ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଶିଖରରେ 187 ଦିନରେ ସର୍ବନିମ୍ନ ଦୈନିକ ନୂତନ ମାମଲା 16,500ରୁ କମ


ସମୁଦାୟ ଆରୋଗ୍ୟ ମାମଲା ଅତିକ୍ରମ କଲା 98 ଲକ୍ଷ

Posted On: 29 DEC 2020 11:02AM by PIB Bhubaneshwar

ସମଗ୍ର ସରକାର ଏବଂ ସମାଜର ଆଭିମୁଖ୍ୟରେ ଏକ ସ୍ଥାୟୀ ଓ ସକ୍ରିୟ ରଣନୀତି ସହିତ ଭାରତ ଆଜି ବିଶ୍ୱ ମହାମାରୀ ବିରୋଧି ଲଢେଇରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଅତିକ୍ରମ କରିଛି ଦୈନିକ ନୂତନ ମାମଲା ଆଜି ଏକ ନୂତନ ନିମ୍ନ ସ୍ତରକୁ ଛୁଇଁଛି

187 ଦିନ ପରେ ଗତ 24 ଘଣ୍ଟା ମଧ୍ୟରେ 16,500 ରୁ କମ ଦୈନିକ ନୂତନ ମାମଲା (16,432) ଜାତୀୟ ସ୍ତରରେ ଯୋଡି ହୋଇଛି ଜୁନ 25, 2020 ରେ ଦୈନିକ ନୂତନ ମାମଲା 16,922 ଥିଲା

https://static.pib.gov.in/WriteReadData/userfiles/image/image001AUWW.jpg

ଭାରତର ସକ୍ରିୟ ମାମଲା ଆଜି 2,68,581 କୁ ହ୍ରାସ ପାଇଛି ସମୁଦାୟ ପଜିଟିଭ ମାମଲା ମଧ୍ୟରେ ସକ୍ରିୟ ମାମଲାର ଅଂଶ ଅଧିକ ମାତ୍ରାରେ ସଂକୁଚିତ ହୋଇ ଆଜି ଏହା 2.63 ପ୍ରତିଶତରେ ପହଞ୍ଚିଛି

ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ ସକ୍ରିୟ ମାମଲା ମଧ୍ୟରୁ 8,720 ମାମଲା ହ୍ରାସ ପାଇଥିବା ରେକର୍ଡ କରାଯାଇଛି

https://static.pib.gov.in/WriteReadData/userfiles/image/image002R2ZW.jpg

ବୃଦ୍ଧି ପାଉଥିବା ଆରୋଗ୍ୟ ମାମଲା ଏବଂ ହ୍ରାସ ପାଉଥିବା ଦୈନିକ ନୂତନ ମାମଲା ଫଳରେ ଭାରତରେ ସମୁଦାୟ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ପାଖାପାଖି 1 କୋଟିରେ ପହଞ୍ଚିଛି ମୋଟ ଆରୋଗ୍ୟ ମାମଲା ଆଜି 98 ଲକ୍ଷ (98,07,569) ଅତିକ୍ରମ କରିଛି ଯାହା ସୁସ୍ଥତା ହାର 95.92 ପ୍ରତିଶତରେ ଥିବା ସୂଚାଉଛି ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ବର୍ତ୍ତମାନ 95,38,988 ରହିଛି

http://static.pib.gov.in/WriteReadData/userfiles/image/image0030YWR.jpg

ଗତ 24 ଘଣ୍ଟା ମଧ୍ୟରେ ମୋଟ 24,900 ଜଣ ଆରୋଗ୍ୟ ଲାଭ କରିଛନ୍ତି

ନୂତନ ଆରୋଗ୍ୟ ମାମଲାର 77.66 ପ୍ରତିଶତ 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ହୋଇଥିବା ପରିଲକ୍ଷିତ ହୋଇଛି

ମହାରାଷ୍ଟ୍ରରୁ ସର୍ବାଧିକ 4,501 ଜଣ ସୁସ୍ଥ ହୋଇଥିବା ବେଳେ ଏହାରି ପଛକୁ ଦିନର ସର୍ବାଧିକ 4,172 ନୂତନ ସୁସ୍ଥତା ଲାଭ କରିଥିବା ମାମଲା କେରଳରେ ରହିଛି ସେହିପରି ଛତିଶଗଡରୁ ଦୈନିକ 1,901 ଜଣ ସୁସ୍ଥ ହୋଇଥିବା ରେକର୍ଡ କରାଯାଇଛି

http://static.pib.gov.in/WriteReadData/userfiles/image/image004NY9P.jpg

ନୂତନ ମାମଲାଗୁଡ଼ିକର 78.16 ପ୍ରତିଶତ 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାଯାଇଛି

ଗତ 24 ଘଣ୍ଟା ମଧ୍ୟରେ କେରଳ ସର୍ବାଧିକ ଦୈନିକ ନୂତନ ମାମଲା 3,047 ଥିବା ରିପୋର୍ଟ ହୋଇଛି ସେହିଭଳି ମହାରାଷ୍ଟ୍ରରୁ 2,498 ଟି ନୂତନ ମାମଲା ଚିହ୍ନଟ ହୋଇଥିବା ବେଳେ ଗତକାଲି ଛତିଶଗଡରୁ 1,188 ଟି ନୂତନ ମାମଲା ନଜରକୁ ଆସିଛି

http://static.pib.gov.in/WriteReadData/userfiles/image/image005Y4RZ.jpg

ଗତ 24 ଘଣ୍ଟା ମଧ୍ୟରେ ରିପୋର୍ଟ ହୋଇଥିବା 252 ଟି ମୃତ୍ୟୁ ମାମଲା ମଧ୍ୟରେ ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି ଯାହା 77.38 ପ୍ରତିଶତ

19.84% ନୂତନ ମୃତ୍ୟୁହାର ମହାରାଷ୍ଟ୍ରରୁ ଆସିଛି ଯେଉଁଥିରେ 50 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ଏହା ପଛକୁ ପଶ୍ଚିମବଙ୍ଗ ଏବଂ ଛତିଶଗଡ ରହିଛି, ଯେଉଁଠାରୁ ଯଥାକ୍ରମେ 27 ଏବଂ 26 ଜଣଙ୍କର ମୃତ୍ୟୁ ହୋଇଛି

http://static.pib.gov.in/WriteReadData/userfiles/image/image006L2DG.jpg

 

**********

MV/SJ/TRP


(Release ID: 1684480)