ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦୈନିକ ଆରୋଗ୍ୟ ନୂତନ ମାମଲାଠାରୁ ଅଧିକ ରହିବା ଧାରା ଜାରି; ଭାରତରେ ସକ୍ରିୟ ମାମଲା କ୍ରମାଗତ ନିମ୍ନଗାମୀ

• ଗତ 24 ଘଣ୍ଟା ମଧ୍ୟରେ ରେକର୍ଡ ହୋଇଥିବା 16,375 ନୂତନ ପଜିଟିଭ୍ ମାମଲା ସହିତ ଦୈନିକ ନୂତନ ମାମଲାରେ ଲଗାତାର ହ୍ରାସ

• ନୂଆ ଷ୍ଟ୍ରେନ ଦ୍ଵାରା ମୋଟ ସଂକ୍ରମିତଙ୍କ ସଂଖ୍ୟା 58ରେ ପହଞ୍ଚିଲା

Posted On: 05 JAN 2021 11:32AM by PIB Bhubaneshwar

କ୍ରମାଗତ ଭାବେ ହ୍ରାସ ପାଉଥିବା ଭାରତର ସକ୍ରିୟ ମାମଲା ଆଜି 2,31,036 ରେ ପହଞ୍ଚିଛି ଏହା ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ପଜିଟିଭ୍ ମାମଲାର 2.23 ପ୍ରତିଶତ

39 ଦିନରେ ଦୈନିକ ନୂତନ ମାମଲା ତୁଳନାରେ ଦୈନିକ ଆରୋଗ୍ୟ ମାମଲା ଅଧିକ ହେବା ଦ୍ୱାରା ଏହା ସମ୍ଭବ ହୋଇପାରୁଛି ବିଗତ 24 ଘଣ୍ଟାରେ 29,091 ଜଣ ଆରୋଗ୍ୟ ହୋଇଛନ୍ତି ଏକ ସ୍ଥିର ସ୍ତରରେ ଅଧିକ ସଂଖ୍ୟକ ନୂତନ ପରୀକ୍ଷଣରୁ ଭାରତରେ ମାତ୍ର 16,375 ନୂତନ ମାମଲା ରିପୋର୍ଟ ହୋଇଛି (ଗତ 24 ଘଣ୍ଟା ମଧ୍ୟରେ 8,96,236 ନମୁନା ପରୀକ୍ଷା କରାଯାଇଥିଲା) ଗତ 24 ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲାରେ 12,917 ହ୍ରାସ ପାଇଥିବା ରେକର୍ଡ କରାଯାଇଛି 

ଦେଶରେ ଦୈନିକ ନୂଆ ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ।

ବ୍ରିଟେନରେ ପ୍ରଥମେ ରିପୋର୍ଟ ହୋଇଥିବା ନୋଭେଲ କରୋନା ଭୂତାଣୁର ନୂତନ ଷ୍ଟ୍ରେନ ଦ୍ୱାରା ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ 58ରେ ପହଞ୍ଚିଛି

ଏନଆଇଭି ପୁଣେରେ ଏହି ଷ୍ଟ୍ରେନର 20 ଟି ନୂଆ ମାମଲା ଚିହ୍ନଟ ହୋଇଛି

ଏନସିବିଏସ ଇନଷ୍ଟେମ ବେଙ୍ଗାଲୁରୁ, ସିଡିଏଫଡି ହାଇଦ୍ରାବାଦ, ଆଇଏଲ୍ଏସ୍ ଭୁବନେଶ୍ୱର, ଏବଂ ଏନସିସି ପୁଣେରେ ଥିବା INSACOG ପରୀକ୍ଷାଗାରଗୁଡିକ ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତିତ ଭୁତାଣୁର ସ୍ୱରୂପ ପାଇ ନାହାଁନ୍ତି

କ୍ର ସଂ

ସଂସ୍ଥା/ପରୀକ୍ଷାଗାର

ଅଧୀନରେ

ନୂତନ କୋଭିଡ ଷ୍ଟ୍ରେନ ଦ୍ଵାରା ସଂକ୍ରମିତ ବ୍ୟକ୍ତି ସଂଖ୍ୟା

1

ଏନସିଡିସି ନୂଆଦିଲ୍ଲୀ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

8

2

ଆଇଜିଆଇବି ନୂଆଦିଲ୍ଲୀ

ସିଏସଆଇଆର

11

3

ଏନଆଇବିଏମଜି

କଲ୍ୟାଣୀ (କୋଲକାତା)

ଡିବିଟି

1

4

ଏନଆଇଭି ପୁଣେ

ଆଇସିଏମଆର

25

5

ସିସିଏମବି ହାଇଦ୍ରାବାଦ

ସିଏସଆଇଆର

3

6

ନିମହାନ୍ସ ବେଙ୍ଗାଲୁରୁ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

10

ମୋଟ

58

ପଜିଟିଭ ନମୁନାଗୁଡିକ ଦେଶର 10 ଟି INSACOG ପରୀକ୍ଷାଗାରରେ (ଏନଆଇବିଏମଜି କୋଲକାତା, ଆଇଏଲ୍ଏସ୍ ଭୁବନେଶ୍ୱର, ଏନଇଆଇଭି ପୁଣେ, ଏନସିସି ପୁଣେ, ସିସିଏମବି ଏବଂ ସିଡିଏଫଡି ହାଇଦ୍ରାବାଦ, ଇନଷ୍ଟେମ ଏବଂ ନିମହାନ୍ସ ବେଙ୍ଗାଲୁରୁ, ଆଇଜିଆଇବି ଏବଂ ଏନସିଡିସି ଦିଲ୍ଲୀ)  ପରୀକ୍ଷା କରାଯାଉଛି

