ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ସର୍ବବୃହତ ଟିକାକରଣ ଅଭିଯାନ

ବିଶ୍ୱର ସର୍ବବୃହତ କୋଭିଡ-19 ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବାରୁ ଭାରତ ପାଇଁ ସ୍ମରଣୀୟ ଦିବସ

ଭାରତରେ ସକ୍ରିୟ କରୋନା ମାମଲା ମୋଟ ପଜିଟିଭ ମାମଲାର ମାତ୍ର 2%କୁ ହ୍ରାସ

Posted On: 16 JAN 2021 11:37AM by PIB Bhubaneshwar

ଭାରତ ବିଶ୍ୱର ସର୍ବବୃହତ କୋଭିଡ-19 ଟିକାକରଣ ଅଭିଯାନ ଆରମ୍ଭ କରିଥିବାରୁ କୋଭିଡ ଲଢ଼େଇ କ୍ଷେତ୍ରରେ ଭାରତ ପାଇଁ ଆଜିର ଦିନଟି ଏକ ସ୍ମରଣୀୟ ଦିବସ । ମାନନୀୟ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ଟିକାକରଣ ଅଭିଯାନକୁ ପୂର୍ବାହ୍ନ ସାଢ଼େ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଛନ୍ତି ।

ଆଜି ପୁଣି ଥରେ ଦେଶରେ ସକ୍ରିୟ କରୋନା ମାମଲା ହ୍ରାସ ପାଇଛି । ଏହା ଏବେ 2,11,033 ରହିଛି, ଯାହାକି ମୋଟ ପଜିଟିଭ୍ ମାମଲାର ମାତ୍ର 2% । ଶେଷ ଥର ପାଇଁ 2012 ମସିହା ଜୁନ୍ 29 ତାରିଖରେ ଦେଶରେ ସକ୍ରିୟ କରୋନା ମାମଲା ରହିଥିଲା 2,10,120

ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ମୋଟ ପଜିଟିଭ୍ ମାମଲାର 96%କୁ ଅତିକ୍ରମ କରି 96.56%ରେ ପହଂଚିଛି ।

ଏବେ ଦେଶରେ ଥିବା 2,11,033 ଜଣ କରୋନା ପଜିଟିଭ୍ ଘରେ ଆଇସୋଲେସନରେ ରହିଛନ୍ତି କିମ୍ବା ହସପିଟାଲରେ ଅଛନ୍ତି । ସୁସ୍ଥଙ୍କ ସଂଖ୍ୟା ୧ କୋଟିରୁ ଅଧିକ ରହିଛି (1,01,79,715) ।

ସୁସ୍ଥତା ହାର କ୍ରମାଗତ ବୃଦ୍ଧି ପାଇଚାଲିଛି । ମୋଟ ସୁସ୍ଥଙ୍କ ସଂଖ୍ୟା ଏବଂ ସକ୍ରିୟ କରୋନା ମାମଲା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ 99,68,682ରେ ପହଂଚିଛି ।  

ଦେଶରେ ସକ୍ରିୟ କରୋନା ମାମଲା ନିମ୍ନମୁଖୀ ଥିବା ବେଳେ 25 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା 5 ହଜାର ତଳେ ରହିଛି । ମୋଟ ସକ୍ରିୟ କରୋନା ମାମଲାର ମାତ୍ର 15% ଅଛନ୍ତି ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ।

ଦେଶରେ ଥିବା ମୋଟ ସକ୍ରିୟ କରୋନା ଆକ୍ରାନ୍ତ କେଉଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଅଛନ୍ତି, ତାହା ଉଲ୍ଲେଖ କରାଗଲା ।

          

ସୁସ୍ଥଙ୍କ ମଧ୍ୟରୁ 81.94% ଆସିଛନ୍ତି 10ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

କେରଳରେ ସର୍ବାଧିକ ଗୋଟିଏ ଦିନରେ 4603 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟାରେ ମହାରାଷ୍ଟ୍ରରେ 3500 ଏବଂ ଛତିଶଗଡ଼ରେ 1009 ଜଣ ସୁସ୍ଥ ହୋଇଛନ୍ତି ।

ନୂଆ କରୋନା ମାମଲା ମଧ୍ୟରରୁ 80.81% ଚିହ୍ନଟ ହୋଇଛନ୍ତି 8 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ଗୋଟିଏ ଦିନରେ କେରଳରେ ସର୍ବାଧିକ 5624 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ 3145 ଏବଂ ପଶ୍ଚିମବଙ୍ଗରେ 708 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ 24ଘଣ୍ଟା ମଧ୍ୟରେ ଦେଶରେ କରୋନାରେ 175 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 69.14୧୪% ମୃତ୍ୟୁ ହୋଇଛି କେବଳ ୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ମହାରାଷ୍ଟ୍ରରେ ସର୍ବାଧିକ 45 ଜଣଙ୍କ ମୃତ୍ୟୁ ହୋଇଛି । ଏହା ପଛକୁ କେରଳରେ 23 ଏବଂ ପଶ୍ଚିମବଙ୍ଗରେ 16ଜଣଙ୍କ ମୃତ୍ୟୁ ହୋଇଛି ।

*****

SR / SLP



(Release ID: 1689190) Visitor Counter : 254