ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ପୂଜ୍ୟ ସ୍ଵାମୀ ଅବଧେଶାନନ୍ଦ ଗିରି ଜୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ଦୁଇ ଶାହି ସ୍ନାନ ପରେ କୁମ୍ଭକୁ ପ୍ରତୀକାତ୍ମକ ଭାବେ ପାଳନ କରିବାକୁ ଅନୁରୋଧ

ସନ୍ଥଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଲେ

ପୋଷ୍ଟ କରାଯିବା ଦିନାଙ୍କ: 17 APR 2021 9:25AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ପୂଜା ସ୍ଵାମୀ ଅବଧେଶାନନ୍ଦ ଗିରି ଜୀଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରି ସମସ୍ତ ସନ୍ଥଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି ପ୍ରଶାସନ ସହିତ ସମ୍ପୂର୍ଣ୍ଣ ସହଯୋଗ ପାଇଁ ସେ ସନ୍ଥ ସମାଜକୁ ଧନ୍ୟବାଦ ଜଣାଇଛନ୍ତି ।

ଦୁଇ ଶାହି ସ୍ନାନ ହୋଇସାରିଥିବାରୁ କୁମ୍ଭକୁ ପ୍ରତୀକାତ୍ମକ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହା ମହାମାରୀ ବିରୋଧରେ ଜାରି ରହିଥିବା ଲଢେଇକୁ ସୁଦୃଢ଼ କରିବ

ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ପୂଜ୍ୟ ସ୍ଵାମୀ ଅବଧେଶାନନ୍ଦ ଗିରି ଜୀ ଭକ୍ତମାନଙ୍କୁ ବହୁ ସଂଖ୍ୟାରେ ସ୍ନାନ ପାଇଁ ନ ଆସିବାକୁ ଏବଂ କୋଭିଡ ଉପଯୁକ୍ତ ଆଚରଣକୁ ଅନୁସରଣ କରିବା ସହିତ ସମସ୍ତ ନିୟମ ପାଳନ କରିବାକୁ କହିଛନ୍ତି ।

 




**********

TRP/


(ରିଲିଜ ଆଡି: 1712413) ପରିଦର୍ଶକ କାଉଣ୍ଟର : 354