ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ସୁସ୍ଥଙ୍କ ସଂଖ୍ୟା 75 ଲକ୍ଷ ଟପିଲା

• ବିଶ୍ୱରେ ସର୍ବାଧିକ ଆରୋଗ୍ୟ ଥିବା ଦେଶ ତାଲିକାର ଶୀର୍ଷରେ ସ୍ଥାନ ବଜାୟ ରଖିଛି ଭାରତ
• ବିଗତ ଦୁଇ ମାସରେ କରୋନା ସକ୍ରିୟ ମାମଲା ପ୍ରତିଶତ ତିନି ଗୁଣରୁ ଅଧିକ ହ୍ରାସ
• ଭାରତରେ ନମୁନା ପରୀକ୍ଷା ଅତିକ୍ରମ କଲା 11 କୋଟି

Posted On: 02 NOV 2020 11:39AM by PIB Bhubaneshwar

ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ ହେବା କ୍ଷେତ୍ରରେ ଭାରତ ବିଶ୍ୱରେ ଶୀର୍ଷରେ ରହିଛି । ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ଆଜି 75 ଲକ୍ଷକୁ ଅତିକ୍ରମ କରିଛି (75,44,798) ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 53,285 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

http://static.pib.gov.in/WriteReadData/userfiles/image/image001N0KH.jpg

ସକ୍ରିୟ ମାମଲା କ୍ରମେ ନିମ୍ନମୁଖୀ ଧାରାରେ ରହିଛି । ଭାରତରେ ଏବେ ସକ୍ରିୟ ମାମଲା ସଂଖ୍ୟା 5,61,908 ରହିଛି ।

http://static.pib.gov.in/WriteReadData/userfiles/image/image002JBQD.jpg

ଦେଶରେ ଏବେ ସକ୍ରିୟ ସଂଖ୍ୟା ମୋଟ ପଜିଟିଭ୍ ମାମଲାର ମାତ୍ର 6.83 ପ୍ରତିଶତ ରହିଛି ।

ମାତ୍ର ଦୁଇ ମାସ ମଧ୍ୟରେ ସକ୍ରିୟ ମାମଲାର ପ୍ରତିଶତ ତିନି ଗୁଣାରୁ ଅଧିକ ହ୍ରାସ ପାଇଛି । ସେପ୍ଟେମ୍ବର 3 ତାରିଖରେ ସକ୍ରିୟ ମାମଲାର ପ୍ରତିଶତ 21.16 ଥିଲା ।

http://static.pib.gov.in/WriteReadData/userfiles/image/image003414G.jpg

2020 ଜାନୁଆରୀରୁ କୋଭିଡ-19 ନମୁନା ପରୀକ୍ଷା ଭାରତରେ ଆଖିଦୃଶିଆ ବୃଦ୍ଧି ପାଇଛି । ବ୍ୟାପକ ପରୀକ୍ଷା ଯୋଗୁ ଆକ୍ରାନ୍ତମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇପାରିଛି ଏବଂ ସେମାନଙ୍କର ଆବଶ୍ୟକ ଚିକିତ୍ସା କରାଯାଇଛି। ଆଜି ମୋଟ ନମୁନା ପରୀକ୍ଷା 11କୋଟି (11,07,43,103)ର ଏକ ମାଇଲଖୁଣ୍ଟକୁ ଅତିକ୍ରମ କରିଛି ।

ଦେଶର ନମୁନା ପରୀକ୍ଷା କ୍ଷମତା ମଧ୍ୟ ବୁହୁଗୁଣ ହୋଇଛି । ଦେଶବ୍ୟାପୀ ଉଭୟ କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ମିଳିତ ଉଦ୍ୟମରେ 2037ଟି ଲାବୋରେଟାରୀରେ ନମୁନା ପରୀକ୍ଷା ହେଉଛି ।

http://static.pib.gov.in/WriteReadData/userfiles/image/image004IKC8.jpg

ପ୍ରତିଦିନ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜାତୀୟ ସୁସ୍ଥ ହାର ବୃଦ୍ଧି ପାଇ 91.68%ରେ ପହଞ୍ଚିଛି ।

ଗତ 24 ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରୁ 78% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି । କେରଳ ଏବଂ କର୍ଣ୍ଣାଟକରୁ ଗୋଟିଏ ଦିନରେ ସର୍ବାଧିକ 8 ହଜାର ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ପଛକୁ ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରୁ 4 ହଜାର ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

http://static.pib.gov.in/WriteReadData/userfiles/image/image005OUM8.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 45,321 ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି ।

ନୂଆ ପଜିଟିଭ୍ ମାମଲାର 80% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । 7025ଟି ନୂଆ ମାମଲା ସହ କେରଳ ଶୀର୍ଷରେ ରହିଛି । ଏହା ପଛକୁ ଦିଲ୍ଲୀ ଓ ମହାରାଷ୍ଟ୍ରରେ 5 ହଜାର ଲେଖାଏଁ ମାମଲା ଚିହ୍ନଟ ହୋଇଛି ।

http://static.pib.gov.in/WriteReadData/userfiles/image/image006HXQ4.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 496 ଜଣଙ୍କ ମୃତ୍ୟୁ ହୋଇଛି ।

ଏଥିମଧ୍ୟରୁ 82% ମୃତ୍ୟୁ ଗତ 24 ଘଣ୍ଟାରେ କେବଳ 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଛି ।

ଗତକାଲି 22% ମୃତ୍ୟୁ କେବଳ ମହାରାଷ୍ଟ୍ରରୁ (113 ମୃତ୍ୟୁ) ହୋଇଛି । ଏହା ପଛକୁ ପଶ୍ଚିମବଙ୍ଗରୁ 59 ଜଣଙ୍କ ମୃତ୍ୟୁ ହୋଇଛି ।

http://static.pib.gov.in/WriteReadData/userfiles/image/image007NGS2.jpg

 

**********

 

 



(Release ID: 1669543) Visitor Counter : 169