ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କରୋନା ସକ୍ରିୟ ମାମଲା ହ୍ରାସ ଧାରା ଜାରି

● 27 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ 20 ହଜାରରୁ କମ୍ ସକ୍ରିୟ ମାମଲା
● ମୋଟ ସକ୍ରିୟ ମାମଲାର 78% 10 ରାଜ୍ୟରେ

Posted On: 05 NOV 2020 11:52AM by PIB Bhubaneshwar

ଭାରତରେ କରୋନା ସକ୍ରିୟ ମାମଲା ହ୍ରାସ ଧାରା ଜାରି ରହିଛି କ୍ରମାଗତ ସପ୍ତମ ଦିନ ପାଇଁ ଦେଶର ସକ୍ରିୟ ମାମଲା ସଂଖ୍ୟା 6 ଲକ୍ଷ ତଳେ ରହିଛି ଏବଂ ଆଜି ଏହା 5,27,962 ରହିଛି ଦେଶରେ ମୋଟ ପଜିଟିଭ୍ ମାମଲାର ମାତ୍ର 6.31% ସକ୍ରିୟ ମାମଲା

http://static.pib.gov.in/WriteReadData/userfiles/image/image001I8PZ.jpg

ଜାତୀୟ ଧାରା ସହ ତାଳ ଦେଇ 27ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା 20 ହଜାରରୁ ତଳେ ରହିଛି

http://static.pib.gov.in/WriteReadData/userfiles/image/image002D2KB.jpg

ମୋଟ ସକ୍ରିୟ ମାମଲାର 78% କେବଳ 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଅଛି ମହାରାଷ୍ଟ୍ର, କେରଳ, ଦିଲ୍ଲୀ, ପଶ୍ଚିମବଙ୍ଗରେ ମିଳିତ ଭାବେ ଦେଶରେ 51% ସକ୍ରିୟ ମାମଲା ରହିଛି

http://static.pib.gov.in/WriteReadData/userfiles/image/image003APEX.jpg

ପ୍ରତିଦିନ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାରୁ ସକ୍ରିୟ ମାମଲା ହ୍ରାସ ପାଉଛି ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ 77,11,809 ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ 72 ଲକ୍ଷ (71,83,847)ପାଖାପାଖି ରହିଛି ଜାତୀୟ ସୁସ୍ଥ ହାର ଇତି ମଧ୍ୟରେ ବୃଦ୍ଧି ପାଇ 92.20% ହୋଇଛି

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 55,331 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ବେଳେ 50,210ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି

ନୂଆ ସୁସ୍ଥଙ୍କ ମଧ୍ୟରୁ 82% ଆସିଛନ୍ତି 10ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ

ମହାରାଷ୍ଟ୍ର, କେରଳ ଏବଂ କର୍ଣ୍ଣାଟକରେ ଗୋଟିଏ ଦିନରେ ସର୍ବାଧିକ 8 ହଜାରରୁ ଅଧିକ ଲେଖାଏଁ ସୁସ୍ଥ ହୋଇଛନ୍ତି ନୂଆ ସୁସ୍ଥଙ୍କ ମଧ୍ୟରୁ ଏହି 3 ରାଜ୍ୟରେ 45% ଅଛନ୍ତି

http://static.pib.gov.in/WriteReadData/userfiles/image/image0040XGN.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 50,210 ନୂଆ ପଜିଟିଭ୍ ମାମଲା ଆସିଛି

ଏଥିରୁ 79% ଆସିଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ

କେରଳରେ ଗୋଟିଏ ଦିନରେ ସର୍ବାଧିକ 8 ହଜାରରୁ ଅଧିକ ପଜିଟିଭ୍ ମାମଲା ଆସିଥିବା ବେଳେ ଏହା ପଛକୁ ଦିଲ୍ଲୀରେ 6 ହଜାର ପଜିଟିଭ୍ ମାମଲା ଆସିଛି

http://static.pib.gov.in/WriteReadData/userfiles/image/image005VVE9.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 704 ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ଏଥିରୁ 80% ହୋଇଛି 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କେବଳ ମହାରାଷ୍ଟ୍ରରେ ଏଥିରୁ 42% ମୃତ୍ୟୁ (300 ମୃତ୍ୟୁ) ହୋଇଛି

http://static.pib.gov.in/WriteReadData/userfiles/image/image006IC3B.jpg

 

***********

 

 

 

 



(Release ID: 1670452) Visitor Counter : 196