ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କ୍ରମାଗତ 44 ଦିନ ପାଇଁ ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ

• ଦେଶରେ କରୋନା ସକ୍ରିୟ ମାମଲା 4.65 ଲକ୍ଷକୁ ହ୍ରାସ

Posted On: 16 NOV 2020 11:37AM by PIB Bhubaneshwar

ଦୈନିକ ଭାରତରେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ତୁଳନାରେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଅଧିକ ରହିବାର ରେକର୍ଡ 44 ଦିନରେ ବି ଅକ୍ଷୁଣ୍ଣ ରହିପାରିଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 30,548 ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି 43,851ଏହାଦ୍ୱାରା ସକ୍ରିୟ କରୋନା ମାମଲା 13,303 ହ୍ରାସ ପାଇ 4,65,478 ରହିଛି ।

http://static.pib.gov.in/WriteReadData/userfiles/image/image0012TQY.jpg

ୟୁରୋପର ଅନେକ ଦେଶ ଏବଂ ଆମେରିକାରେ ଦୈନିକ କରୋନାର ନୂଆ ମାମଲା କ୍ରମାଗତ ବୃଦ୍ଧି ପାଉଥିବା ବେଳେ ଭାରତରେ ଗତକାଲି 30,548 ନୂଆ ମାମଲା ଆସିଛି, ଯାହାକି ବହୁତ କମ୍ ।

ଦେଶବ୍ୟାପୀ ଅଧିକରୁ ଅଧିକ ନମୁନା ପରୀକ୍ଷାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବାରୁ ଏହା ନୂଆ କରୋନା ମାମଲାକୁ ହ୍ରାସ କରିବାରେ ସହାୟକ ହୋଇପାରିଛି ।

http://static.pib.gov.in/WriteReadData/userfiles/image/image002TNAL.jpg

ଆଜି ସୁସ୍ଥ ହାର 93.27%କୁ ବୃଦ୍ଧି ପାଇଛି । ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ 82,49,579ରେ ପହଞ୍ଚିଛି ।

http://static.pib.gov.in/WriteReadData/userfiles/image/image0030DR4.jpg

ଗତ 24 ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ 78.59% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି ।

ଦିଲ୍ଲୀରେ ସର୍ବାଧିକ ସବୁଠାରୁ ଅଧିକ 7,606 ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ କେରଳରେ 6,684 ଏବଂ ପଶ୍ଚିମବଙ୍ଗରେ 4,480 ଜଣ ସୁସ୍ଥ ହୋଇଛନ୍ତି ।

http://static.pib.gov.in/WriteReadData/userfiles/image/image004EE70.jpg

ଗତ 24 ଘଣ୍ଟାରେ ଆସିଥିବା ନୂଆ ପଜିଟିଭ୍ ମାମଲା ମଧ୍ୟରୁ 76.63% ଆସିଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

କେରଳରେ 4,581 ନୂଆ ମାମଲା ଆସିଛି । ଗତ କିଛିଦିନ ମଧ୍ୟରେ ଦିଲ୍ଲୀରେ ନୂଆ ପଜିଟିଭ୍ ମାମଲା ବୃଦ୍ଧି ପାଇଥିବା ବେଳେ ଗତକାଲି 3,235 ମାମଲା ଆସିଛି । ଏହା ପଛକୁ ପଶ୍ଚିମବଙ୍ଗରେ ଆସିଛି 3,053 ନୂଆ ମାମଲା ।

http://static.pib.gov.in/WriteReadData/userfiles/image/image0051YQW.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 435 ମୃତ୍ୟୁ ହୋଇଥିବା ବେଳେ ଏଥିରୁ 78.85% ଆସିଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ମହାରାଷ୍ଟ୍ରକୁ ଟପି ଦିଲ୍ଲୀରେ 95 ଜଣଙ୍କ ମୃତ୍ୟୁ ହୋଇଛି ଯାହାକି 21.84% ମହାରାଷ୍ଟ୍ରରେ 60 ଜଣଙ୍କ ମୃତ୍ୟୁ ହୋଇଛି ଯାହାକି ନୂଆ ମୃତ୍ୟୁ ସଂଖ୍ୟାର 13.79%

http://static.pib.gov.in/WriteReadData/userfiles/image/image006EH9T.jpg

ପ୍ରତି ଦଶ ଲକ୍ଷ୍ୟରେ 94 ମୃତ୍ୟୁ ଜାତୀୟ ମୃତ୍ୟୁହାର ଥିବା ବେଳେ 14 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏହା ଅଧିକ ରହିଛି ।

13 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁହାର ଜାତୀୟ ମୃତ୍ୟୁହାରଠାରୁ ଅଧିକ ରହିଛି ।

http://static.pib.gov.in/WriteReadData/userfiles/image/image008KYW9.jpg

ଡାକ୍ତରଖାନା ଗୁଡ଼ିକର ଆଇସିୟୁରେ ଗୁରୁତର ଆକ୍ରାନ୍ତଙ୍କୁ ଯେପରି ଉତ୍ତମ ଚିକିତ୍ସା ଉପଲବ୍ଧ ହୋଇପାରିବ ସେଥିପାଇଁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ସହ ଉତ୍ତମ ସମନ୍ୱୟ ରକ୍ଷା କରି କାମ କରୁଛନ୍ତି । ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନା ଗୁଡ଼ିକରେ କିଭଳି ଚିକିତ୍ସା ପ୍ରଣାଳୀ ଅବଲମ୍ବନ ହେବ ଏବଂ ଗୃହ ସଙ୍ଗରୋଧ କିପରି ହେବ ସେ ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । କୋଭିଡ ପରିଚାଳନାରେ ସହାୟତା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ରୀୟ ଟିମ୍ ଗସ୍ତ ମଧ୍ୟ କରୁଛନ୍ତି ।

କେନ୍ଦ୍ର ସରକାର ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜନସ୍ୱାସ୍ଥ୍ୟ ସେବାର ସମୀକ୍ଷା ମଧ୍ୟ କରୁଛନ୍ତି ।



(Release ID: 1673275) Visitor Counter : 177