ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡିସେମ୍ବର 19ରେ ASSOCHAM ଫାଉଣ୍ଡେସନ ସପ୍ତାହ 2020ରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
17 DEC 2020 8:04PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର 19 ଦିନ 10.30 ମିନଟ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ASSOCHAM ଫାଉଣ୍ଡେସନ ସପ୍ତାହ 2020ରେ ନିଜର ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ, ଶ୍ରୀ ରତନ ଟାଟାଙ୍କୁ ‘ASSOCHAM ଏଣ୍ଟରପ୍ରାଇଜ ଶତାବ୍ଦୀ ପୁରସ୍କାର’ ମଧ୍ୟ ପ୍ରଦାନ କରିବେ, ଯିଏକି ଟାଟା ଗ୍ରୁପ ତରଫରୁ ଏହି ପୁରସ୍କାର ଗ୍ରହଣ କରିବେ ।
ASSOCHAM ବିଷୟରେ
ASSOCHAM 1920ରେ ଭାରତର ସମସ୍ତ କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଥିବା ପ୍ରମୋଟର ଚାମ୍ବର ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । 400ରୁ ଅଧିକ ଚାମ୍ବର ଓ ବାଣିଜ୍ୟ ସଂଗଠନ ଏବଂ ଭାରତରେ 4.5 ଲକ୍ଷରୁ ଅଧିକ ସଦସ୍ୟଙ୍କୁ ସେବା ପ୍ରଦାନ କରି ASSOCHAM ଭାରତୀୟ ଶିଳ୍ପ ଜଗତ ପାଇଁ ଜ୍ଞାନର ଉତ୍ସ ଭାବେ ଉଭା ହୋଇଛି ।
**********
(ରିଲିଜ ଆଡି: 1681561)
ପରିଦର୍ଶକ କାଉଣ୍ଟର : 142
ଏହି ରିଲିଜ ପଢନ୍ତୁ :
Assamese
,
Kannada
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam