ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କରୋନା ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ

● ଲଗାତର ଦଶମ ଦିନରେ ସକ୍ରିୟ ମାମଲା 10 ଲକ୍ଷରୁ କମ୍ ରହିଛି
● ଭାରତରେ ମୋଟ ସୁସ୍ଥ ପ୍ରାୟ 53 ଲକ୍ଷ
● ଗତ 12 ଦିନରେ 10 ଲକ୍ଷ ସୁସ୍ଥ

Posted On: 01 OCT 2020 11:42AM by PIB Bhubaneshwar

ଭାରତରେ କରୋନା ସକ୍ରିୟ ମାମଲା ସଂଖ୍ୟା କ୍ରମାଗତ 10 ଲକ୍ଷରୁ ତଳେ ରହିଛି । କ୍ରମାଗତ ଦଶମ ଦିନ ପାଇଁ ଦେଶରେ ସକ୍ରିୟ ମାମଲା 10 ଲକ୍ଷ ତଳେ ରହିଛି । ଦେଶରେ ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ସୁସ୍ଥ ହେବାରେ ଲାଗିଛନ୍ତି । ଏହି ସଂଖ୍ୟାର ହାର ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟାରେ ଦେଶରେ 85,376 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି ।

ଭାରତରେ ଆଜିସୁଦ୍ଧା ମୋଟ ସୁସ୍ଥଙ୍କ ସଂଖ୍ୟା 52,73,201ରେ ପହଞ୍ଚିଛି । ପ୍ରତିଦିନ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜାତୀୟ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଉଛି । ଜାତୀୟ ସୁସ୍ଥତା ହାର ଏବେ 83.53%ରେ ରହିଛି ।

ମୋଟ ସୁସ୍ଥଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ 12 ଦିନରେ 10 ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇପାରିଛନ୍ତି । ମୋଟ ସୁସ୍ଥଙ୍କ ମଧ୍ୟରୁ 77 ପ୍ରତିଶତ 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି ।

ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ ଅଛନ୍ତି ଆନ୍ଧ୍ର ପ୍ରଦେଶ ଓ ତାମିଲନାଡ଼ୁ ।

ଦେଶରେ ଏବେ ସକ୍ରିୟ କରୋନା ମାମଲା 9,40,705ରେ ଅଛି । 2020 ସେପ୍ଟେମ୍ବର 11ରେ ମଧ୍ୟ ଦେଶରେ ସକ୍ରିୟ ମାମଲା ସଂଖ୍ୟା 9.4 ଲକ୍ଷ ଥିଲା ।

ମୋଟ ସକ୍ରିୟ ମାମଲାରୁ 76 ପ୍ରତିଶତ 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ଦେଶରେ ମୋଟ ପଜିଟିଭ୍ ସଂଖ୍ୟାର ମାତ୍ର 14.90% ଏବେ ସକ୍ରିୟ ମାମଲା ଭାବେ ରହିଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 86,821ଟି ନୂଆ ପଜିଟିଭ୍ ମାମଲା ଆସିଛି । ନୂତନ  ମାମଲା ଗୁଡ଼ିକ ମଧ୍ୟରୁ 76% କେବଳ 10ଟି ରାଜ୍ୟରୁ ଆସିଛି । ନୂଆ ମାମଲା ଗୁଡ଼ିକ ମଧ୍ୟରେ କେବଳ ମହାରାଷ୍ଟ୍ରରୁ ଆସିଛି 18 ହଜାର ମାମଲା । କର୍ଣ୍ଣାଟକ ଏବଂ କେରଳରୁ 8 ହଜାର ଲେଖାଏଁରୁ ଅଧିକ ମାମଲା ଆସିଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1181ଟି ମୃତ୍ୟୁ ମାମଲା ହୋଇଛି । ଏଥିରୁ 82% ମୃତ୍ୟୁ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଛି । ଗତକାଲି ହୋଇଥିବା ମୃତ୍ୟୁର 40% ଅର୍ଥାତ୍ 481ଟି ମହାରାଷ୍ଟ୍ରରୁ ଏବଂ 87ଟି କର୍ଣ୍ଣାଟକରୁ ହୋଇଛି ।

 

**********

 

 

 

 

 

 



(Release ID: 1660780) Visitor Counter : 227