ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ସକ୍ରିୟ ମାମଲାରେ ସ୍ଥାୟୀ ହ୍ରାସ; 161 ଦିନ ପରେ ମାମଲା 3.03 ଲକ୍ଷକୁ ଖସିଲା

• ଗତ 24 ଦିନ ଧରି ଦୈନିକ ଆରୋଗ୍ୟ ହାର କ୍ରମାଗତ ଭାବେ ନୂତନ ମାମଲାଠାରୁ ଅଧିକ

Posted On: 21 DEC 2020 12:03PM by PIB Bhubaneshwar

ଭାରତର ମୋଟ ସକ୍ରିୟ କୋଭିଡ ମାମଲା ଆଜି 3.03 ଲକ୍ଷ (3,03,639) କୁ ହ୍ରାସ ପାଇଛି । 161 ଦିନ ମଧ୍ୟରେ ଏହା ସର୍ବନିମ୍ନ । 13 ଜୁଲାଇ, 2020ରେ ସମୁଦାୟ ସକ୍ରିୟ ମାମଲା 3,01,609 ଥିଲା ।

ଭାରତର ବର୍ତ୍ତମାନର ସକ୍ରିୟ ମାମଲା ମୋଟ ପଜିଟିଭ ମାମଲାର ମାତ୍ର 3.02 ପ୍ରତିଶତ । ନୂଆ ଆରୋଗ୍ୟଙ୍କୁ ମିଶାଇ ମୋଟ ସକ୍ରିୟ ମାମଲାରୁ 1,705ଟି ମାମଲା ହ୍ରାସ ପାଇଛି ।

https://static.pib.gov.in/WriteReadData/userfiles/image/image0012K19.jpg

ଦେଶରେ ରେକର୍ଡ ହୋଇଥିବା ଦୈନିକ ନୂତନ ଆରୋଗ୍ୟ ମାମଲା ଗତ 24 ଦିନ ଧରି ପଞ୍ଜିକୃତ ହୋଇଥିବା ଦୈନିକ ମାମଲା ଅପେକ୍ଷା ଅଧିକ । ଗତ 24 ଘଣ୍ଟା ମଧ୍ୟରେ ଦୈନିକ ନୂତନ ସଂକ୍ରାମକ ମାମଲା ସଂଖ୍ୟା ହେଉଛି 24,337 । ଏହି ଅବଧି ମଧ୍ୟରେ 25,709 ସଂଖ୍ୟକ ସଂକ୍ରମିତ ଆରୋଗ୍ୟ ଏବଂ ଡିସଚାର୍ଜ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image002YB4E.jpg

ଆରୋଗ୍ୟ ମାମଲା ବୃଦ୍ଧି ପାଉଥିବାରୁ ଆଜି ସୁସ୍ଥତା ହାର 95.53%କୁ ଉନ୍ନୀତ ହୋଇଛି ।

ମୋଟ ଆରୋଗ୍ୟ ମାମଲା ଆଜି 96,06,111ରେ ପହଞ୍ଚିଛି । ଏହା ବିଶ୍ଵ ସ୍ତରରେ ସର୍ବୋଚ୍ଚ ଅଟେ । ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ଏହା 93,02,472ରେ ରହିଛି ।

ନୂତନ ସୁସ୍ଥତା ମାମଲାଗୁଡ଼ିକର 71.61% 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଥିବା ପରିଲକ୍ଷିତ ହୋଇଛି ।

4,471 ନୂତନ ଆରୋଗ୍ୟ ମାମଲା ସହିତ କେରଳ ଦିନର ସର୍ବାଧିକ ସୁସ୍ଥତା ଥିବା ରିପୋର୍ଟ କରିଛି । ସେହିପରି ପଶ୍ଚିମବଙ୍ଗରେ 2,627 ଲୋକ ଆରୋଗ୍ୟ ହୋଇଥିବା ବେଳେ ଏହାରି ପଛକୁ ମହାରାଷ୍ଟ୍ରରୁ 2,064 ଲୋକ ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image00367A2.jpg

ନୂତନ ମାମଲାଗୁଡ଼ିକ ମଧ୍ୟରୁ 79.20% 10 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।

କେରଳରେ ଦୈନିକ ସର୍ବାଧିକ 5,711 ନୂତନ ମାମଲା ଚିହ୍ନଟ କରାଯାଇଛି । ଏହା ପଛକୁ ମହାରାଷ୍ଟ୍ରରେ 3,811ଟି ନୂଆ ମାମଲା ରହିଛି । ସେହିପରି ପଶ୍ଚିମବଙ୍ଗରୁ ମଧ୍ୟ 1,978ଟି ନୂଆ ମାମଲା  ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

https://static.pib.gov.in/WriteReadData/userfiles/image/image004Z9IY.jpg

ଗତ 24 ଘଣ୍ଟା ମଧ୍ୟରେ 333 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ନୂତନ ମୃତ୍ୟୁ ମାମଲା ମଧ୍ୟରୁ 81.38 ପ୍ରତିଶତ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଥିବା ଜଣାଯାଇଛି । ମହାରାଷ୍ଟ୍ରରୁ 98 ଜଣଙ୍କର ମୃତ୍ୟୁ ହୋଇଥିବା ଦେଖାଦେଇଛି । ସେହିପରି ପଶ୍ଚିମବଙ୍ଗ ଏବଂ କେରଳରୁ ଯଥାକ୍ରମେ 40 ଏବଂ 30 ଜଣଙ୍କର ମୃତ୍ୟୁ ଘଟିଛି ।

https://static.pib.gov.in/WriteReadData/userfiles/image/image005DLBY.jpg

https://static.pib.gov.in/WriteReadData/userfiles/image/image006ZNLO.jpg

ଭାରତରେ ପ୍ରତି ନିୟୁତ ଜନସଂଖ୍ୟାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 105.7 ରହିଛି, ଯାହାକି ବିଶ୍ଵସ୍ତରରେ ସର୍ବନିମ୍ନ । 

ଲକ୍ଷ୍ୟଭିତ୍ତିକ ପରୀକ୍ଷଣ, ସଅଳ ଚିହ୍ନଟ, ସମୟୋଚିତ ସଙ୍ଗରୋଧ ଏବଂ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଗୁଣାତ୍ମକ ଚିକିତ୍ସା ପ୍ରତି ଦୃଷ୍ଟି ଦେବା ଭଳି ପଦକ୍ଷେପ ଦ୍ଵାରା ଦୈନିକ ମୃତ୍ୟୁହାର 400ରୁ କମ ରହିଛି ।

 

**********



(Release ID: 1682437) Visitor Counter : 148