ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 02 OCT 2020 9:15AM by PIB Bhubaneswar

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପବିତ୍ର ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ପବିତ୍ର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ଏହି ଅବସରରେ ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରିୟ ବାପୁଙ୍କ ଚରଣରେ ଆମେ ସଭିଏଁ ଭକ୍ତିପୂତ ନମସ୍କାର ଜଣାଉଛୁ ତାଙ୍କର ଜୀବନ ଓ ଆଦର୍ଶ ଚିନ୍ତନରୁ ଆମମାନଙ୍କର ଢ଼େର୍ ବିଷୟ ଶିକ୍ଷା ଲାଭ କରିବାର ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବାପୁଙ୍କ ଆଦର୍ଶ ଆମମାନଙ୍କୁ ଏକ ସମୃଦ୍ଧ ଏବଂ ସମ୍ବେଦନଶୀଳ ଭାରତ ନିର୍ମାଣ ପାଇଁ ପଥ ପ୍ରଦର୍ଶନ କରୁ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଶା ପୋଷଣ କରିଛନ୍ତି

 

**********


(ରିଲିଜ ଆଡି: 1661071) ପରିଦର୍ଶକ କାଉଣ୍ଟର : 219