ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19 ବିରୋଧି ଟୀକାକରଣ ଅଭିଯାନର ସଫଳ ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ଏବଂ ଭାରତ ସରକାରଙ୍କୁ ପଡ଼ୋଶୀ ନେତାଙ୍କ ଶୁଭେଚ୍ଛା

Posted On: 18 JAN 2021 5:22PM by PIB Bhubaneshwar

ଜାନୁୟାରୀ 16, 2021 ରେ କୋଭିଡ-19 ବିରୁଦ୍ଧରେ ଟୀକାକରଣ ଅଭିଯାନକୁ ସଫଳତାର ସହ ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କୁ ପଡୋଶୀ ଦେଶର ନେତାମାନେ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଶ୍ରୀ ଗୋଟାବାୟା ରାଜପକ୍ଷ କହିଛନ୍ତି ଯେ,କୋଭିଡ-19 ଟୀକାକରଣର ସଫଳ ଅଭିଯାନ ଏବଂ ପଡୋଶୀ ଦେଶ ପ୍ରତି ତାଙ୍କର ବନ୍ଧୁତ୍ୱପୂର୍ଣ୍ଣ ଉଦାରତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ

My heartiest congratulations to Prime Minister Shri @narendramodi on the successful roll out of the #COVID19 vaccine & his generosity towards friendly neighbouring countries. #COVID19Vaccination #india #SriLanka pic.twitter.com/ToscTxwge6

— Gotabaya Rajapaksa (@GotabayaR) January 17, 2021

ଏକ ଟ୍ଵିଟରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଶ୍ରୀ ମହିନ୍ଦା ରାଜପକ୍ଷ କହିଛନ୍ତି ଯେ,ଏହି ବୃହତ କୋଭିଡ-19 ଟୀକାକରଣ ଅଭିଯାନର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କୁ ଅଭିନନ୍ଦନ ଏହି ଭୟଙ୍କର ମହାମାରୀ ସମାପ୍ତିର ପ୍ରାରମ୍ଭ ଆମେ ଦେଖିବା ଆରମ୍ଭ କରିଛୁ

Congratulations PM @narendramodi and the Government of India on taking this very important step with this massive #COVID19Vaccination drive. We are starting to see the beginning of the end to this devastating pandemic. @IndiainSL https://t.co/fcx8bO7RfV

— Mahinda Rajapaksa (@PresRajapaksa) January 16, 2021

ଏକ ଟ୍ଵିଟରେ ମାଲଦ୍ୱୀପ ରାଷ୍ଟ୍ରପତି ଶ୍ରୀ ଇବ୍ରାହିମ ମହମ୍ମଦ ସୋଲି କହିଛନ୍ତି ଯେ,କୋଭିଡ-19 ବିରୁଦ୍ଧରେ ଭାରତର ବିଶାଳ ଜନସଂଖ୍ୟାକୁ ଟୀକାକରଣ ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କୁ ଅଭିନନ୍ଦନ ମୁଁ ଦୃଢ ବିଶ୍ଵାସୀ ଯେ ଆପଣ ଏହି ପ୍ରୟାସରେ ସଫଳ ହେବେ ଏବଂ ଆମେ ଶେଷରେ କୋଭିଡ-19 ବିପଦର ସମାପ୍ତି ଦେଖିବାକୁ ଯାଉଛୁ

Congratulations to PM @narendramodi and the Indian government for its landmark program to vaccinate India’s population against COVID-19. I’m highly confident that you’ll be successful in this endeavor and that we are finally seeing an end to the COVID-19 scourge.

— Ibrahim Mohamed Solih (@ibusolih) January 17, 2021

ଏକ ଟ୍ଵିଟରେ ଭୁଟାନ ପ୍ରଧାନମନ୍ତ୍ରୀ ଡଃ ଲୋତେ ଶେରିଙ୍ଗ କହିଛନ୍ତି ଯେ, ଆଜି ଦେଶବ୍ୟାପୀ କୋଭିଡ-19 ଟୀକାକରଣ ଅଭିଯାନର ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତବାସୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ମୋର ଆଶା, ଏହି ମହାମାରୀରେ ସହ୍ୟ କରିଥିବା ଦୁର୍ଦ୍ଦିନକୁ ଆମେ ଅତିକ୍ରମ କରିବାକୁ ଯାଉଛୁ

I would like to congratulate PM @narendramodi and the people of India for the landmark launch of nationwide COVID-19 vaccination drive today. We hope it comes as an answer to pacify all the sufferings we have endured this pandemic. https://t.co/f921VupuJn pic.twitter.com/M9q3KKLFo3

— PM Bhutan (@PMBhutan) January 16, 2021

 

**********

TRP/



(Release ID: 1689953) Visitor Counter : 143