ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ବିଗତ ତିନି ଦିନ ଧରି ମୋଟ ପଜିଟିଭ ମାମଲାର 10%ରୁ ତଳେ ରହିଛି ସକ୍ରିୟ ମାମଲା

• ବିଗତ ତିନି ଦିନ ଧରି ଦୈନିକ ପଜିଟିଭ ହାର 5%ରୁ ତଳେ ରହିଛି

Posted On: 22 OCT 2020 11:44AM by PIB Bhubaneshwar

ଭାରତରେ କରୋନା ସକ୍ରିୟ ମାମଲା ହ୍ରାସ ଧାରା ଜାରି ରହିଛି । ବିଗତ ତିନି ଦିନ ଧରି ମୋଟ ପଜିଟିଭ ମାମଲାର 10%ରୁ ତଳେ ରହିଛି ସକ୍ରିୟ ମାମଲା । ଅର୍ଥାତ୍ ପ୍ରତି 10 ଜଣ କୋଭିଡ-19 ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସକ୍ରିୟ ଅଛନ୍ତି ।

ଏବେ ଦେଶରେ ମୋଟ ପଜିଟିଭ୍ ମାମଲାର 9.29% ଅଛି ସକ୍ରିୟ ମାମଲା, ଯାହାକି 7,15,812 ।

http://static.pib.gov.in/WriteReadData/userfiles/image/image0019UW6.jpg

ଅନ୍ୟ ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ଦୈନିକ ପଜିଟିଭ ହାର ବିଗତ ତିନି ଦିନ ଧରି 5%ରୁ ନିମ୍ନରେ ରହିଛି । ଏହାଦ୍ୱାରା ସ୍ପଷ୍ଟ ହେଉଛି କି କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ଦ୍ୱାରା ସୁଚିନ୍ତିତ ରଣନୀତି ଦ୍ୱାରା କରୋନା ସଂକ୍ରମଣ ହ୍ରାସ ପାଇପାରିଛି । ଆଜି ଦୈନିକ ପଜିଟିଭ ହାର 3.8% ରହିଛି ।

http://static.pib.gov.in/WriteReadData/userfiles/image/image002PROU.jpg

ଦୈନିକ ପଜିଟିଭ ହାର ହ୍ରାସ ପାଉଥିବାରୁ ସକ୍ରିୟ ମାମଲା ହ୍ରାସ ପାଉଛି, ଯାହାକି କ୍ରମାଗତ ଭାବେ ଆଜି ମଧ୍ୟ 7.5 ଲକ୍ଷରୁ ତଳେ ରହିଛି (7,15,812) ।

ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 69 ଲକ୍ଷ (68,74,518) ପାଖାପାଖି ହୋଇଛି । ସକ୍ରିୟ ମାମଲା ଓ ସୁସ୍ଥତା ସଂଖ୍ୟା ମଧ୍ୟରେ ପାର୍ଥକ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଆଜି 61,58,706ରେ ରହିଛି ।

ଗତ 24 ଘଣ୍ଟା ମଧ୍ୟରେ 79,415 ଜଣ ସୁସ୍ଥ ହୋଇଥିବା ବେଳେ ନୂତନ ପଜିଟିଭ ମାମଲା ରହିଛି 55,839 । ଜାତୀୟ ସୁସ୍ଥତା ହାର 89.20%କୁ ବୃଦ୍ଧି ପାଇଛି ।

http://static.pib.gov.in/WriteReadData/userfiles/image/image003Z8UE.jpg

ନୂଆ ସୁସ୍ଥଙ୍କ ମଧ୍ୟରେ 81% ଆସିଛନ୍ତି 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ମହାରାଷ୍ଟ୍ରରୁ କେବଳ ଗୋଟିଏ ଦିନରେ 23 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି । 

http://static.pib.gov.in/WriteReadData/userfiles/image/image004NJ9M.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 55,839ଟି ପଜିଟିଭ ମାମଲା ସାମନାକୁ ଆସିଛି । ତନ୍ମଧ୍ୟୟରୁ 78% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ମହାରାଷ୍ଟ୍ର ଏବଂ କେରଳରୁ ଏବେ ମଧ୍ୟ ସର୍ବାଧିକ ପଜିଟିଭ ମାମଲା ଆସୁଛି, ଅର୍ଥାତ 8 ହଜାରରୁ ଅଧିକ । ଏହା ପଛକୁ କର୍ଣ୍ଣାଟକରେ 5 ହଜାରରୁ ଅଧିକ ମାମଲା ଆସିଛି ।

http://static.pib.gov.in/WriteReadData/userfiles/image/image0051DMY.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 702 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 82% ମୃତ୍ୟୁ ହୋଇଛି 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ନୂତନ ମୃତ୍ୟୁ ମଧ୍ୟରୁ 25%ରୁ ଅଧିକ ମହାରାଷ୍ଟ୍ରରେ ହୋଇଛି (180 ମୃତ୍ୟୁ) ।

http://static.pib.gov.in/WriteReadData/userfiles/image/image006IL3H.jpg

 

***********

 

 

 

 



(Release ID: 1666890) Visitor Counter : 168