିଯୋଗିତା ବ୍ୟୁରୋ, କାନାଡା ଏବଂ
  6. ବ୍ରିକ୍ସ ପ୍ରତିଯୋଗିତା କର୍ତ୍ତୃପକ୍ଷ

ବର୍ତ୍ତମାନର ପ୍ରସ୍ତାବ CCI ଏବଂ CADE ମଧ୍ୟରେ ଅନୁରୂପ MOU ଦସ୍ତଖତ ସହିତ ଜଡିତ

*****

HS


(रिलीज़ आईडी: 1713003) आगंतुक पटल : 318
इस विज्ञप्ति को इन भाषाओं में पढ़ें: Malayalam , English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada