ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବର୍ଦ୍ଧିଷ୍ଣୁ ଭାରତ-ଆମେରିକା ରଣନୀତିକ ଭାଗିଦାରୀକୁ ସ୍ୱୀକୃତି, ଆମେରିକାର ଲିଜନ ଅଫ ମେରିଟ ପୁରସ୍କାର ଗ୍ରହଣ ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ
Posted On:
22 DEC 2020 8:59PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମେରିକା ସରକାରଙ୍କ ଦ୍ୱାରା ଲିଜନ ଅଫ ମେରିଟ ସମ୍ମାନ ପାଇଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ।
ଅନେକ ଟ୍ଵିଟ କରି ସେ କହିଛନ୍ତି, "@ ପୋଟସ @ ରିଅଲ ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଲିଜନ ଅଫ ମେରିଟ ପୁରସ୍କାର ପାଇ ମୁଁ ଅତ୍ୟନ୍ତ ଗର୍ବିତ । ଭାରତ-ଆମେରିକା ରଣନୀତିକ ଭାଗିଦାରୀ ନିକଟ ଅତୀତରେ ବୃଦ୍ଧି ପାଇଛି ।
ଏକବିଂଶ ଶତାବ୍ଦୀରେ ଉଭୟ ଅଦୃଶ୍ୟ ଆହ୍ଵାନ ତଥା ସୁଯୋଗ ମିଳିଛି । ସମଗ୍ର ମାନବିକତାର ହିତ ପାଇଁ ଭାରତ-ଆମେରିକା ବିଶ୍ଵ ସ୍ତରୀୟ ନେତୃତ୍ୱ ଯୋଗାଇବା ଲାଗି ଚେଷ୍ଟିତ ଓ ଏଥିପାଇଁ ଆମ ଲୋକଙ୍କ ଅନନ୍ୟ ଶକ୍ତିକୁ ଉପଯୋଗ କରାଯାଇ ପାରିବ ।
ଭାରତର 1.3 ବିଲିୟନ ଲୋକଙ୍କ ତରଫରୁ ମୁଁ ଭାରତ-ଆମେରିକା ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଆମେରିକା ସରକାର ଏବଂ ଉଭୟ ଦେଶର ଅନ୍ୟ ହିତାଧିକାରୀଙ୍କ ସହ କାର୍ଯ୍ୟ ଜାରି ରଖିବାକୁ ମୋ ସରକାରଙ୍କ ଦୃଢ ବିଶ୍ୱାସ ଏବଂ ପ୍ରତିବଦ୍ଧତାକୁ ଦୋହରାଉଛି ।
**********
(Release ID: 1682820)
Visitor Counter : 169
Read this release in:
English
,
Urdu
,
Hindi
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam