ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର କରୋନା ସକ୍ରିୟ ମାମଲାରେ ରେକର୍ଡ ହ୍ରାସ; ଆଜି ଏହା ୧।୩୫ଲକ୍ଷରେ ପହଞ୍ଚିଲା

ଗତ 24 ଘଣ୍ଟାରେ 4 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ବି ନୂଆ ମାମଲା ଚିହ୍ନଟ ହୋଇନାହିଁ

ଦେଶରେ କୋଭିଡ-19 ବିରୋଧରେ 75ଲକ୍ଷରୁ ଅଧିକ ହିତାଧିକାରୀଙ୍କର ଟିକାକରଣ

70 ଲକ୍ଷ ଟିକାକରଣ ମାଇଲଖୁଣ୍ଟ ଟପିବାରେ ଭାରତ ଦ୍ରୁତତମ

Posted On: 12 FEB 2021 10:53AM by PIB Bhubaneshwar

ଦେଶର ମୋଟ ସକ୍ରିୟ କରୋନା ମାମଲା ସଂଖ୍ୟାରେ ବଡ଼ଧରଣର ହ୍ରାସ ହୋଇ ଆଜି ଏହା 1.35 ଲକ୍ଷ (1.35,926)କୁ ଖସିଆସିଛି ।

 ଦେଶର ମୋଟ କରୋନା ଆକ୍ରାନ୍ତ ମାମଲା ମଧ୍ୟରୁ ଏବେ ମୋଟ ପଜିଟିଭ ମାମଲା ମାତ୍ର 1.25% ରହିଛି । ଗତ କିଛି ସପ୍ତାହ ହେଲା ଦିନକୁ ଦିନ ସକ୍ରିୟ ମାମଲା ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ।

 ଗତ 24 ଘଣ୍ଟାରେ ଦେଶରେ ଦେଖାଦେଇଥିବା ନୂଆ ମାମଲାରୁ ଏକ ସକାରାତ୍ମକ ଚିତ୍ର ମିଳିଛି । ମାତ୍ର ଗୋଟିଏ ରାଜ୍ୟରେ 1,000ରୁ ଅଧିକ ମାମଲା ରିପୋର୍ଟ କରାଯାଇଥିବା ବେଳେ ବାକି ରାଜ୍ୟଗୁଡ଼ିକରେ 1,000ରୁ କମ ନୂଆ ମାମଲା ଚିହ୍ନଟ କରାଯାଇଛି । ଗତ 24 ଘଣ୍ଟାରେ 4ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି ନୂଆ କରୋନା ଆକ୍ରାନ୍ତ ମାମଲା ଦେଖିବାକୁ ମିଳିନାହିଁ । ଏଗୁଡ଼ିକ ମଧ୍ୟରେ ଦାଦ୍ରା ଓ ନଗର ହାବେଳି, ଡାମନ ଓ ଡିଉ, ଲଦାଖ, ତ୍ରିପୁରା ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଂଜ ରହିଛନ୍ତି ।

 ଅନ୍ୟପକ୍ଷରେ ଗତ 24 ଘଣ୍ଟାରେ ଦେଶର ଦୈନିକ କରୋନା ମୃତ୍ୟୁ ଚିତ୍ରରୁ ଦେଖିବାକୁ ମିଳିଛି ଯେ ଦୈନିକ ମୃତ୍ୟୁ ହ୍ରାସ ପାଇବାରେ ଲାଗିଛି । ଗତ 24 ଘଣ୍ଟାରେ 18 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ବି ନୂଆ ମୃତ୍ୟୁ ଦେଖିବାକୁ ମିଳିନାହିଁ । 13 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ 1-5 ନୂଆ ମୃତ୍ୟୁ ଦେଖିବାକୁ ମିଳିଛି ।

ଦେଶରେ ଗତ 24 ଘଣ୍ଟାରେ 9,309 ନୂଆ ଆକ୍ରାନ୍ତ ମାମଲା ରେକର୍ଡ କରାଯାଇଛି । ସମାନ ସମୟରେ 15,858 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଭାରତର ରାଷ୍ଟ୍ରୀୟ ଆରୋଗ୍ୟ ହାର (97.32%) ବିଶ୍ୱରେ ଅନ୍ୟତମ ସର୍ବାଧିକ ହେବା ଜାରି ରଖିଛି । ସୁସ୍ଥ ହେଉଥିବା ଲୋକ ସଂଖ୍ୟା ଅଧିକ ହାରରେ ବଢୁଥିବାରୁ ଜାତୀୟ ଆରୋଗ୍ୟ ହାରରେ ସୁଧାର ଦେଖିବାକୁ ମିଳୁଛି ।

