ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦୈନିକ ନୂଆ କରୋନା ମାମଲାଠାରୁ ଦୈନିକ ଆରୋଗ୍ୟ ସଂଖ୍ୟା ଅଧିକ ରହିବା ଦ୍ୱାରା ମୋଟ ଆରୋଗ୍ୟ ହାର ବୃଦ୍ଧି

Posted On: 17 DEC 2020 11:11AM by PIB Bhubaneshwar

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସମେତ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀଭୂତ ରଣନୀତି ଓ ସକ୍ରିୟ ତଥା ଉଚିତ ପଦକ୍ଷେପ ଯୋଗୁ ଭାରତର କରୋନା ଆରୋଗ୍ୟ ହାର ବେଶ ଅଧିକ ରହିବା ସହ ସକ୍ରିୟ ମାମଲା ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ମୃତ୍ୟୁ ହାର ବି କମୁଛି ।

ପ୍ରତ୍ୟେକ ଦିନ ନୂଆ ମାମଲା ତୁଳନାରେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଯାହା କି ଆକ୍ରାନ୍ତଙ୍କ ମଧ୍ୟରେ ଆରୋଗ୍ୟ ହାର ବୃଦ୍ଧିକୁ ସୁନିଶ୍ଚିତ କରିପାରିଛି । ମୋଟ କରୋନା ଆରୋଗ୍ୟ ମାମଲା ପାଖାପାଖି 95 ଲକ୍ଷ (94,89,740)ରେ ପହଞ୍ଚିଛି । ଆଜିକା ଦିନରେ ଆରୋଗ୍ୟ ହାର 95.31%କୁ ବୃଦ୍ଧି ପାଇଛି । ଏଥିସହ ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ଥିବା ବ୍ୟବଧାନ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଏବେ ଏହା 91,67,374 ରହିଛି ।

ସୁସ୍ଥ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବା ଯୋଗୁ ଭାରତର ସକ୍ରିୟ ମାମଲା ସଂଖ୍ୟା ସଂକୁଚିତ ହେବାରେ ଲାଗିଛି । ଏହା ଭାରତର ମୋଟ ସକ୍ରିୟ ମାମଲା 3,22,366ରେ ସୀମିତ ରଖିବା ସୁନିଶ୍ଚିତ କରିଛି, ଯାହା କି ମୋଟ ଆକ୍ରାନ୍ତ ମାମଲାର ମାତ୍ର 3.24% ।

http://static.pib.gov.in/WriteReadData/userfiles/image/image001HL7P.jpg

ବିଶ୍ୱରେ ଭାରତର କରୋନା ଆରୋଗ୍ୟ ହାର ସର୍ବାଧିକ ରହିଛି । ବିଶ୍ୱରେ ଆରୋଗ୍ୟ ହାର 70.27% ହୋଇଥିବା ବେଳେ ଭାରତରେ ଏହା 95.31% ହୋଇଛି । ଆମେରିକା, ବ୍ରାଜିଲ, ରୁଷ ଏବଂ ଇଟାଲୀରେ ଆରୋଗ୍ୟ ହାର କମ ରହିଥିବା ଏହି ଦେଶଗୁଡ଼ିକର ରିପୋର୍ଟ ଦର୍ଶାଉଛି ।

http://static.pib.gov.in/WriteReadData/userfiles/image/image0020G35.jpg

ଜାତୀୟ ହାର ସହ ତାଳ ଦେଇ, 18 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ଜାତୀୟ ହାରାହାରି ଅଙ୍କ ତୁଳନାରେ ଅଧିକ ରହିଛି ।

http://static.pib.gov.in/WriteReadData/userfiles/image/image003BQRO.jpg

ଗତ 24 ଘଣ୍ଟା ମଧ୍ୟରେ ଭାରତରେ 33,291 ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି ।

ଦିନକରେ ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରେ 75.63% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି ।

କେରଳରେ ଗତ 24 ଘଣ୍ଟାରେ ସର୍ବାଧିକ 5,728 ଜଣ କୋଭିଡ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ 3,887 ରୋଗୀ ସୁସ୍ଥ ହୋଇଥିବା ବେଳେ ପଶ୍ଚିମବଙ୍ଗରେ 2,767 ଜଣ ଆରୋଗ୍ୟ ଲାଭ କରିଛନ୍ତି ।

http://static.pib.gov.in/WriteReadData/userfiles/image/image004XAPA.jpg

ଗତ 24 ଘଣ୍ଟାରେ ଦେଶରେ 24,010 ନୂଆ ମାମଲା ନୂଆ ମାମଲା ସାମ୍ନାକୁ ଆସିଛି ।

ନୂଆ ମାମଲା ମଧ୍ୟରୁ 78.27% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ କରାଯାଇଛି ।

ଗତ 24 ଘଣ୍ଟାରେ କେରଳରେ ସର୍ବାଧିକ 6,185 ନୂଆ ମାମଲା ଚିହ୍ନଟ କରାଯାଇଛି । ପଶ୍ଚିମବଙ୍ଗରେ 2,293 ରୋଗୀ ସାମ୍ନାକୁ ଆସିଥିବା ବେଳେ ଛତିଶଗଡ଼ରେ 1,661 ନୂଆ ମାମଲା ଚିହ୍ନଟ କରାଯାଇଛି ।

http://static.pib.gov.in/WriteReadData/userfiles/image/image005HL4N.jpg

ଗତ 24 ଘଣ୍ଟାରେ 355 କରୋନା ରୋଗୀ ପ୍ରାଣ ହରାଇଛନ୍ତି, ଯାହାର 79.15% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି ।

ମହାରାଷ୍ଟ୍ରରେ ଦିନକରେ 95 ରୋଗୀଙ୍କ ଜୀବନ ଯାଇଛି, ଯାହା ମୋଟ ଦୈନିକ ମୃତ୍ୟୁର 26.76% । ପଶ୍ଚିମବଙ୍ଗରେ 46 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦିଲ୍ଲୀରେ 32 ଜଣ ପ୍ରାଣ ହରାଇଛନ୍ତି ।

http://static.pib.gov.in/WriteReadData/userfiles/image/image006QO2Q.jpg

ଭାରତରେ ଦୈନିକ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ମୋଟ କରୋନା ଆକ୍ରାନ୍ତ ମାମଲା ଦୃଷ୍ଟିରୁ ଭାରତର କରୋନା ମୃତ୍ୟୁ ହାର 1.45% ରହିଛି ଏବଂ ଏହା କ୍ରମାଗତ ଭାବେ ହ୍ରାସ ପାଉଛି । ଭାରତର କରୋନା ମୃତ୍ୟୁ ହାର ବିଶ୍ୱରେ ସବୁଠୁ କମ ରହିଛି ।

http://static.pib.gov.in/WriteReadData/userfiles/image/image007PEGJ.jpg

 

**********



(Release ID: 1681529) Visitor Counter : 170