ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
                
                
                
                
                
                
                    
                    
                        ମୋଟ ନମୁନା ପରୀକ୍ଷା ଟପିଲା 4.23 କୋଟି
                    
                    
                        •	ସମୁଦାୟ ମାମଲାର 43 ପ୍ରତିଶତ 3ଟି ରାଜ୍ୟ - ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ 
                    
                
                
                    Posted On:
                31 AUG 2020 12:24PM by PIB Bhubaneshwar
                
                
                
                
                
                
                କୋଭିଡ-19 ନିମନ୍ତେ ଅଧିକରୁ ଅଧିକ ନମୁନା ପରୀକ୍ଷଣ ପାଇଁ ଭାରତର ସଂକଳ୍ପ ଫଳପ୍ରଦ ହୋଇଛି । ଚଳିତ ବର୍ଷ ଜାନୁଆରୀ ମାସରେ ପୁଣେର ଗୋଟିଏ ପରୀକ୍ଷାଗାରରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହି ମାସରେ ଏହାର ସାମର୍ଥ୍ୟ ଦୈନିକ 10 ଲକ୍ଷରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ 8,46,278ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଆଜି ମୋଟ ନମୁନା ପରୀକ୍ଷା ସଂଖ୍ୟା 4.23 କୋଟି ପାର କରିଛି । 
ଗତ 24 ଘଣ୍ଟା ମଧ୍ୟରେ 78,512 ଜଣ ସଂକ୍ରମିତ ହୋଇଥିବା ବେଳେ କେତେକ ଗଣମାଧ୍ୟମରେ କୌଣସି ଭିତ୍ତି ନଥାଇ ଏହା ପାଖାପାଖି 80 ହଜାର ବୋଲି ପ୍ରଚାର କରିଛନ୍ତି । 7ଟି ରାଜ୍ୟରୁ ଗତ ଗୋଟିଏ ଦିନରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ମୋଟ 70 ଭାଗ ଆସିଥିବା ବେଳେ କେବଳ ମହାରାଷ୍ଟ୍ରରୁ ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଶତକଡା 21 ଭାଗ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ଆନ୍ଧ୍ରପ୍ରଦେଶରୁ 13.5, କର୍ଣ୍ଣାଟକରୁ 11.27 ଏବଂ ତାମିଲନାଡୁ ଓ ଉତ୍ତରପ୍ରଦେଶରୁ 8.27 ପ୍ରତିଶତ ଥିବା ବେଳେ ପଶ୍ଚିମବଙ୍ଗରୁ 3.85 ଓ ଓଡିଶାରୁ 3.84 ପ୍ରତିଶତ ଅଛନ୍ତି । ମୋଟ ସଂକ୍ରମିତଙ୍କ ମଧ୍ୟରୁ ଶତକଡା 43 ଭାଗ 3ଟି ରାଜ୍ୟ ଯଥା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ଅଛନ୍ତି । ତାମିଲନାଡୁରେ ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ 11.66 ଅଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ଶତକଡା 50 ଭାଗ ସଂକ୍ରମିତ ମୃତ୍ୟୁବରଣ କରିଥିବା ବେଳେ ମହାରାଷ୍ଟ୍ରରେ ଏହା ସର୍ବାଧିକ 30.48 ପ୍ରତିଶତ ରହିଛି । କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କ୍ରମବର୍ଦ୍ଧିଷ୍ଣୁ ମୃତ୍ୟୁ ସଂଖ୍ୟା ଉପରେ ତୀକ୍ଷଣ ନଜର ରଖିଛନ୍ତି । ବ୍ୟାପକ ନମୁନା ପରୀକ୍ଷା, ଚିହ୍ନଟ ଓ ଉତ୍କୃଷ୍ଟ ଚିକିତ୍ସା ସେବା ପ୍ରଦାନ କରି ମୃତ୍ୟୁହାର ନିୟନ୍ତ୍ରଣକୁ ଆଣିବା ଲାଗି ଏହି ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି ।
ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ:  https://www.mohfw.gov.in/ and @MoHFW_INDIA ।
କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva ।
କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ । 
ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ ।
 
*********
       
                
                
                
                
                
                (Release ID: 1650197)
                Visitor Counter : 283
                
                
                
                    
                
                
                    
                
                Read this release in: 
                
                        
                        
                            Punjabi 
                    
                        ,
                    
                        
                        
                            Malayalam 
                    
                        ,
                    
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada