ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦିଲ୍ଲୀ ଆଇଆଇଟି ସମାବର୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 07 NOV 2020 2:42PM by PIB Bhubaneshwar

ନମସ୍କାର,

ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ, ଶ୍ରୀମାନ ରମେଶ ପୋଖରୀୟାଲ ନିଶଙ୍କ ମହାଶୟ, ଶ୍ରୀମାନ ସଞ୍ଜୟ ଧୋତ୍ରେ ମହାଶୟ, ବୋର୍ଡ ଅଫ୍ ଗଭର୍ଣ୍ଣସର ଅଧ୍ୟକ୍ଷ ଡକ୍ଟର ଆର. ଚିଦମ୍ବରମ ମହାଶୟ, ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ପ୍ରଫେସର ବି. ରାମଗୋପାଳ ରାଓ ମହାଶୟ, ବୋର୍ଡ ଏବଂ ସିନେଟର ସଦସ୍ୟଗଣ, ଫାକଲ୍ଟି ମେମ୍ବରର୍ସ, ମାତାପିତା, ଯୁବ ସାଥୀଗଣ, ଭଦ୍ର ବ୍ୟକ୍ତି ଓ ଭଦ୍ର ମହିଳାଗଣ!!

ଆଜି ହେଉଛି ଟେକ୍ନୋଲୋଜିର ଦୁନିଆ ପାଇଁ ଏକ ପ୍ରମୁଖ ଦିନ । ଆଜି ଆଇଆଇଟି ଦିଲ୍ଲୀ ମାଧ୍ୟମରେ ଦେଶକୁ 2 ହଜାରରୁ ଅଧିକ ଟେକ୍ନୋଲୋଜିର ଉନ୍ନତ ବିଶେଷଜ୍ଞ ଆଜି ଦେଶକୁ ମିଳୁଛି । ଯେଉଁ ଛାତ୍ରମାନଙ୍କୁ ଆଜି ଡିଗ୍ରୀ ମିଳୁଛି, ସେ ସମସ୍ତ ବିଦ୍ୟାର୍ଥୀ ସାଥୀମାନଙ୍କୁ, ସେମାନଙ୍କର ମାତାପିତାଙ୍କୁ ବିଶେଷ ରୂପେ, ସେମାନଙ୍କର ଗାଇଡ୍ସ ବା ପଥ ପ୍ରଦର୍ଶକ, ଫାକଲ୍ଟି ମେମ୍ବର୍ସ, ସମସ୍ତଙ୍କୁ ଆଜିକାର ଏହି ଗୁରୁତ୍ୱପୂର୍ଣ୍ଣ ଦିବସରେ ମୋ ତରଫରୁ ଅନେକ-ଅନେକ ଶୁଭକାମନା ।

ଆଜି, ଆଇଆଇଟି ଦିଲ୍ଲୀର 51ତମ ସମାବର୍ତନ ଆଉ ଏହି ବର୍ଷ ଏହି ମହାନ ସଂସ୍ଥାନ ନିଜର ହୀରକ ଜୟନ୍ତି ମଧ୍ୟ ପାଳନ କରୁଛି । ଆଇଆଇଟି ଦିଲ୍ଲୀ ଏହି ଦଶକ ପାଇଁ ନିଜର ଭିଜନ୍ ଡକ୍ୟୁମେଂଟ ମଧ୍ୟ ପ୍ରସ୍ତୁତ କରିଛି । ମୁଁ ହୀରକ ଜୟନ୍ତି ବର୍ଷ ଏବଂ ଏହି ଦଶକର ନିଜର ଲକ୍ଷ୍ୟଗୁଡ଼ିକ ପାଇଁ ମଧ୍ୟ ଆପଣମାନଙ୍କୁ ଅନେକ-ଅନେକ ଶୁଭକାମନା ଜଣାଉଛି ଆଉ ଭାରତ ସରକାରଙ୍କ ତରଫରୁ ପୂର୍ଣ୍ଣ ସହଯୋଗର ବିଶ୍ୱାସ ମଧ୍ୟ ଦେଉଛି ।

ଆଜି ମହାନ ବୈଜ୍ଞାନିକ ଡକ୍ଟର ସି.ଭି. ରମଣ ମହାଶୟଙ୍କର ଜୟନ୍ତି । ଏହା ହେଉଛି ବହୁତ ହିଁ ଶୁଭ ଅବସର ଆଜିକାର ସମାବର୍ତନ ଉତ୍ସବ ପାଇଁ, ଆଉ ତାଙ୍କର ଜନ୍ମଦିନ ସହିତ ଜଡ଼ିତ ହେବାପାଇଁ । ମୁଁ ତାଙ୍କୁ ମଧ୍ୟ ଆଦରପୂର୍ବକ ପ୍ରଣାମ ଜଣାଉଛି । ତାଙ୍କର ଉତ୍ତମ କାର୍ଯ୍ୟ ଶହେ ବର୍ଷ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ, ବିଶେଷ କରି ମୋର ଯୁବ ବୈଜ୍ଞାନିକ ସାଥୀମାନଙ୍କୁ ପ୍ରେରିତ କରି ଚାଲିବ ।

ସାଥୀଗଣ,

କରୋନାର ଏହି ସଙ୍କଟ କାଳ, ଏହା ଦୁନିଆରେ ବହୁତ ବଡ଼ ପରିବର୍ତ୍ତନକୁ ଆଣି ଆସିଛି । କୋଭିଡ଼୍ ପରବର୍ତୀ ବିଶ୍ୱ ବହୁତ ହିଁ ଭିନ୍ନ ହେବାକୁ ଯାଉଛି ଆଉ ଏଥିରେ ସବୁଠାରୁ ବଡ଼ ଭୂମିକା ଟେକ୍ନୋଲୋଜିର ହିଁ ରହିବ । ବର୍ଷେ ପୂର୍ବ ପର୍ଯ୍ୟନ୍ତ କେହି ଏହା ଚିନ୍ତା କରି ନଥିବେ କି ସଭା ହେଉ ଅବା ପରୀକ୍ଷା, ଭିଭା ହେଉ କିମ୍ବା ସମାବର୍ତନ, ସବୁର ସ୍ୱରୂପ ସଂପୂର୍ଣ୍ଣ ରୂପେ ବଦଳି ଯାଇ ସାରିଛି । ଭର୍ଚୁଆଲ ବାସ୍ତବିକତା ଏବଂ ସମ୍ବର୍ଦ୍ଧିତ ବାସ୍ତବିକତା  ହିଁ ୱର୍କିଂ ରିୟାଲିଟିର ସ୍ଥାନ ନେଇ ଚାଲିଛି, ହୋଇ ଚାଲିଛି ।

ଆପଣମାନେ ହୁଏତ ଅନୁଭବ କରୁଥିବେ ଯେ ଆପଣମାନଙ୍କ ବ୍ୟାଚଟି ସେତେ ପରିମାଣରେ ଭାଗ୍ୟଶାଳୀ ନୁହଁନ୍ତି । ମୁଁ ନିଶ୍ଚିତ ଯେ ଆପଣମାନେ ନିଜକୁ ନିଜେ ପ୍ରଶ୍ନ ପଚାରୁଥିବେ- କ’ଣ ଏ ସବୁ ଆମମାନଙ୍କର ସ୍ନାତକୋତର ବର୍ଷରେ ହିଁ ହେବାକୁ ଥିଲା? କିନ୍ତୁ, ଏହାକୁ ଅନ୍ୟ ଦୃଷ୍ଟିକୋଣରୁ ଚିନ୍ତା କରି ଦେଖନ୍ତୁ । ଆପଣମାନଙ୍କୁ ପ୍ରଥମେ ଆଗେଇଯିବାର ସୁବିଧା ମିଳିଛି । ଆପଣମାନଙ୍କୁ ଶିଖିବା ପାଇଁ ବହୁତ ସମୟ ମିଳିଛି ଏବଂ କାର୍ଯ୍ୟକ୍ଷେତ୍ରରେ ନୂତନ ମାନଦଣ୍ଡ ସହିତ ଶିଖିବା ଓ ଅନୁକୂଳ ବାତାବରଣ ଦେଇ ଗତି କରିବା ପାଇଁ ଅଧିକ ସମୟ ମିଳିଛି । ତେଣୁ ଏହାର ବ୍ୟବହାର କରନ୍ତୁ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତୁ । ଆପଣ ମଧ୍ୟ ଜଣେ ଭାଗ୍ୟଶାଳୀ ବ୍ୟାଚର ଛାତ୍ର । କ୍ୟାମ୍ପସରେ ତୁମେ ଶେଷ ବର୍ଷରେ ବହୁତ କିଛି ଉପଭୋଗ କରିବାକୁ ସକ୍ଷମ ହୋଇଛ । ଗତ ବର୍ଷ ଅକ୍ଟୋବର ଏବଂ ଚଳିତ ବର୍ଷ ଅକ୍ଟୋବରରେ କେତେ ଭିନ୍ନତା ଅଛି, ଦେଖନ୍ତୁ । ଆପଣମାନେ ଭଲ ଭାବେ ପଛକୁ ଚାହିଁ ଦେଖନ୍ତୁ, ପରୀକ୍ଷା ପୂର୍ବରୁ ପାଠାଗାର ଏବଂ ପଢ଼ାଘରର ସମସ୍ତ ରାତି ବିଷୟରେ । ପାଠପଢ଼ା ମଧ୍ୟରେ ଛାତ୍ରାବାସର ମେସରେ ବିଳମ୍ବିତ ରାତିରେ ମିଳିଥିବା ପରଟା, କଫି ଏବଂ ମଫିନ୍ ବିଷୟରେ ଭାବନ୍ତୁ । ମୋତେ ମଧ୍ୟ ଅବଗତ କରାଯାଇଛି ଯେ ଆଇଆଇଟି ଦିଲ୍ଲୀରେ ଦୁଇ ପ୍ରକାରର ବନ୍ଧୁ ଅଛନ୍ତି: କଲେଜ ବନ୍ଧୁ । ହଷ୍ଟେଲ ଭିଡିଓ ସାଙ୍ଗ ବନ୍ଧୁ । ଆପଣ ନିଶ୍ଚିତ ଭାବେ ଉଭୟଙ୍କୁ ହରାଇବେ ।

ସାଥୀଗଣ,

ଏହା ପୂର୍ବରୁ ମୋତେ ଆଇଆଇଟି ମଡ୍ରାସ, ଆଇଆଇଟି ବମ୍ବେ ଏବଂ ଆଇଆଇଟି ଗୌହାଟୀର ସମାବର୍ତନ ଉତ୍ସବ ଗୁଡ଼ିକୁ ଏହିଭଳି ଭାବେ ଯୋଗ ଦେବାର ସୁଯୋଗ ମିଳିଥିଲା ଆଉ କେଉଁଠାକୁ ସିଧାସଳଖ ଭାବେ ଯିବାର ସୌଭାଗ୍ୟ ମିଳିଥିଲା । ଏ ସବୁ ସ୍ଥାନଗୁଡ଼ିକରେ ମୋତେ ଏହି ସମାନତା ଦେଖିବାକୁ ମିଳିଲା ଯେ ପ୍ରତ୍ୟେକ ସ୍ଥାନରେ କିଛି ନା କିଛି ନବସୃଜନ ହେଉଛି । ଆତ୍ମନିର୍ଭର ଭାରତ ଅଭିଯାନର ସଫଳତା ପାଇଁ ଏହା ହେଉଛି ବହୁତ ବଡ଼ ଶକ୍ତି । କୋଭିଡ଼-19 ଦୁନିଆକୁ ଆଉ ଗୋଟିଏ କଥା ଶିଖାଇ ଦେଇଛି । ଜଗତୀକରଣ ହେଉଛି ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏହା ସହିତ ଆତ୍ମନିର୍ଭରଶୀଳତା ମଧ୍ୟ ହେଉଛି ସେତିକି ଗୁରୁତ୍ୱପୂର୍ଣ୍ଣ ।

ସାଥୀଗଣ,

ଆତ୍ମନିର୍ଭର ଭାରତ ଅଭିଯାନ ଆଜି ଦେଶର ଯୁବକମାନଙ୍କୁ, ଟେକ୍ନୋକ୍ରାଟ୍ସମାନଙ୍କୁ, ଟେକ୍-ଉଦ୍ୟୋଗୀ ନେତୃତ୍ୱଙ୍କୁ ଅନେକ ନୂତନ ସୁଯୋଗ ପ୍ରଦାନ କରିବାର ମଧ୍ୟ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ । ତାଙ୍କର ଯେଉଁସବୁ ଚିନ୍ତାଧାରା ରହିଛି, ନବସୃଜନ ରହିଛି ସେମାନେ ସେଗୁଡ଼ିକୁ ସ୍ୱାଧୀନ ଭାବେ ପ୍ରୟୋଗ କରି ପାରିବେ, ମାପି ପାରିବେ, ବଜାର କରି ପାରିବେ ଏଥିପାଇଁ ଆଜି ସର୍ବାଧିକ ଅନୁକୂଳ ବାତାବରଣ ସୃଷ୍ଟି କରାଗଲା । ଆଜି ଭାରତ ନିଜର ଯୁବକମାନଙ୍କୁ ସହଜରେ ବ୍ୟବସାୟ କରିବା ପାଇଁ ସଂପୂର୍ଣ୍ଣ ଭାବେ ପ୍ରତିବଦ୍ଧ, ଫଳରେ ଏହି ଯୁବକ ନିଜର ନବସୃଜନ ଦ୍ୱାରା କୋଟି-କୋଟି ଦେଶବାସୀଙ୍କ ଜୀବନରେ ପରିବର୍ତନ ଆଣି ପାରିବେ । ଦେଶ ଆପଣଙ୍କୁ ସହଜରେ ବ୍ୟବସାୟ କରିବାର ସୁଯୋଗ ପ୍ରଦାନ କରିବ ଆପଣ କେବଳ ମାତ୍ର ଗୋଟିଏ କାର୍ଯ୍ୟ କରନ୍ତୁ, ନିଜର ଯୋଗ୍ୟତା ବଳରେ, ନିଜର ଅନୁଭବ ଦ୍ୱାରା, ନିଜର କୌଶଳ ଦ୍ୱାରା, ନିଜର ନବସୃଜନ ଦ୍ୱାରା ଦେଶ ଯଦି ଆପଣଙ୍କୁ ସହଜରେ ବ୍ୟବସାୟ କରିବାର ସୁଯୋଗ ପ୍ରଦାନ କରୁଛି, ସରକାର ବ୍ୟବସ୍ଥା ସବୁ ପ୍ରଦାନ କରୁଛନ୍ତି ତେବେ ଆପଣମାନେ ଏହି ଦେଶର ଗରିବରୁ ଗରିବ ନାଗରିକଙ୍କୁ ସହଜରେ ବସବାସ କରିବାର ନୂଆ-ନୂଆ ନବସୃଜନ ସବୁ ଆଣି ଆସନ୍ତୁ, ନୂତନ-ନୂତନ ଜିନିଷ ଆଣି ଆସନ୍ତୁ ।

ନିକଟରେ, ପ୍ରାୟତଃ ସମସ୍ତ କ୍ଷେତ୍ରରେ, ଯେଉଁସବୁ ବଡ଼-ବଡ଼ ପରିବର୍ତ୍ତନ ଅଣାଯାଇଛି, ସେଗୁଡ଼ିକର ପଛରେ ମଧ୍ୟ ଏହି ଏକ ଚିନ୍ତାଧାରା ରହିଛି । ପ୍ରଥମ ଥର ପାଇଁ କୃଷି କ୍ଷେତ୍ରରେ ନବସୃଜନ ଏବଂ ନୂତନ ଷ୍ଟାର୍ଟ-ଅପ୍ସ ପାଇଁ ଅଗଣିତ ସମ୍ଭାବନା ସବୁ ସୃଷ୍ଟି ହୋଇଛି । ପ୍ରଥମ ଥର ପାଇଁ ମହାକାଶ କ୍ଷେତ୍ରରେ ଘରୋଇ ନିବେଶ ପାଇଁ ରାସ୍ତା ଖୋଲିଛି । ଦୁଇଦିନ ପୂର୍ବରୁ, ବିପିଓ କ୍ଷେତ୍ରର ବ୍ୟବସାୟ ସୁଗମତା ପାଇଁ ମଧ୍ୟ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ସରକାର ଅନ୍ୟ ସେବା ପ୍ରଦାନକାରୀ- ଓଏସପି ଗାଇଡ ଲାଇନ୍ସକୁ ସଂପୂର୍ଣ୍ଣ ଭାବେ ସରଳ କରି ଦେଇଛନ୍ତି, ପ୍ରାୟତଃ ସମସ୍ତ ପ୍ରକାରର ପ୍ରତିବନ୍ଧକ ହଟାଇ ଦେଇଛନ୍ତି । ଗୋଟିଏ ପ୍ରକାରରେ ଏବେ ସରକାରଙ୍କର ଉପସ୍ଥିତିର ଅନୁଭବ ହେବନାହିଁ । ପ୍ରତ୍ୟେକଙ୍କ ଉପରେ ବିଶ୍ୱାସ କରାଯାଇଛି । ଏହାଦ୍ୱାରା ବିପିଓ ଉଦ୍ୟୋଗ କ୍ଷେତ୍ର ପାଇଁ ଅନୁପାଳନର ଯେଉଁ ଚାପ ରହୁଥିଲା, ଭିନ୍ନ-ଭିନ୍ନ ପ୍ରକାରର ବନ୍ଧନ ରହୁଥିଲା, ସବୁକିଛି କମ୍ ହୋଇଯିବ । ଏହା ବ୍ୟତୀତ ବ୍ୟାଙ୍କ ଗ୍ୟାରେଂଟି ସହିତ ଅନ୍ୟାନ୍ୟ ଆବଶ୍ୟକତାରୁ ମଧ୍ୟ ବିପିଓ ଉଦ୍ୟୋଗକୁ ମୁକ୍ତ କରାଯାଇଛି । କେବଳ ଏତିକି ହିଁ ନୁହେଁ, ଏଭଳି ବ୍ୟବସ୍ଥା ଯାହା ଟେକ୍-ଶିଳ୍ପକୁ ଘରୁ କାର୍ଯ କରିବା କିମ୍ବା ୱାର୍କ ଫ୍ରମ ଏନିହୋୟାର ଅର୍ଥାତ ଯେକୌଣସି ସ୍ଥାନରେ ରହି କାର୍ଯ୍ୟ କରିବା ଭଳି ସୁବିଧାର ଯେଉଁ ଆଇନଗତ ପ୍ରତିବନ୍ଧକ ରହିଛି, ସେହି ଆଇନଗୁଡ଼ିକୁ ହଟାଇ ଦିଆଯାଇଛି । ଏହା ଦେଶର ଆଇଟି କ୍ଷେତ୍ରକୁ ବିଶ୍ୱସ୍ତରରେ ଆହୁରି ପ୍ରତିଦ୍ୱନ୍ଦୀ କରାଇବ ଏବଂ ଆପଣମାନଙ୍କ ଭଳି ଯୁବ ପ୍ରତିଭାଙ୍କୁ ଆହୁରି ଅଧିକ ସୁଯୋଗ ପ୍ରଦାନ କରିବ ।

ସାଥୀଗଣ,

ଆଜି ଦେଶ ଆପଣମାନଙ୍କର ପ୍ରତିଟି ଆବଶ୍ୟକତାକୁ ବୁଝି, ଭବିଷ୍ୟତର ଆବଶ୍ୟକତା ଗୁଡ଼ିକୁ ବୁଝି, ଗୋଟିଏ ପରେ ଆଉ ଗୋଟିଏ ନିଷ୍ପତ୍ତି ନିଆଯାଉଛି, ପୁରୁଣା ନିୟମମାନ ପରିବର୍ତିତ କରାଯାଉଛି ଆଉ ଏହା ହେଉଛି ମୋର ଚିନ୍ତାଧାରା ଯେ ବିଗତ ଶତାବ୍ଦୀର ଆଇନ-କାନୁନ ଠାରୁ ଆଗାମୀ ଶତାବ୍ଦୀର ଭବିଷ୍ୟତ ସ୍ଥିରୀକୃତ ହୋଇ ପାରିବ ନାହିଁ । ନୂତନ ଶତାବ୍ଦୀ, ନୂତନ ସଂକଳ୍ପ । ନୂତନ ଶତାବ୍ଦୀ, ନୂତନ ନୀତି-ନିୟମ । ନୂତନ ଶତାବ୍ଦୀ-ନୂତନ ଆଇନ । ଆଜିକାର ଭାରତ ହେଉଛି ସେହି ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ ଯେଉଁଠାରେ କର୍ପୋରେଟ ଟିକସ ହେଉଛି ସବୁଠାରୁ କମ୍ । ଷ୍ଟାର୍ଟ-ଅପ୍ ଇଣ୍ଡିଆ ଏହି ଅଭିଯାନ ପରେ ଭାରତରେ 50 ହଜାରରୁ ମଧ୍ୟ ଅଧିକ ଷ୍ଟାର୍ଟ-ଅପ୍ ଆରମ୍ଭ କରାଯାଇଛି । ସରକାରଙ୍କର ପ୍ରୟାସର ଏହା ହେଉଛି ପରିଣାମ ଯେ ବିଗତ ପାଞ୍ଚ ବର୍ଷରେ ଦେଶରେ ପେଟେଣ୍ଟର ସଂଖ୍ୟା 4 ଗୁଣା ହୋଇ ଯାଇଛି । ଟ୍ରେଡମାର୍କ ରେଜିଷ୍ଟ୍ରେସନ୍ରେ 5 ଗୁଣା ବୃଦ୍ଧି ପଞ୍ଜିକୃତ ହୋଇଛି । ଏଥିରେ ମଧ୍ୟ ଫିନଟେକ୍ ସହିତ କୃଷି, ପ୍ରତିରକ୍ଷା ଏବଂ ମେଡିକାଲ କ୍ଷେତ୍ର ସହିତ ଜଡ଼ିତ ଷ୍ଟାର୍ଟ-ଅପ୍ସ ଏବେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବିଗତ ବର୍ଷମାନଙ୍କରେ, 20ରୁ ଅଧିକ ୟୁନିକର୍ଣ୍ଣନ୍ସ ଭାରତୀୟମାନେ ଭାରତରେ ହିଁ ପ୍ରସ୍ତୁତ କରିଛନ୍ତି । ଯେଉଁଭଳି ଭାବେ ଦେଶ ପ୍ରଗତି ପଥରେ ଅଗ୍ରସର ହେଉଛି, ମୋର ବିଶ୍ୱାସ ରହିଛି ଯେ, ଆଗାମୀ ଏକ-ଦୁଇ ବର୍ଷ ମଧ୍ୟରେ ଏଗୁଡ଼ିକର ସଂଖ୍ୟା ଆହୁରି ବୃଦ୍ଧି ପାଇବ ଆଉ ହୋଇପାରେ କି ଆଜି ଏଠାରୁ ବାହାରୁଥିବା ଆପଣମାନଙ୍କ ଭଳି ଯୁବକମାନେ ଅଛନ୍ତି ସେମାନେ ସେଥିରେ ଏକ ନୂତନ ଉର୍ଜ୍ଜା ଭରିଦେବେ ।

ସାଥୀଗଣ,

ନବୋନ୍ମେଷରୁ ନେଇ ଅର୍ଥଯୋଗାଣ ପର୍ଯ୍ୟନ୍ତ ଆଜି ଷ୍ଟାର୍ଟ-ଅପ୍ସକୁ ଅନେକ ପ୍ରକାରର ସାହାଯ୍ୟ କରାଯାଉଛି । ଅର୍ଥଯୋଗାଣ ପାଇଁ 10 ହଜାର କୋଟି ଟଙ୍କାର ଫଣ୍ଡ ଅଫ୍ ଫଣ୍ଡ୍ସ କରାଯାଇଛି । 3 ବର୍ଷ ପାଇଁ ଟିକସ ଛାଡ, ସ୍ୱ-ପ୍ରମାଣପତ୍ର, ସହଜ ପ୍ରସ୍ଥାନ, ଭଳି ଅନେକ ସୁବିଧାସବୁ ଷ୍ଟାର୍ଟ-ଅପ୍ସ୍ ପାଇଁ ପ୍ରଦାନ କରାଯାଉଛି । ଆଜି ଆମେ ଜାତୀୟ ଭିତ୍ତିଭୂମି ପାଇପ୍ ଲାଇନ୍ ମାଧ୍ୟମରେ 1 ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶର ପ୍ରସ୍ତୁତି କରାଯାଇଛି । ଏହା ଫଳରେ ସମଗ୍ର ଦେଶରେ ଦେଶର ସର୍ବଶ୍ରେଷ୍ଠ ଭିତ୍ତିଭୂମିର ନିର୍ମାଣ ହେବ ଯାହା ବର୍ତ୍ତମାନ ଏବଂ ଭବିଷ୍ୟତ ଦୁହିଁଙ୍କର ଆବଶ୍ୟକତାକୁ ପୂରଣ କରିବ ।

