ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର ମୋଟ ଆରୋଗ୍ୟ ମାମଲା 95 ଲକ୍ଷ ଟପିଲା

● 95.40 ପ୍ରତିଶତ ଆରୋଗ୍ୟ ହାର ବିଶ୍ଵରେ ସର୍ବୋଚ୍ଚ

● ସକ୍ରିୟ ମାମଲା 3.13 ଲକ୍ଷକୁ ଖସିଲା

Posted On: 18 DEC 2020 11:25AM by PIB Bhubaneshwar

କରୋନା ମହାମାରୀ ବିରୋଧୀ ଲଢେଇରେ ଭାରତ ଆଜି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଭାରତର ସମୁଦାୟ ଆରୋଗ୍ୟ ସଂଖ୍ୟାରେ ବୃଦ୍ଧିର ଧାରା ଜାରି ରହିଛି । ଦେଶର ସମୁଦାୟ ଆରୋଗ୍ୟ ମାମଲା 95 ଲକ୍ଷ (95,20,827) ଟପିଛି

ସକ୍ରିୟ ମାମଲା ଏବଂ ଆରୋଗ୍ୟ ମାମଲାଗୁଡ଼ିକ ମଧ୍ୟରେ ବ୍ୟବଧାନ କ୍ରମାଗତ ଭାବରେ ବୃଦ୍ଧି ପାଉଛି ।  ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ 92 ଲକ୍ଷରୁ ଅଧିକ (92,06,996)କୁ ଅତିକ୍ରମ କରିଛି । ଆରୋଗ୍ୟ ହାର ମଧ୍ୟ 95.40%କୁ ବୃଦ୍ଧି ପାଇଛି । ବିଶ୍ୱରେ ସର୍ବାଧିକ ଆରୋଗ୍ୟ ହାର ଥିବା ଶୀର୍ଷ ଦେଶମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ ।

ସମୁଦାୟ ଆରୋଗ୍ୟ ମାମଲା ସକ୍ରିୟ ମାମଲାଠାରୁ 30 ଗୁଣରୁ ଅଧିକ ଅଟେ । ଭାରତରେ ବର୍ତ୍ତମାନ ଥିବା 3,13,831 ସକ୍ରିୟ ମାମଲା ମୋଟ ସକ୍ରିୟ ମାମଲାର ମାତ୍ର 3.14% ।

http://static.pib.gov.in/WriteReadData/userfiles/image/image001BEWV.jpg

ଦୈନିକ ନୂତନ ମାମଲା ତୁଳନାରେ ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଉଥିବାରୁ ମୋଟ ସକ୍ରିୟ ମାମଲା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ଗତ 24 ଘଣ୍ଟା ମଧ୍ୟରେ, ଭାରତରେ କେବଳ 22,890 ଜଣ କୋଭିଡ ସଂକ୍ରମିତ ପଞ୍ଜୀକୃତ ହୋଇଥିବା ଜଣାପଡିଛି । ଏହି ଅବଧି ମଧ୍ୟରେ, ଭାରତର 31,087 ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଗତ 21 ଦିନ ଧରି କ୍ରମାଗତ ନୂତନ ଆରୋଗ୍ୟ ସଂଖ୍ୟା ନୂତନ ସଂକ୍ରମିତ ମାମଲାକୁ ଅତିକ୍ରମ କରିଛି ।

http://static.pib.gov.in/WriteReadData/userfiles/image/image0021UXM.jpg

ଦେଶରେ ମୋଟ ଆରୋଗ୍ୟ ମାମଲାର ପ୍ରାୟ 52% (51.76%) ପାଞ୍ଚଟି ରାଜ୍ୟରୁ ଥିବା ଜଣାପଡିଛି ।

http://static.pib.gov.in/WriteReadData/userfiles/image/image003WHEL.jpg

ନୂତନ ଆରୋଗ୍ୟ ମାମଲାଗୁଡ଼ିକର 75.46 ପ୍ରତିଶତ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି

ଗୋଟିଏ ଦିନରେ 4,970 ନୂତନ ଆରୋଗ୍ୟ ମାମଲା ସହିତ କେରଳ ସବୁଠାରୁ ଆଗରେ ରହିଛି । ଗତ 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ 4,358 ଲୋକ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ପଶ୍ଚିମବଙ୍ଗରୁ ମଧ୍ୟ 2,747 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

http://static.pib.gov.in/WriteReadData/userfiles/image/image004T02Y.jpg

ନୂତନ ମାମଲାଗୁଡ଼ିକର 76.43 ପ୍ରତିଶତ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।

କେରଳର ସର୍ବାଧିକ ଦୈନିକ ନୂତନ ମାମଲା 4,969 ବୋଲି ଜଣାଯାଇଛି । ଏହା ପଛକୁ ପଶ୍ଚିମବଙ୍ଗ ଏବଂ ଛତିଶଗଡରେ ଯଥାକ୍ରମେ 2,245 ଏବଂ 1,584 ନୂତନ ମାମଲା ରହିଛି ।

http://static.pib.gov.in/WriteReadData/userfiles/image/image005UR9I.jpg

ଗତ 24 ଘଣ୍ଟା ମଧ୍ୟରେ 338 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ  ଅଞ୍ଚଳର  ନୂତନ ମୃତ୍ୟୁ ହାର 75.15 ପ୍ରତିଶତ ଯେଉଁଥିରୁ   ମହାରାଷ୍ଟ୍ରରୁ ସର୍ବାଧିକ 65 ଜଣ ଅଛନ୍ତି । ସେହିପରି ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରୁ ଦୈନିକ ମୃତ୍ୟୁ ସଂଖ୍ୟା ଯଥାକ୍ରମେ 44 ଏବଂ 35 ଜଣ ରହିଛନ୍ତି ।  

http://static.pib.gov.in/WriteReadData/userfiles/image/image0064J7V.jpg

ଭାରତର ଦୈନିକ ମୃତ୍ୟୁ ହାର କ୍ରମାଗତ ଭାବେ ହ୍ରାସ ପାଉଛି । ଗତ 13 ଦିନ ମଧ୍ୟରେ ଦୈନିକ ମୃତ୍ୟୁ ସଂଖ୍ୟା 500ରୁ କମ ଥିବା ପଞ୍ଜିକୃତ ହୋଇଛି ।

http://static.pib.gov.in/WriteReadData/userfiles/image/image007HRXM.jpg

 

**********



(Release ID: 1681862) Visitor Counter : 199