ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

IIT-2020 ବୈଶ୍ୱିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ବକ୍ତବ୍ୟ

Posted On: 04 DEC 2020 10:56PM by PIB Bhubaneshwar

ପୁନଃ ଶିକ୍ଷା, ପୁନଃ ମାନସ ମନ୍ଥନ, ପୁନଃ ଆବିଷ୍କାର ଓ ନବୋନ୍ମେଷ ହେବ କୋଭିଡ ପରବର୍ତ୍ତୀ ଜୀବନଶୈଳୀର ପ୍ରମୁଖ ଅଂଶ: ପ୍ରଧାନମନ୍ତ୍ରୀ

ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପାନଆଇଆଇଟି ୟୁଏସଏ ଦ୍ଵାରା ଆୟୋଜିତ IIT-2020 ବୈଶ୍ୱିକ ସମ୍ମିଳନୀରେ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଛନ୍ତି ।   

ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର “ସଂସ୍କାର, ପ୍ରଦର୍ଶନ ଓ ରୂପାନ୍ତର” ନୀତି ପ୍ରତି ସମ୍ପୂର୍ଣ୍ଣ ଭାବରେ ପ୍ରତିବଦ୍ଧ । ସଂସ୍କାର ଆଭିମୁଖ୍ୟରୁ କୌଣସି କ୍ଷେତ୍ର ବାକି ନାହିଁ ବୋଲି ସେ କହିଛନ୍ତି । ସେ ତାଙ୍କ ଅଭିଭାଷଣରେ ବିଭିନ୍ନ କ୍ଷେତ୍ରରେ ସରକାର ଆଣିଥିବା ଅନେକ ସଂସ୍କାରକୁ ତାଲିକାଭୁକ୍ତ କରିଛନ୍ତି, ଯେପରିକି 44 ଟି କେନ୍ଦ୍ରୀୟ ଶ୍ରମ ଆଇନକୁ କେବଳ 4 ଟି କୋଡର ପରିସରଭୁକ୍ତ କରିବା, ବିଶ୍ଵର ସବୁଠୁ ସର୍ବନିମ୍ନ କର୍ପୋରେଟ ଟିକସ ହାର, ରପ୍ତାନି ଓ ଉତ୍ପାଦନ ବୃଦ୍ଧି ପାଇଁ ଦଶଟି ପ୍ରମୁଖ କ୍ଷେତ୍ରରେ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ପ୍ରଣୟନ । ସେ ଦର୍ଶାଇଛନ୍ତି ଯେ କୋଭିଡ ମହାମାରୀର ଏହି କଠିନ ସମୟରେ ମଧ୍ୟ ଭାରତରେ ରେକର୍ଡ ପୁଞ୍ଜି ବିନିଯୋଗ ହୋଇଛି ଏବଂ ଏହି ବିନିଯୋଗର ଅଧିକାଂଶ ଅଂଶ ବୈଷୟିକ କ୍ଷେତ୍ରରୁ ଆସିଛି ।

ସେ କହିଛନ୍ତି ଯେ ଆମର ଆଜିର କାର୍ଯ୍ୟ ଆସନ୍ତା କାଲିର ସ୍ୱରୂପ ଧାର୍ଯ୍ୟ କରିବ । ପୁନଃ ଶିକ୍ଷା, ପୁନଃ ମାନସ ମନ୍ଥନ, ପୁନଃ ପୁନଃ ଆବିଷ୍କାର ଓ ନବୋନ୍ମେଷ କୋଭିଡ ପରବର୍ତ୍ତୀ ଜୀବନଶୈଳୀର ପ୍ରମୁଖ ଅଂଶ ହେବ । ଏହା ସହିତ, ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଅର୍ଥନୈତିକ ସଂସ୍କାର ହିଁ ଆମ ବିଶ୍ଵକୁ ଶକ୍ତି ପ୍ରଦାନ କରିବ । ଶ୍ରୀ ମୋଦୀ କହିଛନ୍ତି, ଏହା ଇଜ ଅଫ ଲିଭିଙ୍ଗକୁ ସୁନିଶ୍ଚିତ କରିବ ଏବଂ ଗରିବ ଲୋକଙ୍କୁ ସକାରାତ୍ମକ ଭାବେ ପ୍ରଭାବିତ କରିବ। ମହାମାରୀ ସମୟରେ ଶିଳ୍ପ ଓ ଗବେଷଣା ଅନୁଷ୍ଠାନ ମଧ୍ୟରେ ସହଯୋଗରୁ ଅନେକ ନୂଆ ଉଦ୍ଭାବନ ହୋଇଛି । ନୂଆ ବାସ୍ତବିକତାକୁ ଆପଣେଇବାକୁ ହେଲେ ବିଶ୍ଵକୁ ଯଥାର୍ଥ ସମାଧାନ ଖୋଜିବାର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ପାନଆଇଆଇଟିର ସହଯୋଗ ଆତ୍ମନିର୍ଭର ଭାରତ ଅଥବା ସେଲ୍ଫ-ରିଲାଏଣ୍ଟ ଇଣ୍ଡିଆର ସ୍ଵପ୍ନକୁ ସାକାର କରିବାରେ ସହାୟକ ହେବ । ସେ ପ୍ରବାସୀ ଭାରତୀୟଙ୍କୁ ଭାରତର ବ୍ରାଣ୍ଡ ଆମ୍ବାସାଡର ବୋଲି ସମ୍ବୋଧିତ କରି କହିଛନ୍ତି, ସେମାନଙ୍କର ସ୍ଵର ଭାରତର ଦୃଷ୍ଟିକୋଣକୁ ବିଶ୍ଵରେ ସଠିକ ଭାବରେ ଉପସ୍ଥାପନ କରିବ ।

