ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଇସିସିଆର ଦ୍ୱାରା ଆୟୋଜିତ ବୟନ ପରମ୍ପରାକୁ ନେଇ ଆୟୋଜିତ ଅନ୍ତର୍ଜାତୀୟ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ

• ୱେବିନାରରେ ଭାବ ବିନିମୟ ଓ ସର୍ବଶ୍ରେଷ୍ଠ ପଦ୍ଧତି ଆଲୋଚନା ମାଧ୍ୟମରେ ସହଭାଗିତାର ନୂତନ ଅଧ୍ୟାୟ ସୃଷ୍ଟି ହେବ: ପ୍ରଧାନମନ୍ତ୍ରୀ

Posted On: 03 OCT 2020 6:59PM by PIB Bhubaneshwar

ଶନିବାର ଆଇସିସିଆର ଦ୍ୱାରା ବୟନ ପରମ୍ପରାକୁ ନେଇ ଆୟୋଜିତ ଅନ୍ତର୍ଜାତୀୟ ୱେବିନାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି

ବିଭିନ୍ନ ଦେଶର ଲୋକେ ଏହି ୱେବିନାରରେ ଭାଗ ନେଇଥିବା ଯୋଗୁଁ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ଉତ୍ତର ପ୍ରଦେଶ ଇନଷ୍ଟିଚ୍ୟୁଟ ଅଫ ଡିଜାଇନକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତିୱିଭିଂ ରିଲେସନ: ଟେକ୍ସଟାଇନ ଟ୍ରାଡିସନ ଥିମକୁ ନେଇ ଏହି ୱେବିନାର ଆୟୋଜିତ ହୋଇଥିଲାବୟନ କ୍ଷେତ୍ରର ଅବଲୋକନ କଲେ ଜଣେ ଭାରତର ଇତିହାସ, ବିବିଧତା ପ୍ରଚୁର ସୁଯୋଗ ଥିବା ଦେଖିପାରିବେ

ପ୍ରଧାନମନ୍ତ୍ରୀ ଭାରତର ବୟନ ପରମ୍ପରାର ଇତିହାସ ସମ୍ପର୍କରେ କହିଥିଲେପ୍ରାକୃତିକ ଭାବେ ରଙ୍ଗୀନ କପା ରେଶମ ଭାରତର ସୁଦୀର୍ଘ ଗୌରବଶାଳୀ ଇତିହାସର ଅଂଶବିଶେଷବସ୍ତ୍ର ଉଦ୍ୟୋଗର ବିବିଧତା ଆମ ସଂସ୍କୃତିର ମହନୀୟତାକୁ ଦର୍ଶାଏପ୍ରତି ଗାଁ, ପ୍ରତି ରାଜ୍ୟ ପ୍ରତି ଗୋଷ୍ଠୀର ଭିନ୍ନ ଭିନ୍ନ ବୟନ ପରମ୍ପରା ଏହାର ନିଆରା ବିଶେଷତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଥିଲେଆଦିବାସୀ ସମ୍ପ୍ରଦାୟଗୁଡିକ ମଧ୍ୟରେ ଥିବା ଉଚ୍ଚ ବସ୍ତ୍ର ପରମ୍ପରାକୁ ସେ ପ୍ରଶଂସା କରିଥିଲେଭାରତର ବୟନ ପରମ୍ପରାରେ ରଙ୍ଗୀନ, ଉଜ୍ଜ୍ୱଳ ସୂକ୍ଷ୍ମ କାମ ହୋଇଥାଏ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବୟନ କ୍ଷେତ୍ର ସବୁବେଳେ ଆମକୁ ସୁଯୋଗ ପ୍ରଦାନ କରିଛିସ୍ଥାନୀୟ ସ୍ତରରେ ବୟନ ଶିଳ୍ପ ଦେଶର ଅଗ୍ରଣୀ ନିଯୁକ୍ତିଦାତାଙ୍କ ମଧ୍ୟରେ ରହିଛିଭାରତୀୟ ବସ୍ତ୍ରକୁ ସାରା ବିଶ୍ୱରେ ବେଶ ପସନ୍ଦ କରାଯାଏଭାରତୀୟ ବୟନ ବିଶ୍ଵସ୍ତରରେ ବହୁତ ମୁଲ୍ୟବାନ ଏବଂ ଏହା ବୟନ ପରମ୍ପରା, କଳାଚାତୁର୍ଯ୍ୟ, ମାନ କୌଶଳରେ ଅଧିକ ସମୃଦ୍ଧ