ସାଥୀଗଣ,

ଆଜି ଦେଶର ପ୍ରତ୍ୟେକ କ୍ଷେତ୍ରର ଅଧିକ ସମ୍ଭାବନା ସବୁକୁ ହାସଲ କରିବା ପାଇଁ ନୂତନ ଉପାୟ ଓ କୌଶଳ ମାନ ଅବଲମ୍ବନ କରି କାର୍ଯ୍ୟ କରାଯାଉଛି । ଆପଣମାନେ ଯେତେବେଳେ ଏଠାରୁ ଯିବେ, ନୂତନ ସ୍ଥାନରେ କାର୍ଯ୍ୟ କରିବେ ତେବେ ଆପଣମାନଙ୍କୁ ମଧ୍ୟ ଏକ ନୂତନ ମନ୍ତ୍ରକୁ ନେଇ କାର୍ଯ୍ୟ କରିବାକୁ ହେବ । ଏହି ମନ୍ତ୍ର ହେଉଛି – ଗୁଣାତ୍ମକ ମାନ ଉପରେ ଦୃଷ୍ଟି ଦିଅ;  କେବେହେଲେ ମଧ୍ୟ ସାଲିସ କର ନାହିଁ । ମାପନିୟତା ବଜାୟ ରଖନ୍ତୁ; ନିଜ ନବସୃଜନ କାର୍ଯ୍ୟର ମାନଦଣ୍ଡ ବଜାୟ ରଖନ୍ତୁ; ବିଶ୍ୱାସନୀୟତା ବଜାୟ ରଖନ୍ତୁ; ବଜାରରେ ଦୀର୍ଘସ୍ଥାୟୀ ବିଶ୍ୱାସ ସୃଷ୍ଟି କରନ୍ତୁ । ଜୀବନରେ ଲାଗି ରହିଥିବା ଅନିଶ୍ଚିତତା ମଧ୍ୟରେ ଗ୍ରହଣୀୟତା ଓ ପରିବର୍ତନ ଆଣିବା ପାଇଁ ମୁକ୍ତ ବିଚାରଧାରା ରଖନ୍ତୁ । ଯଦି ଆମେ ଏହିସବୁ ମୂଳମନ୍ତ୍ରକୁ ନେଇ କାର୍ଯ୍ୟ କରିବା ତେବେ ଏହାର ଚମକ ଆପଣମାନଙ୍କର ପରିଚୟ ସୃଷ୍ଟି କରିବା ସହିତ ବ୍ରାଣ୍ଡ ଇଣ୍ଡିଆରେ ମଧ୍ୟ ତାହା ନିଶ୍ଚିତ ଭାବେ ଝଲକିବ । ମୁଁ ଆପଣମାନଙ୍କୁ ଏହା  ଏଥିପାଇଁ କହୁଛି କାରଣ ବ୍ରାଣ୍ଡ୍ ଇଣ୍ଡିଆର ସବୁଠାରୁ ବଡ଼ ବ୍ରାଣ୍ଡ ଆମ୍ବାସେଡ଼ର ହେଉଛନ୍ତି ଆପଣମାନେ । ଆପଣମାନେ ଯେଉଁ କାର୍ଯ୍ୟ କରିବେ, ତାହାଦ୍ୱାରା ଦେଶର ଉତ୍ପାଦକୁ ବିଶ୍ୱସ୍ତରୀୟ ପରିଚୟ ମିଳିବ । ଆପଣମାନେ ଯାହା କରିବେ, ତାହାଦ୍ୱାରା ଦେଶର ପ୍ରଚେଷ୍ଟାଗୁଡ଼ିକୁ ଗତି ମିଳିବ । ଗାଁ ଗରିବମାନଙ୍କ ପାଇଁ ଦେଶ ଯେଉଁସବୁ ପ୍ରୟାସ କରୁଛି, ସେହି ପ୍ରୟାସ ମଧ୍ୟ ଆପଣମାନଙ୍କର ଉତ୍ସର୍ଗୀକୃତ୍ସେବା, ଆପଣମାନଙ୍କର ନବସୃଜନ ଦ୍ୱାରା ହିଁ ସିଦ୍ଧ ହେବାକୁ ଯାଉଛି ।

ସାଥୀଗଣ,

ଟେକ୍ନୋଲୋଜି କେଉଁଭଳି ଭାବରେ ଆମର ଶାସନକଳର, ଗରିବରୁ ଅତି ଗରିବ ପର୍ଯ୍ୟନ୍ତ ପହଂଚାଇବାର ସବୁଠାରୁ ସଶକ୍ତ ମାଧ୍ୟମ ହୋଇ ପାରିବ, ଏହା ବିଗତ ବର୍ଷମାନଙ୍କରେ ଦେଶ କରି ଦେଖାଇ ଦେଇଛି । ଆଜି ହୁଏତ ଘର ହେଉ, ବିଜୁଳି ହେଉ, ଶୌଚାଳୟ ହେଉ, ଗ୍ୟାସ ସଂଯୋଗ ହେଉ କିମ୍ବା ଏବେ ପାଣି ହେଉ, ଏଭଳି ସମସ୍ତ ସୁବିଧା ଡାଟା ଏବଂ ମହାକାଶ ଟେକ୍ନୋଲୋଜିର ସହଯୋଗରେ ପହଂଚା ଯାଉଛି । ଆଜି ଜନ୍ମ ପ୍ରମାଣପତ୍ରରୁ ନେଇ ଜୀବନ ପ୍ରମାଣପତ୍ର ପର୍ଯ୍ୟନ୍ତର ସୁବିଧା,  ଡିଜିଟାଲ ମାଧ୍ୟମରେ ଉପଲବ୍ଧ କରାଯାଇ ପାରୁଛି । ଜନଧନ-ଆଧାର-ମୋବାଇଲର ତ୍ରିମୁଖୀ ବ୍ୟବହାର ଜେଏଏମ (ଜାମ୍), ଡିଜି-ଲକର୍ସ ଭଳି ସୁବିଧା ସବୁ ଆଉ ଏବେ ଡିଜିଟାଲ ହେଲ୍ଥ ଆଇଡି ପାଇଁ ପ୍ରୟାସ, ସାଧାରଣ ନାଗରିକଙ୍କ ଜୀବନକୁ ସହଜ କରିବା ପାଇଁ ଦେଶ ଗୋଟିଏ ପରେ ଆଉ ଗୋଟିଏ ବହୁତ ଦ୍ରୁତ ଗତିରେ ଅନେକ ପଦକ୍ଷେପ ଗ୍ରହଣ କରୁଛି । ଟେକ୍ନୋଲୋଜି ଶେଷ ଧାଡି ପର୍ଯ୍ୟନ୍ତ ପହଂଚକୁ ଦକ୍ଷ କରିଛି ଏବଂ ଲାଂଚ ନେବାର ସୁଯୋଗକୁ କମ୍ କରିଛି । ଡିଜିଟାଲ ନେଣଦେଣ ମାମଲାରେ ମଧ୍ୟ ଭାରତ ଦୁନିଆର କେତେ ଦେଶଠାରୁ ବହୁତ ଆଗରେ ରହିଛି । ଭାରତ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ୟୁପିଆଇ ଭଳି ପ୍ଲାଟଫର୍ମକୁ ଏବେ ଦୁନିଆର ବଡ଼-ବଡ଼ ବିକଶିତ ଦେଶ ମଧ୍ୟ ଆପଣାଇବାକୁ ଚାହୁଁଛନ୍ତି ।

