ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ମୋଟ ଟିକାକରଣ ଆଠ କୋଟିକୁ ଛୁଇଁବାକୁ ଯାଉଛି

ଆଠ ରାଜ୍ୟରେ ଦୈନିକ କରୋନା ମାମଲା ବୃଦ୍ଧି ପାଉଛି

ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ଟେଷ୍ଟ କ୍ଷେତ୍ରରେ ଜାତୀୟ ହାରଠାରୁ ୧୫ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ କମ୍ ଟେଷ୍ଟ କରୁଛନ୍ତି

Posted On: 05 APR 2021 11:48AM by PIB Bhubaneshwar

କୋଭିଡ-୧୯ ମୁକାବିଲାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ ଭାରତରେ ମୋଟ ଟିକାକରଣ ଆଜି ୭.୯ କୋଟିକୁ ଅତିକ୍ରମ କରିଯାଇଛି ।

ଆଜି ସକାଳ ୭ଟା ସୁଦ୍ଧା ୧୨,୩୧,୧୪୮ ସେସନରେ ୭,୯୧,୦୫,୧୬୩ ଡୋଜ୍ ଟିକା ପ୍ରଦାନ କରାଯାଇସାରିଛି । ଏହା ମଧ୍ୟରେ ୯୦,୦୯,୩୫୩ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୩,୪୩,୪୯୩ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୯୭,୩୭,୮୫୦ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୪୧,୩୩,୯୬୧ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୪୫ ବର୍ଷରୁ ଅଧିକ ବୟସର ଦୁରାରୋଗ୍ୟରେ ପୀଡ଼ିତ ୪,୯୯,୩୧,୬୩୫ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଓ ୯,୪୮,୮୭୧ ଜଣ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ।

 

HCWs

FLWs

Over 45 years

 

Total

1st Dose

2nd Dose

1st Dose

2nd Dose

1st Dose

2nd Dose

90,09,353

53,43,493

97,37,850

41,33,961

4,99,31,635

9,48,871

7,91,05,163

ଟିକାକରଣ ଅଭିଯାନର ୭୯ତମ ଦିବସ (୪ ଏପ୍ରିଲ ୨୦୨୧)ରେ ୧୬,୩୮,୪୬୪ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ୨୧,୫୦୮ ସେସନରେ ୧୫,୪୦,୬୭୬ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୯୭,୭୮୮ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ରହିଛି ।

 

Date: 4th April,2021

HCWs

FLWs

Over 45 years

Total Achievement

1stDose

2ndDose

1stDose

2nd Dose

1stDose

2ndDose

1stDose

2ndDose

1,470

9,461

2,665

16,547

15,36,541

71,780

15,40,676

97,788

 

ଦେଶରେ ମୋଟ ଟିକାକରଣର ୬୦% ଦିଆଯାଇଛି ଆଠଟି ରାଜ୍ୟରେ ।

ଭାରତରେ ଏବେ ଦୈନିକ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏକ ଲକ୍ଷ(୧,୦୩,୫୫୮)ରୁ ଅଧିକ ମାମଲା ଚିହ୍ନଟ ହୋଇଛି ।

ଆଠଟି ରାଜ୍ୟ; ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ଦିଲ୍ଲୀ, ତାମିଲନାଡ଼ୁ, ମଧ୍ୟପ୍ରଦେଶ ଏବଂ ପଞ୍ଜାବରେ ଦୈନିକ କୋଭିଡ ମାମଲା ବୃଦ୍ଧି ପାଇ ଚାଲିଛି । ନୂଆ ମାମଲାରୁ ୮୧.୯୦% ଆସିଛି ଆଠଟି ରାଜ୍ୟରୁ ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୫୭,୦୭୪ (୫୫.୧୧%) ମାମଲା ଆସିଛି । ଏହା ପଛକୁ ଛତିଶଗଡ଼ରେ ୫୨୫୦ ଏବଂ କର୍ଣ୍ଣାଟକରେ ୪୫୫୩ ମାମଲା ଚିହ୍ନଟ ହୋଇଛି ।

ନିମ୍ନ ଗ୍ରାଫରେ ସୂଚିତ ୧୨ଟି ରାଜ୍ୟରେ ଦୈନିକ କରୋନା ମାମଲା ବୃଦ୍ଧି ପାଉଛି ।

ଭାରତରେ ମୋଟ ସକ୍ରିୟ ମାମଲା ୭,୪୧,୮୩୦ରେ ପହଞ୍ଚିଛି । ଏହା ଦେଶରେ ଥିବା ମୋଟ ପଜିଟିଭ୍ ମାମଲାର ୫.୮୯% । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସକ୍ରିୟ ମାମଲାରେ ସିଧାସଳଖ ୫୦,୨୨୩ ମାମଲା ବୃଦ୍ଧି ଘଟିଛି ।

ନିମ୍ନରେ ଥିବା ଗ୍ରାଫ ଭାରତରେ କରୋନା ସକ୍ରିୟ ମାମଲାର ବୃଦ୍ଧିକୁ ସୂଚାଉଛି ।

ପାଞ୍ଚଟି ରାଜ୍ୟ; ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼, କେରଳ ଏବଂ ପଞ୍ଜାବରେ ଦେଶର ମୋଟ ସକ୍ରିୟ ମାମଲାର ୭୫.୮୮% ମାମଲା ରହିଛି । ଦେଶର ମୋଟ ସକ୍ରିୟ ମାମଲାର ୫୮.୨୩% ମାମଲା କେବଳ ମହାରାଷ୍ଟ୍ରରେ ରହିଛି ।

ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ଟେଷ୍ଟ କ୍ଷେତ୍ରରେ ଜାତୀୟ ହାରାହାରି ୧,୮୦,୪୪୯ ଥିବା ବେଳେ ୧୫ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏହାଠାରୁ କମ୍ ଟେଷ୍ଟ ହେଉଛି ।

ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ଆଜି ୧,୧୬,୮୨,୧୩୬ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ଏବେ ରହିଛି ୯୨.୮% ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨,୮୪୭ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୭୮ ଜଣଙ୍କ ମୃତୁ୍ୟ ହୋଇଛି ।

ଏହି ନୂତନ ମୃତୁ୍ୟ ମଧ୍ୟରୁ ୮୪.୫୨% ମୃତୁ୍ୟ ହୋଇଛି ଆଠଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୨୨୨ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ପଞ୍ଜାବରେ ପ୍ରାଣ ହରାଇଛନ୍ତି ୫୧ ଜଣ ।

୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କୋଭିଡ-୧୯ ମୃତୁ୍ୟ ହୋଇନାହିଁ । ଏସବୁ ହେଲା ପୁଡୁଚେରୀ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ନାଗାଲାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ସିକିମ, ଲାକ୍ଷାଦ୍ୱୀପ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ । 

SR



(Release ID: 1709642) Visitor Counter : 290