ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଷ୍ଟାଚ୍ୟୁ ଅଫ୍‍ ୟୁନିଟିକୁ ଦେଶର ବିଭିନ୍ନ ଅଞ୍ଚଳରୁ 8ଟି ଟ୍ରେନ ଚଳାଚଳର ଶୁଭାରମ୍ଭ ଆସନ୍ତା 17 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯିବ

ଗୁଜରାଟରେ ବିଭିନ୍ନ ରେଳବାଇ ପ୍ରକଳ୍ପକୁ ମଧ୍ୟ ସେଦିନ ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କରିବେ

Posted On: 15 JAN 2021 4:50PM by PIB Bhubaneshwar

ଗୁଜରାଟର କେୱାଡିଆଠାରେ ଥିବା ଷ୍ଟାଚ୍ୟୁ ଅଫ୍‍ ୟୁନିଟକୁ ସିଧାସଳଖ ଯାତ୍ରା ସୁଯୋଗ ଯୋଗାଇ ଦେବା ପାଇଁ ଚଳିତମାସ 17 ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 8ଟି ଟ୍ରେନର ଶୁଭାରମ୍ଭ କରିବେ । ଦେଶର ବିଭିନ୍ନ ଅଞ୍ଚଳରୁ ଏହି ଟ୍ରେନ ଚଳାଚଳ କରିବ । ସେଦିନ ପୂର୍ବାହ୍ନ 11ଟା ସମୟରେ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟ ସଂପନ୍ନ କରାଯିବ । ଶ୍ରୀ ମୋଦୀ ମଧ୍ୟ ସେଦିନ ଗୁଜରାଟରେ ରେଳବାଇର ଅନ୍ୟାନ୍ୟ କେତେକ ପ୍ରକଳ୍ପକୁ ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ରେଳବାଇ ମନ୍ତ୍ରୀ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ଗୁଜରାଟରେ ସେଦିନ ଯେଉଁ ରେଳ ପ୍ରକଳ୍ପଗୁଡିକୁ ଉଦ୍‍ଘାଟନ କରିବେ ସେଗୁଡିକ ମଧ୍ୟରେ ରହିଛି ଗେଜ୍‍ ପରିବର୍ତ୍ତନ ହୋଇ ବ୍ରଡଗେଜ ହୋଇଥିବା ଚାନ୍ଦୋଡ-କେୱାଡିଆ ଲାଇନ, ନୂଆକରି ବିଦ୍ୟୁତ୍‍କରଣ ହୋଇଥିବା ପ୍ରତାପନଗରକେୱାଡିଆ ସେକ୍ସନ ଏବଂ ଡାଭୋଇ, ଚାନ୍ଦୋଡ ଏବଂ କେୱାଡିଆର ନୂଆ ଷ୍ଟେସନ ବିଲ୍‍ଡିଂ । ଏହିସବୁ ନୂଆ ଷ୍ଟେସନ ବିଲ୍‍ଡିଂକୁ  ଆଧୁନିକ ଡିଜାଇନରେ କମନୀୟ କରାଯାଇଛି ଏବଂ ଏଥିରେ ଯାତ୍ରୀଙ୍କ ପାଇଁ ଆଧୁନିକ ସୁବିଧା ସୁଯୋଗ ରହିଛି । କେୱାଡିଆ  ଷ୍ଟେସନ ଭାରତର ପ୍ରଥମ ରେଳଷ୍ଟେସନ; ଯାହା ଗ୍ରୀନ୍‍ ବିଲ୍ଡିଂ ସାର୍ଟିଫିକେସନ ଅନୁସାରେ ନିର୍ମିତ । ଏହିସବୁ ରେଳପ୍ରକଳ୍ପ ଦ୍ୱାରା  କେୱାଡିଆ ଓ ଆଖପାଖର ଆଦିବାସୀ ଅଞ୍ଚଳଗୁଡିକର ବିକାଶ ସାଧିତ ହେବ । ଏହାଛଡା ନର୍ମଦା ନଦୀକୂଳରେ ଥିବା ଦୁଇଟି  ପ୍ରାଚୀନ ତୀର୍ଥସ୍ଥଳୀକୁ ସବୁଦିନିଆ ସଂଯୋଗ ସ୍ଥାପନ ହୋଇପାରିବ । ଏହାଛଡା ଷ୍ଟାଚ୍ୟୁ ଅଫ୍‍ ୟୁନିଟ ଦେଖିବାକୁ ଆସୁଥିବା  ଦେଶବିଦେଶର ପର୍ଯ୍ୟଟକଙ୍କୁ ଉତ୍ତମ ରେଳ ସଂଯୋଗ ମିଳିବ । ଏହାଦ୍ୱାରା ଏହି ଅଞ୍ଚଳରେ ନିଯୁକ୍ତି ଓ ରୋଜଗାର ସୁବିଧା ବୃଦ୍ଧି ପାଇବ ।

***

TM / SLP



(Release ID: 1688969) Visitor Counter : 184