ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶର ଦୈନିକ କରୋନା ମାମଲାର 69 ପ୍ରତିଶତ 8 ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ - ମହାରାଷ୍ଟ୍ର, ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତର ପ୍ରଦେଶ, ହରିୟାଣା ଓ ଛତିଶଗଡ଼ରୁ ଦେଖାଦେଇଛି

● ଦଶଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷଣ 1 ଲକ୍ଷ ଅତିକ୍ରମ କଲା
● ନମୁନା ପରୀକ୍ଷଣରେ ଜାତୀୟ ହାରଠାରୁ ଆଗରେ ରହିଛି 23 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ

Posted On: 28 NOV 2020 11:32AM by PIB Bhubaneshwar

ଆଜି ଭାରତରେ ସକ୍ରିୟ କରୋନା ମାମଲାର ସଂଖ୍ୟା 4,45,940 ରହିଛି । ଦେଶର ମୋଟ କରୋନା ମାମଲା ମଧ୍ୟରୁ 4.87% କେବଳ ସକ୍ରିୟ ମାମଲା ଭାବେ ରହିଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 41,322 ନୂଆ କରୋନା ମାମଲା ଦେଖା ଦେଇଛି

ଦୈନିକ ଆାସୁଥିବା ନୂଆ ମାମଲା ମଧ୍ୟରୁ 96.04% 8ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ; ମହାରାଷ୍ଟ୍ର, ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତର ପ୍ରଦେଶ, ହରିୟାଣା ଏବଂ ଛତିଶଗଡ଼ରୁ ଆସୁଛି ।

ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ ସର୍ବାଧିକ 6,185 ନୂଆ କୋଭିଡ ମାମଲା ଆସିଛି । ଏହା ପଛକୁ ଦିଲ୍ଲୀରେ 5,482 ଏବଂ କେରଳରେ 3,966 ମାମଲା ଆସିଛି ।

http://static.pib.gov.in/WriteReadData/userfiles/image/image001UGRD.jpg

ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା ସଂଖ୍ୟା ଆଜି 1 ଲକ୍ଷକୁ ଅତିକ୍ରମ କରିଛି । ଭାରତରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା ସଂଖ୍ୟା 100,159.7 ରହିଛି ।

http://static.pib.gov.in/WriteReadData/userfiles/image/image002OD8I.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 11,57,605 ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ନମୁନା ପରୀକ୍ଷା 13.82 କୋଟି (13,82,20,354)କୁ ଛୁଇଁଛି ।

କରୋନା ନମୁନା ପରୀକ୍ଷା ସକାଶେ ଅଧିକ ଲାବୋରେଟାରୀର ବ୍ୟବସ୍ଥା ଯୋଗୁ ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇପାରିଛି । ଦେଶରେ ଏବେ ମୋଟ 2,161 ଟେଷ୍ଟିଂ ଲାବୋରେଟାରୀ ରହିଛି । ସେଥିରୁ 1,175 ସରକାରୀ ଏବଂ 986 ଘରୋଇ ଲାବୋରେଟାରୀ । ଏହାଯୋଗୁ ଦୈନିକ ନମୁନା ପରୀକ୍ଷାର ସଂଖ୍ୟା ବୃଦ୍ଧି ପାଇପାରିଛି ।

ଦେଶରେ ଏବେ 23 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା କ୍ଷେତ୍ରରେ ଜାତୀୟ ହାରଠାରୁ ଅଧିକ ପରୀକ୍ଷା ହେଉଛି ।

http://static.pib.gov.in/WriteReadData/userfiles/image/image003BY62.jpg

13 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ହାରଠାରୁ କମ୍ ନମୁନା ପରୀକ୍ଷା ହେଉଛି ।

http://staic.pib.gov.in/WriteReadData/userfiles/image/image004T9M0.jpg

ଦେଶରେ ଏ ପର୍ଯ୍ୟନ୍ତ ମୋଟ ସୁସ୍ଥଙ୍କ ସଂଖ୍ୟା 87.59 ଲକ୍ଷ (87,59,969) ହୋଇଛି । ଆଜି ଜାତୀୟ ସୁସ୍ଥତା ହାର ରହିଛି 93.68% ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 41,452 ଜଣ ସୁସ୍ଥ ହୋଇଛନ୍ତି ।

ନୂତନ ସୁସ୍ଥଙ୍କ ମଧ୍ୟରୁ 76.55% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି । ଗୋଟି ଦିନରେ ଦିଲ୍ଲୀରେ ସର୍ବାଧିକ 5,937 ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ କେରଳରେ 4,544 ଏବଂ ମହାରାଷ୍ଟ୍ରରେ 4,089 ଜଣ ସୁସ୍ଥ ହୋଇଛନ୍ତି ।

http://static.pib.gov.in/WriteReadData/userfiles/image/image005SHKO.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 485 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରୁ 78.35% ମୃତ୍ୟୁ ହୋଇଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ।

ଦିଲ୍ଲୀରେ ସର୍ବାଧିକ 98 ଜଣଙ୍କ ମୃତ୍ୟୁ ହୋଇଛି ଏହା ପଛକୁ ମହାରାଷ୍ଟ୍ରରେ 85 ଏବଂ ପଶ୍ଚିମବଙ୍ଗରେ 46 ଜଣଙ୍କ ମୃତ୍ୟୁ ହୋଇଛି ।

http://static.pib.gov.in/WriteReadData/userfiles/image/image006REPH.jpg

 

**********

 

       



(Release ID: 1676818) Visitor Counter : 179