ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ହାଇପରସୋନିକ ପରୀକ୍ଷାମୂଳକ ଯାନର ସଫଳ ଉଡାଣ ପାଇଁ ଡିଆରଡିଓକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 07 SEP 2020 8:16PM by PIB Bhubaneshwar

ହାଇପରସୋନିକ ଜେଟ ପରୀକ୍ଷାମୂଳକ ଯାନର ସଫଳ ଉଡାଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)କୁ ଅଭିନନ୍ଦନ ଜଣାଇଛନ୍ତି

ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ହାଇପରସୋନିକ ଯାନର ଆଜିର ସଫଳ ଉଡାଣ ପାଇଁ ଡିଆରଡିଓକୁ ଅଭିନନ୍ଦନ ଏଥିରେ ବ୍ୟବହୃତ ସ୍କ୍ରାମ ଜେଟ ଇଞ୍ଜିନ ଆମ ବୈଜ୍ଞାନିକମାନଙ୍କ ଦ୍ଵାରା ନିର୍ମିତ ହୋଇଛି ଏହା ଶବ୍ଦଠାରୁ 6 ଗୁଣ ଅଧିକ ବେଗରେ ଗତି କରିବାର ସାମର୍ଥ୍ୟ ରଖିଛି ଖୁବ କମ ଦେଶ ଏହା କରିବାରେ ସମର୍ଥ ହୋଇଛନ୍ତି

 

**********



(Release ID: 1652138) Visitor Counter : 207