ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପିଏସ୍‌ଏଲ୍‌ଭି-ସି49/ଇଓଏସ୍‌-01 ମିଶନର ସଫଳତା ପାଇଁ ଇସ୍ରୋକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 07 NOV 2020 4:51PM by PIB Bhubaneshwar

ପିଏସ୍‌ଏଲ୍‌ଭି-ସି49/ଇଓଏସ୍‌-01 ମିଶନର ସଫଳ ଉତ୍‌କ୍ଷେପଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହାକାଶ  ଗବେଷଣା ପ୍ରତିଷ୍ଠାନ ଇସ୍ରୋ ଏବଂ ଭାରତୀୟ ମହାକାଶ ଉଦ୍ୟୋଗକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆଜି ପିଏସ୍‌ଏଲ୍‌ଭି-ସି49/ଇଓଏସ୍‌-01 ମିଶନର ସଫଳ ଉତ୍‌କ୍ଷେପଣ ପାଇଁ ମୁଁ ଇସ୍ରୋ ଏବଂ ଭାରତୀୟ ମହାକାଶ ଉଦ୍ୟୋଗକୁ ଅଭିନନ୍ଦନ ଜ୍ଞାପନ କରୁଛି । କରୋନା ମହାମାରୀ ସମୟରେ ଆମ ବେଜ୍ଞାନିକମାନେ ଅନେକ ପ୍ରତିବନ୍ଧକକୁ ଅତିକ୍ରମ କରି ନିର୍ଦ୍ଧାରିତ ସମମୟରେ ଏହି ଲକ୍ଷ୍ୟ ହାସଲରେ ସଫଳ ହୋଇଛନ୍ତି ।

ଆମେରିକା ଓ ଲକ୍ସମବର୍ଗର 4ଟି ଲେଖାଏଁ ଏବଂ ଲିଥୁଆନିଆର ଗୋଟିଏ ଏପରି 9ଟି ଉପଗ୍ରହ ଏହି ମିଶନରେ ମହାକାଶକୁ ସଫଳତାର ସହ ପ୍ରେରଣ କରାଯାଇଛି ।’

 

**********

I congratulate @ISRO and India's space industry for the successful launch of PSLV-C49/EOS-01 Mission today. In the time of COVID-19, our scientists overcame many constraints to meet the deadline.

— Narendra Modi (@narendramodi) November 7, 2020


(Release ID: 1671111) Visitor Counter : 247