ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୁଏତର ପ୍ରଧାନମନ୍ତ୍ରୀ ଭାବରେ ପୁନଃନିଯୁକ୍ତ ହୋଇଥିବାରୁ ଶେଖ ସବାହ ଅଲ-ଖାଲିଦ ଅଲ-ହମାଦ ଅଲ-ସବାହଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ

Posted On: 08 DEC 2020 10:48PM by PIB Bhubaneshwar

କୁଏତର ପ୍ରଧାନମନ୍ତ୍ରୀ ଭାବରେ ପୁନଃନିଯୁକ୍ତି ପାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାମହିମ ଶେଖ ସବାହ ଅଲ-ଖାଲିଦ ଅଲ-ହମାଦ ଅଲ-ସବାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଟ୍ବିଟ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି, “ଡିସେମ୍ବର 5 ତାରିଖ ଦିନ ଜାତୀୟ ସଂସଦୀୟ ନିର୍ବାଚନରେ ସଫଳ ହେବା ପରେ କୁଏତର ପ୍ରଧାନମନ୍ତ୍ରୀ ଭାବରେ ପୁନଃନିଯୁକ୍ତ ହୋଇଥିବାରୁ ମହାମହିମ ଶେଖ ସବାହ ଅଲ-ଖାଲିଦ ଅଲ-ହମାଦ ଅଲ-ସବାହଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା

ମୋର ବିଶ୍ୱାସ ଯେ ଆମର ଉତ୍କୃଷ୍ଟ ଦ୍ୱିପାକ୍ଷିକ ସମ୍ପର୍କ କୁଏତର ଆମୀର ମହାମହିମ ଶେଖ ନୱାଫ ଅଲ-ଅହମ୍ମଦ ଅଲ-ଜାବେର ଅଲ-ସବାହଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଆହୁରି ସୁଦୃଢ଼ ହେବ "

***



(Release ID: 1679291) Visitor Counter : 92