ସାଥୀଗଣ,

ନିକଟରେ ସରକାର ଆଉ ଏକ ଯୋଜନା ଆରମ୍ଭ କରିଛନ୍ତି, ଯେଉଁଥିରେ ଟେକ୍ନୋଲୋଜି ବଡ଼ ଭୂମିକା ତୁଲାଉଛି । ଏହି ଯୋଜନା ହେଉଛି- ସ୍ୱାମିତ୍ୱ ଯୋଜନା । ଏହା ଅଧୀନରେ ପ୍ରଥମ ଥର ପାଇଁ ଭାରତର ଗାଁ ଜମି ଏବଂ ସମ୍ପତ୍ତି, ଗୃହ ସମ୍ପତି ଏହାର ମ୍ୟାପିଂ କରାଯାଉଛି । ପୂର୍ବରୁ ଯଦି ଏହି କାର୍ଯ୍ୟ ହୋଇ ଥାଆନ୍ତା ତେବେ ମଧ୍ୟ ମାନବ ସମ୍ବଳ ଏକମାତ୍ର ମାଧ୍ୟମ ଥିଲା । ଏଥିପାଇଁ ତ୍ରୁଟି ବିଚ୍ୟୁତିର, ପକ୍ଷପାତିତାର ଶଙ୍କା-ଆଶଙ୍କାର ମଧ୍ୟ ତା’ସହିତ ସ୍ୱାଭାବିକ ଥିଲା । ଆପଣମାନେ ଖୁସି ହେବେ କାରଣ ଆପଣମାନେ ହେଉଛନ୍ତି ଟେକ୍ନୋଲୋଜି ଦୁନିଆର ଲୋକ । ଆଜି ଡ୍ରୋନ ମାଧ୍ୟମରେ ଡ୍ରୋନ ଟେକ୍ନୋଲୋଜିର ଉପଯୋଗ କରି ଗାଁ-ଗାଁରେ ଏହି ମ୍ୟାପିଂ ହେଉଛି ଏବଂ ଗାଁର ଲୋକ ମଧ୍ୟ ଏହାଦ୍ୱାରା ସଂପୂର୍ଣ୍ଣ ସନ୍ତୁଷ୍ଟ ଅଛନ୍ତି । ସେମାନଙ୍କର ଭାଗିଦାରୀ ସହିତ ଏହାକୁ ଆଗକୁ ବଢ଼ାଯାଉଛି, ଏହା ଦର୍ଶାଉଛି ଯେ ଭାରତର ସାମାନ୍ୟରୁ ସାଧାରଣ ନାଗରିକ ମଧ୍ୟ ଟେକ୍ନୋଲୋଜି ଉପରେ କେତେ ଆସ୍ଥା ପ୍ରକଟ କରୁଛନ୍ତି ।

ସାଥୀଗଣ,

ଟେକ୍ନୋଲୋଜିର ଆବଶ୍ୟକତା ଏବଂ ଏହା ପ୍ରତି ଭାରତୀୟଙ୍କ ଆସ୍ଥା, ଏହା ଆପଣଙ୍କ ଭବିଷ୍ୟତକୁ ଆଲୋକିତ କରୁଛି । ସଂପୂର୍ଣ୍ଣ ଦେଶରେ ଆପଣଙ୍କ ପାଇଁ ଅପାର ସମ୍ଭାବନା ରହିଛି, ଅପାର ଆହ୍ୱାନ ରହିଛି, ଯାହାର ସମାଧାନ ଆପଣମାନେ ହିଁ କରି ପାରିବେ । ବନ୍ୟା ଏବଂ ଲଘୁଚାପ ସମୟରେ ବିପର୍ଯ୍ୟୟ ପରବର୍ତ୍ତୀ ପରିଚାଳନା ହେଉ, ଭୂତଳ ଜଳସ୍ତର କିପରି ବଜାୟ ରହିବ, ଏହାପାଇଁ ମଧ୍ୟ ପ୍ରଭାବଶାଳୀ ଟେକ୍ନୋଲୋଜି ହେଉ, ସୌରଶକ୍ତି ଉତ୍ପାଦନ ଏବଂ ବ୍ୟାଟେରୀ ସହିତ ଜଡ଼ିତ ଟେକ୍ନୋଲୋଜି ହେଉ, ଟେଲି ମେଡିସିନ ଏବଂ ରିମୋଟ ସର୍ଜରୀର ଟେକ୍ନୋଲୋଜି ହେଉ, ବୃହତ ଡାଟା ସମୀକ୍ଷା ହେଉ, ଏହି କ୍ଷେତ୍ରରେ ମଧ୍ୟ ବହୁତ କାର୍ଯ୍ୟ କରାଯାଇ ପାରିବ ।

ସାଥୀଗଣ,

ମୁଁ ଗୋଟିଏ ପରେ ଗୋଟିଏ ଦେଶର ଏପରି ଅନେକ ଆବଶ୍ୟକତା ଗୁଡ଼ିକୁ ଆପଣମାନଙ୍କ ସମ୍ମୁଖରେ ରଖିପାରିବି । ଏହିସବୁ ଆବଶ୍ୟକତା ନୂତନ ନବସୃଜନ ଦ୍ୱାରା ପୂରଣ ହେବ । ଆପଣଙ୍କର ହିଁ ନୂତନ ଚିନ୍ତାଧାରା, ଆପଣଙ୍କର ହିଁ ଉର୍ଜ୍ଜା, ଆପଣଙ୍କର ହିଁ ପ୍ରୟାସ ଦ୍ୱାରା ହିଁ ଏହାସବୁ ପୂରଣ ହୋଇ ପାରିବ । ଏଥିପାଇଁ, ମୋର ଆପଣ ସମସ୍ତଙ୍କୁ ବିଶେଷ ଅନୁରୋଧ ହେଉଛି କି ଆଜି ଆପଣ ଦେଶର ଆବଶ୍ୟକତା ସବୁକୁ ଚିହ୍ନନ୍ତୁ । ମାଟି ଉପରେ ଯେଉଁସବୁ ପରିବର୍ତ୍ତନ ହେଉଛି, ଆତ୍ମନିର୍ଭର ଭାରତ ସହିତ ଜଡ଼ିତ ସାଧାରଣ ମଣିଷଙ୍କର ଯେଉଁସବୁ ଆକାଂକ୍ଷା ରହିଛି ସେଗୁଡ଼ିକ ସହିତ ଜଡ଼ିତ ହେବାର କାର୍ଯ୍ୟ କରନ୍ତୁ, ମୁଁ ଆପଣମାନଙ୍କୁ ନିମନ୍ତ୍ରଣ ଦେଉଛି । ଆଉ ଏଥିରେ ଆପଣମାନଙ୍କର ଯେଉଁ ପୁରାତନ ଛାତ୍ରଙ୍କ ନେଟୱର୍କ ଅଛି, ତାହା ମଧ୍ୟ ବହୁତ କାର୍ଯ୍ୟରେ ଆସି ପାରିବ ।

ସାଥୀଗଣ,

ଏମିତିରେ ମଧ୍ୟ ଆପଣ ସମସ୍ତଙ୍କ ପାଇଁ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ଆୟୋଜନ କରିବା ବହୁତ ସହଜ ହୋଇ ଯାଇଥାଏ । ଅନ୍ୟ କଲେଜଗୁଡ଼ିକର ବିଦ୍ୟାର୍ଥୀମାନଙ୍କୁ ନିଜ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ପାଇଁ ବାସ୍ତବରେ ଦୀର୍ଘ ସମୟ ପାଇଁ ଯାତ୍ରା କରିବାକୁ ପଡିଥାଏ, କଲେଜ ପର୍ଯ୍ୟନ୍ତ ଯିବାକୁ ପଡିଥାଏ । କିନ୍ତୁ ଆପଣଙ୍କ ପାଖରେ ଆଉ ଏକ ବଡ଼ ସରଳ ବିକଳ୍ପ ରହିଥାଏ । ଆପଣ ନିଜର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ, କେବେ କେବେ ସପ୍ତାହ ଶେଷରେ ଛୋଟ ସୂଚନା ଦେଇ ସମୁଦ୍ର କୂଳରେ ମଧ୍ୟ କରିପାରିବେ, ସିଲିକନ୍ ଭ୍ୟାଲିରେ ମଧ୍ୟ କରି ପାରିବେ, ୱାଲ ଷ୍ଟ୍ରିଟରେ ମଧ୍ୟ କରି ପାରିବେ, ଅବା ପୁଣି କୌଣସି ସରକାରୀ ସଚିବାଳୟରେ ଆପଣଙ୍କର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ କରି ପାରିବେ । କାରଣ ଆପଣ ସବୁ ଜାଗାରେ ଉପଲବ୍ଧ ଅଛନ୍ତି । ବହୁତ ବଡ଼ ସଂଖ୍ୟାରେ ଆପଣଙ୍କର ଉପସ୍ଥିତି ଅଛି । ଭାରତର ଷ୍ଟାର୍ଟ-ଅପ୍ ରାଜଧାନୀ ସେ ମୁମ୍ବଇ ହେଉ, ପୁଣେ ହେଉ, ଅବା ବେଙ୍ଗାଲୁରୁ, ଆପଣମାନଙ୍କୁ ଏହି ସ୍ଥାନରେ ଆଇଆଇଟିରୁ ଅଧ୍ୟୟନ କରି ଉତୀର୍ଣ୍ଣ ହୋଇଥିବା ଲୋକଙ୍କର ଏକ ଦୃଢ଼ ନେଟୱର୍କ ମିଳିଯିବ । ଏହା ହେଉଛି ଆପଣଙ୍କ ସଫଳତା, ଏହା ହେଉଛି ଆପଣଙ୍କ ପ୍ରଭାବ ।

ସାଥୀଗଣ,

ଆପଣ ସମସ୍ତେ ହେଉଛନ୍ତି ଅସାଧାରଣ ଦକ୍ଷତାର ବିଦ୍ୟାର୍ଥୀ । ପ୍ରକୃତରେ ଆପଣ 17-18 ବର୍ଷ ବୟସରେ ଏକ କଠିନ ପରୀକ୍ଷା, ଜେଇଇ, ପାସ୍ କରିଛନ୍ତି! ଏବଂ ତା’ପରେ ଆଇଆଇଟିକୁ ଆସିଛନ୍ତି । କିନ୍ତୁ, ଦୁଇଟି କଥା ଅଛି ଯାହା ଆପଣମାନଙ୍କର ଦକ୍ଷତାକୁ ଆହୁରି ବୃଦ୍ଧି କରିବ, ଆହୁରି ଅଧିକ ମଧ୍ୟ । ଗୋଟିଏ ହେଉଛି ନମନୀୟତା । ଅନ୍ୟଟି ହେଉଛି ନମ୍ରତା । ନମନୀୟତା ଦ୍ୱାରା ସମ୍ଭାବନାକୁ, ମୋ ମତରେ ଦୃଢ଼ତାର ସହ ଠିଆ ହେବା ଏବଂ ନିଜକୁ ସାମିଲ କରିନେବା । ଜୀବନର କୌଣସି ମୁହୂର୍ତ୍ତରେ ମଧ୍ୟ ଆପଣ ନିଜର ପରିଚୟ ଖୋଜିବା ଜରୁରୀ ନୁହେଁ । କେବେ କାହାର ହାଲୁକା ସଂସ୍କରଣ ହୁଅନ୍ତୁ ନାହିଁ । ନିଜର ପ୍ରକୃତ ପରିଚୟ ବା ସଂସ୍କରଣ ସୃଷ୍ଟି କରନ୍ତୁ । ଆପଣ ଯାହା ବିଶ୍ୱାସ କରନ୍ତି, ତାହାକୁ ନେଇ ଚମ୍ପିୟାନ ହୁଅନ୍ତୁ । ସେହି ସମୟରେ କୌଣସି ସ୍ଥାନରେ ନିଜକୁ ଫିଟ୍ ବା ସାମିଲ କରାଇ ନେବାରେ କେବେ ଦ୍ୱିଧା ରଖନ୍ତୁ ନାହିଁ । ବ୍ୟକ୍ତିଗତ ପ୍ରୟାସର ମଧ୍ୟ ନିର୍ଦ୍ଧିଷ୍ଟ ସୀମା ଅଛି । ଭବିଷ୍ୟତର ରାସ୍ତା, ଦଳଗତ ବା ମିଳିତ କାର୍ଯ୍ୟରେ ଅଛି, ଦଳଗତ କାର୍ଯ୍ୟ ଯେଉଁଥିରେ ପୂର୍ଣ୍ଣତା ଆସିଥାଏ । ଦ୍ୱିତୀୟଟି ହେଉଛି ନମ୍ରତା । ତୁମର ସଫଳତା ପାଇଁ ତୁମେ ନିଶ୍ଚିତ ଭାବେ ସଂପୂର୍ଣ୍ଣ ଗର୍ବିତ । ଆପଣ ଯାହା କିଛି କରିଛନ୍ତି, ତାହା ବହୁତ କମ୍ ଲୋକ କରିଛନ୍ତି । ଏହା ତୁମକୁ ମାଟି ସହିତ ଯୋଡ଼ି ରଖିବ ।

