ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ପର୍ତ୍ତୁଗୀଜ ପ୍ରଧାନମନ୍ତ୍ରୀ ମହାମହିମ ଆଣ୍ଟୋନିଓ ଲୁଇସ୍ ସାଣ୍ଟୋସ୍ ଦା କୋଷ୍ଟାଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
Posted On:
16 MAR 2021 7:17PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପର୍ତ୍ତୁଗୀଜ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଆଣ୍ଟୋନିଓ ଲୁଇସ୍ ସାଣ୍ଟୋସ୍ ଦା କୋଷ୍ଟାଙ୍କ ସହ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କରିଛନ୍ତି ।
ଉଭୟ ଦେଶରେ କୋଭିଡ-19 ମହାମାରୀର ପରିସ୍ଥିତି ନେଇ ଦୁଇ ନେତା ସମୀକ୍ଷା କରିଥିଲେ । ମହାମାରୀର ସମାପ୍ତି ପାଇଁ ଶୀଘ୍ର ଟୀକାକରଣ ଏବଂ ସମାନ ବଣ୍ଟନ ଉପରେ ସେମାନେ ଗୁରୁତ୍ଵାରୋପ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଟୀକାକରଣ ଅଭିଯାନ ବିଷୟରେ ପ୍ରଧାନମନ୍ତ୍ରୀ କୋଷ୍ଟାଙ୍କୁ ସୂଚନା ଦେବା ସହିତ ଭାରତ ଏପର୍ଯ୍ୟନ୍ତ 70ରୁ ଅଧିକ ଦେଶକୁ ସହାୟତା ଯୋଗାଇ ଥିବା ଦର୍ଶାଇଥିଲେ । ଅନ୍ୟ ଦେଶର ଟୀକାକରଣ ପ୍ରୟାସକୁ ଭାରତ ଯଥାସମ୍ଭବ ସହଯୋଗ କରିବା ନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଶ୍ଚିତ କରିଥିଲେ ।
ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ ଏବଂ ଗତ କିଛି ବର୍ଷ ମଧ୍ୟରେ ଭାରତ-ପର୍ତ୍ତୁଗାଲ ଭାଗିଦାରୀରେ ସକରାତ୍ମକ ପ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।
ପର୍ତ୍ତୁଗୀଜର ଅଧ୍ୟକ୍ଷତାରେ ମେ’ 2021ରେ ପୋର୍ଟୋରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଇଣ୍ଡୋ-ୟୁରୋପୀୟ ୟୁନିଅନ୍ ନେତାଙ୍କ ବୈଠକ ପାଇଁ ହୋଇଥିବା ପ୍ରସ୍ତୁତିର ସେମାନେ ସମୀକ୍ଷା କରିଥିଲେ । ଭାରତ ଏବଂ ୟୁରୋପୀୟ ୟୁନିଅନ୍ ମଧ୍ୟରେ ରଣନୈତିକ ସମ୍ପର୍କକୁ ମଜବୁତ କରିବାରେ ପ୍ରଧାନମନ୍ତ୍ରୀ କୋଷ୍ଟାଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ ଏବଂ ସେ ପ୍ରଧାନମନ୍ତ୍ରୀ କୋଷ୍ଟାଙ୍କୁ ପୋର୍ଟୋରେ ଭେଟିବାକୁ ଆଗ୍ରହୀ ବୋଲି କହିଥିଲେ ।
**********
TRP/
(Release ID: 1705308)
Visitor Counter : 125
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam