ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡିସେମ୍ବର 31ରେ ପ୍ରଧାନମନ୍ତ୍ରୀ ରାଜକୋଟ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିବେ

Posted On: 29 DEC 2020 3:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ଡିସେମ୍ବର 31 ତାରିଖରେ ଗୁଜରାଟର ରାଜକୋଟଠାରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସର ଶିଳାନ୍ୟାସ କରିବେ । ସେ ଦିନ ପୂର୍ବାହ୍ନ 11ଟା ସମୟରେ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟ ସଂପନ୍ନ ହେବ ।  ଏହି କାର୍ଯ୍ୟକ୍ରମରେ ଗୁଜରାଟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଉପସ୍ଥିତ ରହିବେ । ରାଜକୋଟର ଏହି ପ୍ରସ୍ତାବିତ ଏମ୍ସ ପ୍ରକଳ୍ପ ପାଇଁ 201 ଏକର ଜମି ଯୋଗାଇ ଦିଆଯାଇଛି । ମୋଟ 1195 କୋଟି ଟଙ୍କା ବ୍ୟୟରେ ଏହି ପ୍ରତିଷ୍ଠାନ ନିର୍ମିତ ହେବ ଏବଂ ଏହାର ନିର୍ମାଣ କାର୍ଯ୍ୟ 2022 ମଧ୍ୟଭାଗ ସୁଦ୍ଧା ଶେଷ କରିବାର ଲକ୍ଷ୍ୟ ରଖାଯାଇଛି । ଅତ୍ୟାଧୁନିକ ଏହି ହସ୍‍ପିଟାଲରେ 750 ଶଯ୍ୟା ରହିବ ଏବଂ ଏଥିରେ ସ୍ୱତନ୍ତ୍ରଭାବେ 30 ଶଯ୍ୟା ବିଶିଷ୍ଟ ଏକ ଆୟୁଷ ବ୍ଲକ କାର୍ଯ୍ୟ କରିବ । ଏହି ଏମ୍ସରେ 125 ଏମ୍‍ବିବିଏସ୍‍ ଏବଂ 60 ନର୍ସିଂ ସିଟ୍‍ ରହିବ ।

 

**********

DS/AKJ/AK/TM



(Release ID: 1684485) Visitor Counter : 198