ଗାନ୍ଧୀଜୀଙ୍କ 150ତମ ଜୟନ୍ତୀ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛିମହାତ୍ମା ଗାନ୍ଧୀ ବସ୍ତ୍ର ଉଦ୍ୟୋଗ ସାମାଜିକ ସଶକ୍ତିକରଣ ମଧ୍ୟରେ ଘନିଷ୍ଠ ସମ୍ପର୍କ ଦେଖିବା ପରେ ସାଧାରଣ ଚରଖାକୁ ଭାରତର ସ୍ୱାଧୀନତା ସଂଗ୍ରାମର ମହତ୍ୱପୂର୍ଣ୍ଣ ପ୍ରତୀକରେ ପରିଣତ କରିଥିଲେଚରଖା ଆମକୁ ଗୋଟିଏ ରାଷ୍ଟ୍ର ଭାବେ ଯୋଡି ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଆତ୍ମନିର୍ଭର ଭାରତ ଗଠନ ପାଇଁ ବୟନ କ୍ଷେତ୍ରର ପ୍ରମୁଖ ଭୂମିକା ରହିଛିସରକାର ଦକ୍ଷତା ବିକାଶ, ବିତୀୟ ସହାୟତା ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତିଆମ କାରିଗରଙ୍କୁ ବିଶ୍ୱ ସ୍ତରୀୟ ଉତ୍ପାଦ ପ୍ରସ୍ତୁତ କରିବାକୁ ହେଲେ ଆମକୁ ବିଶ୍ୱରେ ବ୍ୟବହାର ହେଉଥିବା ଜ୍ଞାନକୌଶଳ ଉନ୍ନତ ପଦ୍ଧତି ସମ୍ପର୍କରେ ଜ୍ଞାନ ହାସଲ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତିୱେବିନାରରେ ଭାବ ବିନିମୟ ସର୍ବଶ୍ରେଷ୍ଠ ପଦ୍ଧତି ସମ୍ପର୍କରେ ଆଲୋଚନା ମାଧ୍ୟମରେ ସହଭାଗିତାର ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

ସାରା ବିଶ୍ୱରେ ବୟନ କ୍ଷେତ୍ରରେ ଅଧିକ ମହିଳା ନିୟୋଜିତ ହୁଅନ୍ତିତେଣୁ ଭାଇବ୍ରେଣ୍ଟ ବୟନ କ୍ଷେତ୍ର ମହିଳା ସଶକ୍ତିକରଣକୁ ଦୃଢୀଭୂତ କରିବଭବିଷ୍ୟତର ଆହ୍ୱାନର ସମ୍ମୁଖୀନ ହେବାକୁ ଆମକୁ ପ୍ରସ୍ତୁତ ରହିବାକୁ ହେବଆମ ବୟନ କ୍ଷେତ୍ରରେ ବିବିଧତା, ଉପଯୋଜନ, ଆତ୍ମନିର୍ଭରତା, କୌଶଳ ନବାଚାରର ପ୍ରଭାବଶାଳୀ ବିଚାରଧାରା ସିଦ୍ଧାନ୍ତ ପ୍ରଦର୍ଶିତ ହୋଇଛିଏହି ସିଦ୍ଧାନ୍ତ ଏବେ ସମୟ ସହିତ ଅଧିକ ଗ୍ରହଣୀୟ ହୋଇଛିୱେବିନାରର ବିଚାରଗୁଡିକୁ ବୟନ କ୍ଷେତ୍ରକୁ ଅଧିକ ମଜବୁତ ସମୃଦ୍ଧ ବୟନ କ୍ଷେତ୍ର ପାଇଁ ବ୍ୟାପକ ଭାଗୀଦାର ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

**********

 



(Release ID: 1661599) Visitor Counter : 230