2022 ରେ ପାଳନ ହେବାକୁ ଥିବା ଭାରତର 75 ତମ ସ୍ଵାଧୀନତା ଦିବସ ପାଇଁ, ଶ୍ରୀ ମୋଦୀ ପାନଆଇଆଇଟିକୁ “ଗିଭିଙ୍ଗ ବେକ ଟୁ ଇଣ୍ଡିଆ” ଉପରେ ଏକ ଉଚ୍ଚ ମାନଦଣ୍ତ ସ୍ଥିର କରିବାକୁ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆପଣ ଆପଣଙ୍କ ମତାମତ MyGov ରେ ପ୍ରଦାନ କରିପାରିବେ କିମ୍ବା ଆପଣ ଏହାକୁ ନରେନ୍ଦ୍ର ମୋଦୀ ଆପରେ ସିଧାସଳଖ ମୋ ସହ ସେୟାର କରିପାରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିକଟ ଅତୀତରେ ଭାରତରେ ହ୍ୟାକାଥନ ସଂସ୍କୃତିର ବିକାଶ ହୋଇଛି ଯାହାଦ୍ଵାରା ଆମ ଯୁବପିଢି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରୀୟ ସମସ୍ୟାର ସମାଧାନ କରିପାରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଦକ୍ଷିଣ-ପୂର୍ବ ଏସିଆ ଏବଂ ୟୁରୋପର ଅନେକ ଦେଶ ସହ କାମ କରୁଛିନ୍ତି ଯାହାଦ୍ୱାରା ଆମ ଯୁବପିଢିଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବା ତଥା ବିଶ୍ଵସ୍ତରୀୟ ସର୍ବୋତ୍ତମ ଅଭ୍ୟାସରୁ ଶିକ୍ଷା ପାଇବା ପାଇଁ ଏକ ଅନ୍ତର୍ଜାତୀୟ ପ୍ଲାଟଫର୍ମ ମିଳିଛି । ଭାରତର ବୈଭବ ସମ୍ମିଳନୀ ଆୟୋଜନ ଦ୍ଵାରା ବିଜ୍ଞାନ ଓ ନବସୃଜନ କ୍ଷେତ୍ରର ଉଚ୍ଚମାନର ପ୍ରତିଭାର ଏକତ୍ରିକରଣ ହୋଇଛି । ଏହି ଶିଖର ସମ୍ମିଳନୀ ବିଜ୍ଞାନ ଏବଂ ନବସୃଜନ କ୍ଷେତ୍ରରେ ଭବିଷ୍ୟତ ସହଯୋଗର ପନ୍ଥା ସ୍ଥିର କରିଛି ।  

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ବର୍ତ୍ତମାନ ଏକ ବଡ ପରିବର୍ତ୍ତନର ସାକ୍ଷୀ ହୋଇଛି । ଏହା ପୂର୍ବରୁ ଯେତେବେଳେ ଆଇଆଇଟି ଏରୋ-ସ୍ପେସ ଇଜ୍ଞିନିୟର ଉତ୍ପାଦନ କଲା, ସେତେବେଳେ, ସେମାନଙ୍କୁ ନିୟୋଜିତ କରିବା ପାଇଁ କୌଣସି ଶକ୍ତିଶାଳୀ ଘରୋଇ ଶିଳ୍ପ ଇକୋସିଷ୍ଟମ ନଥିଲା । ଆଜି, ମହାକାଶ କ୍ଷେତ୍ରରେ ଐତିହାସିକ ସଂସ୍କାର ଭାରତୀୟ ପ୍ରତିଭାଙ୍କ ପାଇଁ ମାର୍ଗ ଖୋଲିଛି । ଭାରତର ଅନେକ କ୍ଷେତ୍ରରେ ଅତ୍ୟାଧୁନିକ ଏବଂ ଅଭିନବ କାର୍ଯ୍ୟ ଘଟୁଛି ।

ଆଜି, ବହୁ ସଂଖ୍ୟକ ଆଇଆଇଟି ଆଲୁମିନି ବିଶ୍ଵସ୍ତରରେ ଶିଳ୍ପ କ୍ଷେତ୍ର, ଏକାଡେମିଆ କିମ୍ବା ସରକାରୀ ସ୍ତରରେ ନିଯୁକ୍ତ ଅଛନ୍ତି । ତେଣୁ ସେ ସମସ୍ତ ଉଦୀୟମାନ ପ୍ରତିଭାଙ୍କୁ ବିତର୍କ ଓ ଆଲୋଚନା କରିବା ପାଇଁ ଅନୁରୋଧ କରିଥିଲେ । 

 

**********



(Release ID: 1678837) Visitor Counter : 220