ଦେଶର ମୋଟ କରୋନା ଆରୋଗ୍ୟ ଲୋକସଂଖ୍ୟା 1,05,89,230ରେ ପହଞ୍ଚିଛି । ଦେଶର ମୋଟ ସକ୍ରିୟ ଓ ଆରୋଗ୍ୟ ମାମଲା ସଂଖ୍ୟା ମଧ୍ୟରେ ବ୍ୟବଧାନ ବଢ଼ିବାରେ ଲାଗିଛି, ଯାହା ଏବେ 1,04,53,304 ରହିଛି ।

2021 ଫେବ୍ରୁଆରୀ 12 ସକାଳ 8ଟା ସୁଦ୍ଧା ଦେଶବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ କରୋନା ଟିକା ନେଇଥିବା ହିତାଧିକାରୀ ସଂଖ୍ୟା 75 ଲକ୍ଷରୁ ଅଧିକ (75,05,010) ହୋଇଛି ।

ଟିକା ନେଇଥିବା ମୋଟ 75,05,010 ହିତାଧିକାରୀଙ୍କ ମଧ୍ୟରେ 58,14,976 ଜଣ ସ୍ୱାସ୍ଥ୍ୟକର୍ମୀ (ଏଚସିଡବ୍ଲ୍ୟୁ) ହୋଇଥିବା ବେଳେ 16,90,034 ହେଉଛନ୍ତି ଫ୍ରଣ୍ଟଲାଇନ ୱାର୍କର (ଏଫଏଲଡବ୍ଲ୍ୟୁ) । ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 1,54,370 ସେସନ ଅନୁଷ୍ଠିତ ହୋଇଛି । 70ଲକ୍ଷ (7 ନିୟୁତ) ଟିକାକରଣ ମାଇଲଖୁଣ୍ଟ ପାର କରିବାରେ ଭାରତର ହେଉଛି ବିଶ୍ୱର ଦ୍ରୁତତମ ରାଷ୍ଟ୍ର ।

ଟିକାକରଣ କାର୍ଯ୍ୟକ୍ରମର 27ତମ ଦିନ (2021 ଫେବ୍ରୁଆରୀ 11)ରେ 4,87,896 ହିତାଧିକାରୀ (ଏଚସିଡବ୍ଲ୍ୟୁ-1,09,748 ଓ ଏଫଏଲଡବ୍ଲ୍ୟୁ- 3,78,148) ମୋଟ 11,314 ସେସନରେ କରୋନା ଟିକା ଗ୍ରହଣ କରିଛନ୍ତି ।

ପ୍ରତିଦିନ କରୋନା ଟିକା ନେଉଥିବା ହିତାଧିକାରୀ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ।

10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ହିତାଧିକାରୀଙ୍କର 69% ଟିକାକରଣ ଶେଷ ହୋଇଛି । ଟିକା ନେଇଥିବା ମୋଟ ହିତାଧିକାରୀଙ୍କ ମଧ୍ୟରେ ଏକାକୀ ଉତ୍ତରପ୍ରଦେଶର ଭାଗ 10.2% (7,63,421) ରହିଛି ।

ଦିନକରେ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ 86.89 ପ୍ରତିଶତ 6ଟି ରାଜ୍ୟରୁ ରହିଛନ୍ତି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ 6,107 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ କେରଳରେ 5,692 ଓ ଛତିଶଗଡ଼ରେ 848 ଜଣ ସୁସ୍ଥ ହୋଇଛନ୍ତି ।

ଦେଶରେ ଦିନକରେ ଦେଖାଦେଇଥିବା ମୋଟ ନୂଆ ମାମଲା ମଧ୍ୟରୁ 6ଟି ରାଜ୍ୟରେ 79.87% ଚିହ୍ନଟ ହୋଇଛି ।

କେରଳରେ ଦିନକରେ ସର୍ବାଧିକ 5,281 ନୂଆ ମାମଲା ରେକର୍ଡ କରାଯାଇଥିବା ବେଳେ ଏହା ପଛକୁ ମହାରାଷ୍ଟ୍ର ଓ ତାମିଲନାଡୁରେ ଯଥାକ୍ରମେ 652 ଓ 481 ନୂଆ ମାମଲା ସାମ୍ନାକୁ ଆସିଛି ।

ଗତ 24ଘଣ୍ଟାରେ 87କରୋନା ମୃତ୍ୟୁ ସାମ୍ନାକୁ ଆସିଛି । ତନ୍ମଧ୍ୟରୁ 75.86% ମୃତ୍ୟୁ 6ଟି ରାଜ୍ୟରେ ରେକର୍ଡ କରାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 25 ଜଣ ପ୍ରାଣ ହରାଇଛନ୍ତି । ଏହା ପଛକୁ ଥିବା କେରଳରେ 16 ଜଣଙ୍କ ଜୀବନ ଯାଇଛି ।

 

*******

SR



(Release ID: 1697632) Visitor Counter : 200