ଏହି ସମସ୍ତ ବ୍ୟକ୍ତିଙ୍କୁ ସଂପୃକ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ ସ୍ୱାସ୍ଥ୍ୟସେବା ସୁଧାର କେନ୍ଦ୍ରରେ ଏକକ କୋଠରୀରେ ରଖାଯାଇଛି ସେମାନଙ୍କର ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ମଧ୍ୟ କ୍ଵାରେଣ୍ଟାଇନରେ ରଖାଯାଇଛି ସହ-ଯାତ୍ରୀ, ପାରିବାରିକ ସଂସ୍ପର୍ଶରେ ଆସିଥିବା ଲୋକ ଏବଂ ଅନ୍ୟମାନଙ୍କ ପାଇଁ ବିସ୍ତୃତ ଯୋଗାଯୋଗ ଓ ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ କରାଯାଇଛି ଅନ୍ୟ ନମୁନା ଉପରେ ଜେନୋମ ସିରିଜ କାର୍ଯ୍ୟ ମଧ୍ୟ ଚାଲିଛି

ସମଗ୍ର ପରିସ୍ଥିତିକୁ ସତର୍କତାର ସହିତ ତଦାରଖ କରାଯାଉଛି ଏବଂ INSACOG ପରୀକ୍ଷାଗାରରେ ନମୁନାଗୁଡ଼ିକର ଉନ୍ନତ ନିରୀକ୍ଷଣ, ଆବଦ୍ଧାଞ୍ଚଳରୁ ପରୀକ୍ଷା ଏବଂ ନମୁନା ପଠାଇବା ପାଇଁ ରାଜ୍ୟମାନଙ୍କୁ ନିୟମିତ ପରାମର୍ଶ ଦିଆଯାଉଛି

ଭାରତର ସମୁଦାୟ ଆରୋଗ୍ୟ ସଂଖ୍ୟା ଏକ କୋଟିର ନିକଟତର ହୋଇଛି ମୋଟ ଆରୋଗ୍ୟ ମାମଲା ଆଜି 99.75 ଲକ୍ଷ (99,75,958) ଅତିକ୍ରମ କରିଛି ଏହା ସୁସ୍ଥତା ହାର 96.32 ପ୍ରତିଶତକୁ ବୃଦ୍ଧି କରିଛି

ଗତ 24 ଘଣ୍ଟା ମଧ୍ୟରେ ମୋଟ 29,091 ଜଣ ସୁସ୍ଥ ହୋଇଛନ୍ତି

ନୂତନ ଆରୋଗ୍ୟ ମାମଲାର 82.62% 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ହୋଇଥିବା ପରିଲକ୍ଷିତ ହୋଇଛି

ମହାରାଷ୍ଟ୍ରରୁ ଦୈନିକ ସର୍ବାଧିକ 10,362 ଜଣ ସୁସ୍ଥ ହୋଇଥିବା ବେଳେ କେରଳରୁ 5,145 ଜଣ ଏବଂ ଛତିଶଗଡ଼ରୁ ଦୈନିକ 1,349 ଜଣ ସୁସ୍ଥ ହୋଇଥିବା ରେକର୍ଡ କରାଯାଇଛି

ନୂତନ ମାମଲାର 80.05 ପ୍ରତିଶତ ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି

ଗତ 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରୁ 4,875 ନୂତନ ମାମଲା ଚିହ୍ନଟ ହୋଇଛନ୍ତି ଏହି ଅବଧି ମଧ୍ୟରେ କେରଳରୁ 3,021 ଟି ନୂଆ ମାମଲା ଆସିଥିବା ବେଳେ ଛତିଶଗଡରୁ ଦୈନିକ  1,147 ଟି ମାମଲା ଥିବା ରିପୋର୍ଟ ହୋଇଛି

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 201 ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ମିଳିଛି, ଯାହାର 70.15 ପ୍ରତିଶତ ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି

ରିପୋର୍ଟରେ କୁହାଯାଇଛି ଯେ, 14.42% ମହାରାଷ୍ଟ୍ରରୁ ଆସିଛି ଯେଉଁଥିରେ 29 ଜଣଙ୍କର ମୃତ୍ୟୁ ଘଟିଛି ପଶ୍ଚିମବଙ୍ଗ ଏବଂ ପଞ୍ଜାବରୁ ମଧ୍ୟ ମୃତ୍ୟୁ ସଂଖ୍ୟା ଓ ହାର ଯଥାକ୍ରମେ 12.44% ଅର୍ଥାତ 25 ଜଣ ଏବଂ 11.94% ଅର୍ଥାତ 24 ଜଣ ଥିବା ଜଣାପଡିଛି

 

**********

MV/SJ/TRP(SM)

 



(Release ID: 1686413) Visitor Counter : 222