ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡିସେମ୍ବର 4ରେ ହେବାକୁ ଥିବା ଆଇଆଇଟି 2020 ଅନ୍ତର୍ଜାତୀୟ ଶିଖର ସମ୍ମିଳନୀରେ ମୁଖ୍ୟ ସମ୍ଭାଷଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

Posted On: 03 DEC 2020 9:54PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 4 ଡିସେମ୍ବର 2020 ରାତି 9.30ରେ ପାନ ଆଇଆଇଟି ଆମେରିକା ଦ୍ୱାରା ଆୟୋଜିତ ହେବାକୁ ଥିବା ଆଇଆଇଟି-2020 ଅନ୍ତର୍ଜାତୀୟ ଶିଖର ସମ୍ମିଳନୀରେ ମୁଖ୍ୟ ସମ୍ଭାଷଣ ପ୍ରଦାନ କରିବେ

ଚଳିତ ବର୍ଷ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ‘ଦ ଫ୍ୟୁଚର ଇଜ ନାଓ' ରହିଛି ଶିଖର ସମ୍ମିଳନୀରେ ବିଶ୍ୱ ଅର୍ଥ ବ୍ୟବସ୍ଥା, ପ୍ରଯୁକ୍ତି, ଉଦ୍ଭାବନ, ସ୍ୱାସ୍ଥ୍ୟ, ବାସସ୍ଥାନ ସଂରକ୍ଷଣ ଏବଂ ସାର୍ବଜନୀନ ଶିକ୍ଷା ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ

ପାନଆଇଆଇଟି ଆମେରିକା ହେଉଛି ଏଭଳି ଏକ ସଂଗଠନ, ଯାହା 20 ବର୍ଷରୁ ଅଧିକ ପୁରୁଣା 2003 ଠାରୁ ପାନଆଇଆଇଟି ଆମେରିକା ଏହି ସମ୍ମିଳନୀ ଆୟୋଜନ କରିଛି ଏବଂ ଉଦ୍ୟୋଗ, ଶିକ୍ଷା ଓ ସରକାର ସମେତ ବିଭିନ୍ନ କ୍ଷେତ୍ରର ବକ୍ତାମାନଙ୍କୁ ଆମନ୍ତ୍ରିତ କରିଛି ପାନଆଇଆଇଟି ଆମେରିକା ପୁରୁଣା ଆଇଆଇଟି ଛାତ୍ରଛାତ୍ରୀମାନଙ୍କର ଏକ ସ୍ୱୟଂସେବକ ଟିମ ଦ୍ୱାରା ପରିଚାଳିତ ହେଉଛି

 

**********



(Release ID: 1678413) Visitor Counter : 106