ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କରୋନା ସକ୍ରିୟ ମାମଲାର ନିରନ୍ତର ହ୍ରାସ ଧାରା ଜାରି; ଆଜି 3.32 ଲକ୍ଷ

ଦୈନିକ ନୂଆ କରୋନା ମାମଲା ବିଗତ 17 ଦିନ ଧରି 40 ହଜାର ତଳେ ରହୁଛି

ବିଗତ 11 ଦିନ ଧରି ଦୈନିକ କରୋନା ମୃତ୍ୟୁ 5 ଶହ ତଳେ ରହୁଛି

Posted On: 16 DEC 2020 12:55PM by PIB Bhubaneshwar

ଭାରତର କରୋନା ସକ୍ରିୟ ମାମଲାର ଗତି ଲଗାତର ଭାବେ ହ୍ରାସ ପାଇବାରେ ଲାଗିଛି । ଆଜି ଦିନରେ ଦେଶରେ ମୋଟ ସକ୍ରିୟ ମାମଲା ରହିଛି 3,32,002 । ଭାରତର ବର୍ତ୍ତମାନ ସକ୍ରିୟ ମାମଲା ମୋଟ ପଜିଟିଭ ମାମଲାର ମାତ୍ର 3.34% ରହିଛି ।

ଗତ 24 ଘଣ୍ଟା ମଧ୍ୟରେ ଭାରତରେ ମାତ୍ର 26,382 ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ସମୟରେ ମଧ୍ୟ ଭାରତରେ 33,813 ଜଣ ସୁସ୍ଥ ହୋଇଛନ୍ତି, ଯାହାଦ୍ୱାରାକି ସକ୍ରିୟ କରୋନା ମାମଲାରେ ସିଧାସଳଖ 7,818 ହ୍ରାସ ପାଇଛି ।

ବିଗତ 17 ଦିନ ଧରି ଭାରତରେ ଦୈନିକ ନୂଆ କରୋନା ମାମଲା 40 ହଜାରରୁ ତଳେ ରହିଛି ।

ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ହେବା କ୍ଷେତ୍ରରେ ଗତ ସାତ ଦିନ ଧରି ବିଶ୍ୱରେ ଭାରତ ଅନ୍ୟତମ ସର୍ବନିମ୍ନ (147)ରାଷ୍ଟ୍ର ଭାବେ ରହିଛି ।

ଦେଶରେ କରୋନାରୁ ସୁସ୍ଥ ହେଉଥିବା ମୋଟ ସଂଖ୍ୟା 94.5 ଲକ୍ଷ (9,456,449)କୁ ଅତିକ୍ରମ କରିପାରିଛି । ସୁସ୍ଥତା ହାର ମଧ୍ୟ 95.21% ରହିଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ 76.43% ଲୋକ ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

କେରଳରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 5,066 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଏହି ଅବଧିରେ ମହାରାଷ୍ଟ୍ରରେ 4,395 ଜଣ ଏବଂ ପଶ୍ଚିମବଙ୍ଗରେ 2,965 ଜଣ ସୁସ୍ଥ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ ଆସିଥିବା ନୂଆ କରୋନା ମାମଲା ଗୁଡ଼ିକ ମଧ୍ୟରୁ 75.84% ଆସିଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ଗତ 24 ଘଣ୍ଟା ମଧ୍ୟରେ କେରଳରୁ ସର୍ବାଧିକ 5,218 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ 3,442 ଏବଂ ପଶ୍ଚିମବଙ୍ଗରେ 2,289 ଜଣ ଆକ୍ରାନ୍ତ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 387 କରୋନା ମୃତ୍ୟୁ ହୋଇଛି ।

ଏହି ମୃତ୍ୟୁରୁ 75.19% ହୋଇଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ମହାରାଷ୍ଟ୍ରରେ ସର୍ବାଧିକ 70 ଜଣଙ୍କ ମୃତ୍ୟୁ ହୋଇଛି । ଏହା ପଛକୁ ପଶ୍ଚିମବଙ୍ଗେରେ 45 ଏବଂ ଦିଲ୍ଲୀରେ 41 ଜଣଙ୍କ ମୃତ୍ୟୁ ହୋଇଛି ।

ଭାରତରେ ଦୈନିକ କରୋନା ମୃତ୍ୟୁ ମାମଲା କ୍ରମାଗତ ହ୍ରାସ ପାଇ ଚାଲିଛି । ବିଗତ 11 ଦିନ ଧରି ଦୈନିକ 5 ଶହରୁ କମ୍ ମୃତ୍ୟୁ ହେଉଛି ।

ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ଭାରତରେ ଗତ 7 ଦିନ ମଧ୍ୟୟରେ ଦୈନିକ କରୋନା ମୃତ୍ୟୁ (2) ବିଶ୍ୱରେ ସର୍ବନିମ୍ନ ରହିଛି ।

 

**********



(Release ID: 1681232) Visitor Counter : 189