ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

132 ଦିନ ପରେ ଭାରତରେ କରୋନା ସକ୍ରିୟ ମାମଲା 4.28 ଲକ୍ଷକୁ ହ୍ରାସ ପାଇଛି

● ଗତ ତିନି ଦିନ ଧରି ଦୈନିକ ନୂଆ କରୋନା ମାମଲା ପ୍ରାୟ 30 ହଜାର ରହିଛି

Posted On: 02 DEC 2020 11:30AM by PIB Bhubaneshwar

ଭାରତରେ କରୋନା ସକ୍ରିୟ ମାମଲା ଉଲ୍ଲେଖନୀୟ ଭାବେ ହ୍ରାସ ପାଇ ଆଜି 4.28 ଲକ୍ଷ (4,28,644) ରହିଛି । 132 ଦିନ ପରେ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । 2020 ଜୁଲାଇ 23 ତାରିଖରେ ଦେଶରେ ସକ୍ରିୟ କରୋନା ମାମଲା ସଂଖ୍ୟା 4,26,167 ଥିଲା

ସକ୍ରିୟ ମାମଲା ଏବେ ଦେଶରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଦେଶର ମୋଟ ପଜିଟିଭ୍ ମାମଲାର 4.51% ସକ୍ରିୟ ମାମଲା ରହିଛି ।

WhatsApp Image 2020-12-02 at 10.32.49 AM.jpeg

ଗତ ତିନି ଦିନ ଧରି ଦେଶରେ ଦୈନିକ ନୂଆ ମାମଲା ପାଖାପାଖି 30 ହଜାର ରହୁଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 36,604 ନୂଆ କରୋନା ମାମଲା ଆସିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 43,062 ଜଣ ଓ ସୁସ୍ଥ ହୋଇଛନ୍ତି । ଗତ 5 ଦିନ ଧରି ଦୈନିକ ସୁସ୍ଥ ସଂଖ୍ୟା ନୂଆ କରୋନା ଆକ୍ରାନ୍ତଙ୍କୁ ଅତିକ୍ରମ କରୁଛି ।

WhatsApp Image 2020-12-02 at 10.36.03 AM.jpeg

ନୂଆ ସୁସ୍ଥ ସଂଖ୍ୟା ନୂଆ ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଅଧିକ ରହୁଥିବାରୁ ଏବେ ସୁସ୍ଥତା ହାର 94.03%ରେ ପହଞ୍ଚିଛି ।

ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 89,32,647 ରହିଛି । ସୁସ୍ଥଙ୍କ ସଂଖ୍ୟା ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ବଢ଼ି ଚାଲିଛି ଏବଂ ଆଜି ତାହା 85 ଲକ୍ଷକୁ ଅତିକ୍ରମ କରି 85,04,003ରେ ପହଞ୍ଚିଛି ।

ଗତ 24 ଘଣ୍ଟା ମଧ୍ୟେରେ ନୂଆ ସୁସ୍ଥଙ୍କ ମଧ୍ୟରେ 78.35% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ।

ମହାରାଷ୍ଟ୍ରରେ ଦିନକରେ ସର୍ବାଧିକ 6,290 ଜଣ ସୁସ୍ଥ ହୋଇଛନ୍ତି । କେରଳରେ 6,151 ଏବଂ ଦିଲ୍ଲୀରେ 5,036 ଜଣ ସୁସ୍ଥ ହୋଇଛନ୍ତି ।

WhatsApp Image 2020-12-02 at 10.26.55 AM.jpeg

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 77.25% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

କେରଳରେ ଦିନକରେ ସର୍ବାଧିକ 5,375 ଜଣ ଆକ୍ରାନ୍ତ ହୋଇଥିବା ବେଳେ ମହାରାଷ୍ଟ୍ରରେ 4,930 ନୂଆ ମାମଲା ଆସିଛି ।

WhatsApp Image 2020-12-02 at 10.26.51 AM.jpeg

ଗତ 24 ଘଣ୍ଟା ମଧ୍ୟେରେ ଶେରେ 501 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 79.84% ମୃତ୍ୟୁ ହୋଇଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ (95) ହୋଇଛି । ଏହା ପଛକୁ ଦିଲ୍ଲୀରେ 86 ଏବଂ ପଶ୍ଚିମବଙ୍ଗରେ 52 ଜଣଙ୍କ ମୃତ୍ୟୁ ହୋଇଛି । 

WhatsApp Image 2020-12-02 at 10.26.54 AM.jpeg

**********



(Release ID: 1677756) Visitor Counter : 191