ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବୀର ଚିଲାରାଇଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ

Posted On: 27 FEB 2021 3:59PM by PIB Bhubaneshwar

 

ମହାନ ବୀର ଚିଲାରାଇଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସ୍ମୃତିଚାରଣ କରିଛନ୍ତି । 

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ମହାନ ବୀର ଚିଲାରାଇ ଅସୀମ ବୀରତ୍ଵ ଏବଂ ଦେଶପ୍ରେମର ପ୍ରତୀକ । ସେ ଜଣେ ମହାନ ଯୋଦ୍ଧା ଥିଲେ, ଯିଏକି ଲୋକମାନଙ୍କ ପାଇଁ ଲଢିଥିଲେ ଏବଂ ନୀତିଗୁଡିକ ପବିତ୍ର ବୋଲି ଅଭିହିତ କରିଥିଲେ । ତାଙ୍କ ସାହସିକତାର ଗାଥା ଆଗାମୀ ପିଢିକୁ ଉତ୍ସାହିତ କରିବ । ତାଙ୍କ ଜୟନ୍ତୀରେ ଆମେ ତାଙ୍କୁ ସ୍ମରଣ କରୁଛୁ” ।

 

**********

TRP/

 



(Release ID: 1701386) Visitor Counter : 181