ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ ରତ୍ନ ଏମଜିଆରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 17 JAN 2021 2:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ଏମ.ଜି. ରାମଚନ୍ଦ୍ରନଙ୍କୁ ଆଜି ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ, ଚଳଚ୍ଚିତ୍ର ପରଦାରୁ ରାଜନୀତି ପର୍ଯ୍ୟନ୍ତ ଏମଜିଆର ସମସ୍ତ ଲୋକଙ୍କ ହୃଦୟରେ ରାଜ କରୁଥିଲେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ବିଭିନ୍ନ ଅଞ୍ଚଳରୁ ଗୁଜୁରାଟର କେୱଡିୟା ସହିତ ସଂଯୋଗ କରୁଥିବା ଆଠଟି ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ଏବଂ ରାଜ୍ୟରେ ରେଳ ସମ୍ବନ୍ଧୀୟ ଅନେକ ପ୍ରକଳ୍ପର ଉଦଘାଟନ କରିବା ଅବସରରେ ଶ୍ରୀ ମୋଦୀ ଏହା କହିଛନ୍ତି ।

କେଡିୟା ବାଉଣ୍ଡ ଟ୍ରେନ ମଧ୍ୟରୁ ଗୋଟିଏ ପୁରୁଚି ଥାଲିଆଭର ଡଃ ଏମ.ଜି ରାମଚନ୍ଦ୍ରନ କେନ୍ଦ୍ରୀୟ ରେଳ ଷ୍ଟେସନରୁ ଯାତ୍ରାରମ୍ଭ କରୁଥିବାର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମ ବାର୍ଷିକୀରେ ଭାରତ ରତ୍ନ ଏମଜିଆରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉଭୟ ଚଳଚ୍ଚିତ୍ର ପରଦା ଏବଂ ରାଜନୀତି କ୍ଷେତ୍ରରେ ତାଙ୍କର ସଫଳତାକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ । ସେ ସୂଚିତ କରିଥିଲେ ଯେ, ଏମଜିଆରଙ୍କ ରାଜନୈତିକ ଯାତ୍ରା ଗରିବଙ୍କ ପାଇଁ ଉତ୍ସର୍ଗୀକୃତ ଥିଲା ଏବଂ ସେ ତଳ ସ୍ତରର ଲୋକଙ୍କ ବିକାଶ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ତାଙ୍କର ଆଦର୍ଶକୁ ପୂରଣ କରିବା ପାଇଁ କାର୍ଯ୍ୟ କରୁଛୁ ଏବଂ କୃତଜ୍ଞ ରାଷ୍ଟ୍ର କିପରି ଏମଜିଆରଙ୍କ ଦେହାନ୍ତ ପରେ ଚେନ୍ନାଇ କେନ୍ଦ୍ରୀୟ ରେଳ ଷ୍ଟେସନର ନାମକରଣ କଲା ତାହା ସ୍ମରଣ କରୁଛୁ ।

 

**********

TRP/



(Release ID: 1689449) Visitor Counter : 118