କ୍ୟାବିନେଟ

2019-20 ନିମନ୍ତେ ଉତ୍ପାଦକତା ଓ ଅଣଉତ୍ପାଦକତା ଭିତ୍ତିକ ବୋନସ ପ୍ରଦାନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

Posted On: 21 OCT 2020 3:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ 2019-20 ଆର୍ଥିକ ବର୍ଷ ନିମନ୍ତେ ଉତ୍ପାଦକ ଭିତ୍ତିକ ବୋନସ (ପିଏଲବି) ପ୍ରଦାନକୁ ଅନୁମୋଦନ କରାଯାଇଛି । ଏହାଫଳରେ ରେଳବାଇ, ଡାକ, ପ୍ରତିରକ୍ଷା, ଇପିଏଫଓ, ଇଏସଆଇସି ଇତ୍ୟାଦି ସଂସ୍ଥାର 16.97 ଲକ୍ଷ ଅଣଗେଜେଟେଡ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ସରକାରଙ୍କୁ 2,791 କୋଟି ଟଙ୍କାର ଆର୍ଥିକ ବୋଝ ପଡିବ । ସେହିପରି ଅଣଉତ୍ପାଦକତା ଭିତ୍ତିକ ବା ଆଡହକ ବୋନସ ମଧ୍ୟ 13.70 ଲକ୍ଷ ଅଣଗେଜେଟେଡ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରାଯିବ । ଏବାବଦ 946 କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଭାର ବହନ କରିବାକୁ ପଡିବ ।

ଏହି ବୋନସ ଘୋଷଣା ଦ୍ଵାରା ମୋଟ 30.67 ଲକ୍ଷ କର୍ମଚାରୀ ଉପକୃତ ହେବେ । ଏବାବଦ ସରକାରଙ୍କୁ 3,737 କୋଟି ଟଙ୍କା ଅତିରିକ୍ତ ବ୍ୟୟ କରିବାକୁ ପଡିବ ।

ପୂର୍ବ ବର୍ଷ ମାନଙ୍କରେ ଅଣଗେଜେଟେଡ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟ ଦକ୍ଷତା ଲାଗି ବୋନସ ସାଧାରଣତଃ ଦଶହରା ପୂର୍ବରୁ ପ୍ରଦାନ କରାଯାଇଥାଏ । ଉଭୟ ଉତ୍ପାଦକ ଭିତ୍ତିକ ଓ ଆଡହକ ବୋନସ ଅଣଗେଜେଟେଡ କର୍ମଚାରୀଙ୍କୁ ତୁରନ୍ତ ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି ।

 

**********



(Release ID: 1666548) Visitor Counter : 183