ବନ୍ଧୁଗଣ,

ଏହା ଜରୁରୀ ନୁହେଁ ଯେ ଜଣେ ଆହ୍ୱାନକୁ ନିଜ ସହିତ ନେଇ ଆଗ୍ରସର ହେବ ଏବଂ ପ୍ରତ୍ୟେକ ଦିନ କିଛି ଶିଖିବା ଜାରି ରଖିବ । ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ, ନିଜ ଜୀବନକୁ ଛାତ୍ର ଭାବେ ବ୍ୟବହାର କର । କଦାପି ଚିନ୍ତାକର ନାହିଁ ଯେ, ତୁମେ ଯାହା ଜାଣିଛ ତାହା ଯଥେଷ୍ଟ ।

ଆମ ଶାସ୍ତ୍ରରେ କୁହାଯାଇଛି- ସତ୍ୟଂ ଜ୍ଞାନଂ ଅନନ୍ତଂ ବ୍ରହ୍ମ ।

ଅର୍ଥାତ, ଜ୍ଞାନ ଏବଂ ସତ୍ୟ ହେଉଛି  ବ୍ରହ୍ମ ଭଳି ଅନନ୍ତ, ହେଉଛି ଅସୀମ । ଯେତେ ଯେତେ ନୂଆ ନୂଆ ନବସୃଜନ ଆପଣମାନେ କରୁଛନ୍ତି, ଏହା ସବୁ ସତ୍ୟର, ଜ୍ଞାନର ହିଁ ହେଉଛି ସଂପ୍ରସାରଣ । ଏଥିପାଇଁ, ଆପଣଙ୍କ ନବସୃଜନରେ ଦେଶ ପାଇଁ, ଦେଶ ବାସୀଙ୍କ ପାଇଁ, ଗାଁ-ଗରିବଙ୍କ ପାଇଁ, ଆତ୍ମନିର୍ଭର ଭାରତ ପାଇଁ ଅପାର ସମ୍ଭାବନା ରହିଛି ।

ଆପଣଙ୍କ ଜ୍ଞାନ, ଆପଣଙ୍କ ଦକ୍ଷତା, ଆପଣଙ୍କ ସାମର୍ଥ୍ୟ ଦେଶର କାର୍ଯ୍ୟରେ ଆସୁ, ଏହି ବିଶ୍ୱାସର ସହିତ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭେଚ୍ଛା, ବହୁତ-ବହୁତ ଶୁଭକାମନା, ଆପଣଙ୍କ ମାତା-ପିତାଙ୍କ ଆଶା ଆକାଂକ୍ଷାର ଅନୁକୂଳ ଆପଣଙ୍କ ଜୀବନର ନୂତନ ଯାତ୍ରା ପ୍ରାରମ୍ଭ ହେଉ, ଆପଣଙ୍କ ଗୁରୁଜନମାନେ ଆପଣମାନଙ୍କୁ ଯାହା ଶିକ୍ଷା ଦେଇଛନ୍ତି, ଯେଉଁ ଦୀକ୍ଷା ଦେଇଛନ୍ତି, ତାହା ଆପଣଙ୍କୁ ଜୀବନରେ ସଫଳ ହେବା ପାଇଁ ପ୍ରତିଟି ପଦକ୍ଷେପରେ କାର୍ଯ୍ୟରେ ଆସୁ, ଆଉ ଏ ପର୍ଯ୍ୟନ୍ତ ଭାରତ ସରକାରଙ୍କ ପ୍ରଶ୍ନ ହେଉଛି, ଭାରତ ଗର୍ବର ସହିତ ନିଜର ଜନସାଂକ୍ଷୀୟ ବା ଡେମାଗ୍ରାଫିକୁ ନେଇ ଗର୍ବ କରିଥାଏ ଏବଂ ଆମର ଜନସାଂକ୍ଷୀୟ ଯେତେବେଳେ ଆଇଟିଆନ୍ସରେ ଭରି ହୋଇଥାଏ, ସେତେବେଳେ ବିଶ୍ୱରେ ମୂଲ୍ୟଯୁକ୍ତ କରାଇଥାଏ । ଏହି ସାମର୍ଥ୍ୟର ସହିତ ଆଜି ଏକ ନୂଆ ଜୀବନ ଯାତ୍ରାର ପ୍ରାରମ୍ଭ କରୁଛନ୍ତି । ମୋ ତରଫରୁ ଆପଣମାନଙ୍କୁ, ଆପଣମାନଙ୍କ ପରିଜନଙ୍କୁ, ଆପଣମାନଙ୍କ ଗୁରୁଜନଙ୍କୁ ବହୁତ ହିଁ ଧନ୍ୟବାଦ ସହିତ ମୁଁ ମୋର ବାଣୀକୁ ବିରାମ ଦେଉଛି ।

ବହୁତ-ବହୁତ ଶୁଭକାମନା!



(Release ID: 1671139) Visitor Counter : 754